ଗୁଣପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣପୁର ଉପଖଣ୍ଡର (ସବ୍‌ ଡିଭିଜନ୍) ସଦର ମହକୁମା ।

ଗୁଣପୁର
—  ସହର  —
ଗୁଣପୁର
ଗୁଣପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°05′N 83°49′E / 19.08°N 83.82°E / 19.08; 83.82
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୨୪,୭୦୬
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


83 metres (272 ft)

କୋଡ଼

ଇତିହାସ ସମ୍ପାଦନା

ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଭୂଗୋଳ ସମ୍ପାଦନା

ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡ଼ିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17ଦ୍ୱାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।

ଦର୍ଶନୀୟ ସ୍ଥାନ ସମ୍ପାଦନା

 
ଜଗନ୍ନାଥ ମନ୍ଦିର, ଗୁଣପୁର

ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ । କ: ନାଗଭୁଷଣ ପଟ୍ଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକ ହେଲା :-

ଚର୍ଚ୍ଚିତ ବ୍ୟକ୍ତିତ୍ୱ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା