ଗୁଗଲ ଆଡସେନ୍ସ
ଗୁଗଲ ଆଡ଼ସେନ୍ସ ହେଉଛି ଗୁଗଲର ଏକ ସ୍ୱତନ୍ତ୍ର ସେବା ଯାହାକି ଗୁଗଲ ନେଟୱର୍କ ୱେବସାଇଟ ଗୁଡିକରେ ଲେଖା ଏବଂ ଛବି ମାନଙ୍କଦ୍ୱାରା ନିଜର ବିଜ୍ଞାପନ ଗୁଡିକୁ ପ୍ରଚାର ଏବଂ ପ୍ରସାର କରିବା ପାଇଁ, ଏହି ସେବା ସହ ସମ୍ପୃକ୍ତ ପ୍ରକାଶକମାନଙ୍କୁ ଅନୁମତି ଦେଇଥାଏ । ଏଥିରେ ଦିଆଯାଇଥିବା ବିଷୟ ବସ୍ତୁ ଗୁଡିକୁ ଗୁଗଲଦ୍ୱାରା ଯାଞ୍ଚ କରାଯାଇ ଗୁଗଲ ନିଜର ବିଜ୍ଞାପନ ସେବାରେ ଉପଲବ୍ଧ କରାଯାଇଥାଏ । ଆଡ଼ସେନ୍ସ ମୂଖ୍ୟତଃ କ୍ଲିକ ଏବଂ ଇଂପ୍ରେସନ ଅନୁସାରେ ଆଡ଼ସେନ୍ସ ପଡିଥିବା ୱେବସାଇଟର ମାଲିକ ମାନଙ୍କୁ ବିଜ୍ଞାପନର ମୂଲ୍ୟ ଦେଇ ଥାଏ । ମଝିରେ ଗୁଗଲ ଆଡ଼ସେନ୍ସରେ ଥିବା ୱେବସାଇଟ ଗୁଡିକରେ କିଛି ବି କାର୍ଯ୍ୟ ପାଇଁ ପଇସା ଦେଉ ଥିଲା, କିନ୍ତୁ ୨୦୦୮ ମସିହାରୁ ନିଜର ଡବଲକ୍ଲିକ ସେବା ଆରମ୍ଭ କଲାପରେ ପୁରୁଣା ସେବାଟିକୁ ବନ୍ଦ କରିଦେଇ ଥିଲା ।
![]() | |
ଡେଭେଲପର | ଗୁଗଲ |
---|---|
ପ୍ରଥମ ରିଲିଜ୍ | ଜୁନ ୧୮, ୨୦୦୩[୧] |
Operating system | Cross-platform (web-based application) |
ପ୍ରକାର | Online advertising |
ୱେବସାଇଟ | www |
ଇତିହାସସମ୍ପାଦନ କରନ୍ତୁ
୨୦୦୩ ମସିହାରୁ ଗୁଗଲଦ୍ୱାରା ଆରମ୍ଭ ହିଇଥିବା ଏହି ଆଡ଼ସେନ୍ସ ସେବାଟି ପୂର୍ବରୁ କଣ୍ଟେଣ୍ଟ ଟାର୍ଗେଟିଙ୍ଗ ପ୍ରଚାର ନାମରେ ନାମିତ ଥିଲା । ଆଡ଼ସେନ୍ସ ନାମଟି ପ୍ରଥମ କରି ଆଡ଼ସେନ୍ସର ଏକ ବିକଳ୍ପ ଅପ୍ଲାଏଡ଼ ସିମେଣ୍ଟିକଦ୍ୱାରା ବ୍ୟବହାର କରାଯାଇଥିଲା । ଗୁଗଲ ଅପ୍ଲାଏଡ଼ ସିମେଣ୍ଟିକକୁ ଅଧିକୃତ କଲାପରେ ନିଜର ପୁରୁଣା ସେବଟିକୁ ଆଡ଼ସେନ୍ସ ନାମରେ ନାମିତ କରିଥିଲା । କିଛି ଦିନପରେ କିଛି ଆଡ଼ସେନ୍ସ ବ୍ୟବହାରକାରୀ ଆଡ଼ସେନ୍ସ ପ୍ରସଙ୍ଗ ବାହାର ବିଜ୍ଞାପନ ଦେଖାଉ ଥିବାର ଅଭିଯୋଗ ଆଣିଥିଲେ । ଏହାର ଫଳ ସ୍ୱରୂପ, ୨୦୦୪ ମସିହାରେ ଗୁଗଲ ପୁରୁଣା ଅସନ୍ତୁଷ୍ଟ ବ୍ୟବହାରକାରୀଙ୍କୁ ଆଡ଼ସେନ୍ସ ସେବାରୁ ବହାରିଯିବାର ଅନୁମତି ପ୍ରଦାନ କରିଥିଲା ।
ପ୍ରକାରସମ୍ପାଦନ କରନ୍ତୁ
ବିଷୟ ବସ୍ତୁସମ୍ପାଦନ କରନ୍ତୁ
ଅନୁସନ୍ଧାନୀସମ୍ପାଦନ କରନ୍ତୁ
ଭିଡିଓସମ୍ପାଦନ କରନ୍ତୁ
ଲିଙ୍କସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ Google Expands Advertising Monetization Program for Websites, June 18, 2004, Press Release, Google