ଗିରୀଶବାଳା ମହାନ୍ତି

ଗିରୀଶବାଳା ମହାନ୍ତି (ଜନ୍ମ: ୪ ମାର୍ଚ୍ଚ ୧୯୩୭) ଜଣେ ଭାରତୀୟ ଓଡ଼ିଆ ପ୍ରାବନ୍ଧିକା, ମନୋବିଜ୍ଞାନୀ ଓ ବଜ୍ଞାନ ଲେଖିକା ।

ଗିରୀଶବାଳା ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1937-03-04) ୪ ମାର୍ଚ୍ଚ ୧୯୩୭ (ବୟସ ୮୭)
ଢେଙ୍କାନାଳ
ବୃତ୍ତିଲେଖିକା, ମନୋବିଜ୍ଞାନୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସ୍ୱୟଂସିଦ୍ଧାର ଆତ୍ମକାହାଣୀ (ଆତ୍ମଜୀବନୀ)
ଜୀବନସାଥୀଉପେନ୍ଦ୍ର ନାରାୟଣ ମହାନ୍ତି
ସନ୍ତାନଅତନୁ ମହାନ୍ତି, ଅରୋନ ମହାନ୍ତି
ପିତାମାତାଦୁର୍ଗା ଚରଣ ପଟ୍ଟନାୟକ (ପିତା), ପ୍ରେମମଞ୍ଜରୀ ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଗିରୀଶବାଳା ୧୯୩୭ରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୬ରେ ମନୋବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ୧୯୫୮ରେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୭୩ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି କରିଥିଲେ । ୧୯୫୯ରେ ଅଧ୍ୟାପନାରେ ଯୋଗଦେଇ ସେ ରେଭେନସା, ଏମ୍ ସି କଲେଜ, ଶୈଳବାଳା କଲେଜ, ଜି ଏମ୍ କଲେଜ ଆଦିରେ ଦୀର୍ଘ ୨୭ ବର୍ଷ ଅଧ୍ୟାପନା କରିବା ସଙ୍ଗେସଙ୍ଗେ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ସେ ଓଡ଼ିଶା ଟେକ୍ସଟ ବୁକ୍ସ ବ୍ୟୁରୋ ଡାଇରେକ୍ଟର (୧୯୮୬-୮୮), ଉଚ୍ଚଶିକ୍ଷା ବିଭାଗର ଚେୟାରମ୍ୟାନ ଓ ନିର୍ଦ୍ଦେଶକ (୧୯୮୮-୯୦), ଏଲିମେଣ୍ଟାରୀ ଏଜୁକେସନର ନିର୍ଦ୍ଦେଶକ (୧୯୯୦-୯୨), ଓଡ଼ଶା ଷ୍ଟାଫ୍ ସିଲେକ୍ସନ କମିସନର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୯ରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ଏତଦ୍ ବ୍ୟତୀତ ଓଡ଼ିଶା ମନୋବିଜ୍ଞାନ ସଂଘର ସଭାନେତ୍ରୀ, ଭାରତୀୟ ବଜ୍ଞାନ ସଂଘର ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ମନୋବିଜ୍ଞାନ ସମ୍ବନ୍ଧୀୟ ବହୁ ପ୍ରବନ୍ଧ ଓଡ଼ିଶା ତଥା ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ।[][][]

ରଚନାବଳୀ

ସମ୍ପାଦନା
  • ଶିଶୁର ବ୍ୟକ୍ତିତ୍ତ୍ୱର ବିକାଶ (୧୯୯୯)
  • କର୍ମଜୀବୀ ମହିଳାଙ୍କ ସମସ୍ୟା ଓ ସମାଧାନ (୨୦୦୦)
  • କେମିତି ସାମନା କରିବା : ସାକ୍ଷାତକାର ଓ ଚୟନ (୨୦୦୦)
  • ସ୍ୱୟଂସିଦ୍ଧାର ଆତ୍ମକାହାଣୀ (୨୦୨୪, ଆତ୍ମଜୀବନୀ)[][]
  • ବିକାଶ ମନୋବିଜ୍ଞାନ
  • ଔଦ୍ୟୋଗିକ ମନୋବିଜ୍ଞାନ
  • ଶିଶୁ ମନୋବିଜ୍ଞାନ
  • ବିକାଶ ପଥେ ଶିଶୁ
  • ସାଧାରଣ ମନୋବିଜ୍ଞାନ
  • ଶିଶୁ ମନସ୍ତତ୍ତ୍ୱ
  • ବୟସ୍କ ବ୍ୟକ୍ତିଙ୍କ ସମସ୍ୟା ଓ ସମାଧାନ

ଇଂରାଜୀ

ସମ୍ପାଦନା
  • Textbook of ISC Psychology Class 11 & 12
  • Industrial Psychology and Organisation Behaviour
  • Social Psychology
  • Textbook of Psychology
  • Basic Development Processes Theory & Practice
  • Processes of Human Empowerment Theory & Practical
  • Foundations of Educational Psychology Theory & Practical
  • Foundations of Social Psychology
  • A Textbook of Educational Psychology UG & PG
  • Counselling Psychology
  • Contemporary Applied Psychology Odisha
  • Positive Psychology - Road to Happiness & Wellbeing Theory & Practicals
  • Foundations of General Psychology
  • Psychopathology Theory & Practical
  1. "ବହି". 10 November 2024. Retrieved 22 November 2024.
  2. https://prabook.com/web/girishbala.mohanty/396062
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୦୫-୦୬. ISBN 81-903352-1-9.
  4. https://www.prameyaepaper.com/preview/229764/1205416/BHUBANESWAR/20241117/9
  5. https://sambadepaper.com/imageview_44148_866170_4_71_10-11-2024_9_i_1_sf.html