ଗାୟନ ଏପରି ଏକ କ୍ରିୟା ଅଟେ ଯାହାଦ୍ୱାରା ମାନବର ସ୍ୱରର ସହାୟତାରେ ସଙ୍ଗୀତ ଧ୍ୱନି ଉତ୍ପନ କରାଯାଇଥାଏ ଏବଂ ସାମାନ୍ୟ କଥା ବାର୍ତ୍ତାକୁ ରାଗ ଏବଂ ତାଳ ଦୁହିଁଙ୍କ ପ୍ରୟୋଗରେ ବଢିଥାଏ । ଯେଉଁ ବ୍ୟକ୍ତି ଗାଇଥାଏ ତାଙ୍କୁ ଗାୟକ କିମ୍ବା ସଙ୍ଗୀତକାର କୁହାଯାଇଥାଏ । ଗାୟନ ସର୍ବଦା ଅନ୍ୟ ସଙ୍ଗୀତକାରମାନଙ୍କ ସମୂହରେ କରାଯାଇଥାଏ , ଯେପରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଥିବା ବହୁ ଗାୟକ ମାନଙ୍କ ସହିତ କିମ୍ବା ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ବାଯାଉଥିବା କଳାକାର ମାନଙ୍କ ସହିତ । ସମସ୍ତ ପ୍ରକାରର ବ୍ୟକ୍ତି, ଯିଏ କଥା କହିପାରେ ସେ ମଧ୍ୟ ଗୀତ ଗାଇପାରେ । କାରଣ ଗାୟନ କଥା କହିବାର ଏକ ପରିସ୍କୃତ ରୂପ ଅଟେ ।

ଶାନ୍ତନୁ ଆରୋରା "ଲାଇଭ ଷ୍ଟେଜ ସୋ"ରେ ଗୀତ ଗାଉଥିବାର ଚିତ୍ର

ଗାୟନ ଅନୌପଚାରିକ ହୋଇପାରେ ଏବଂ ସନ୍ତୋଷ କିମ୍ବା ଖୁସି ପାଇଁ କରାଯାଇପାରେ । ଯେପରି, କୌଣସି ଧାର୍ମିକ ଅନୁଷ୍ଠାନ ସମୟରେ ମଞ୍ଚ ଉପରେ କିମ୍ବା ରେକର୍ଡିଙ୍ଗ ଷ୍ଟୁଡିଓରେ ପ୍ରମୁଖ ଗାୟନ ସମୟରେ । ଉଚ୍ଚ ଧରଣର ପ୍ରମୁଖ ଗାୟକ କିମ୍ବା ନବ ଶିକ୍ଷିତ ଗାୟନ ମାନଙ୍କ ପାଇଁ ସାମାନ୍ୟ ନିର୍ଦ୍ଦେଶନ ଏବଂ ନିୟମିତ ଅଭ୍ୟାସ ଆବଶ୍ୟକ ହୋଇଥାଏ ।[୧] ପ୍ରମୁଖ ଗାୟକ ସାଧାରଣତଃ କୌଣସି ଗୋଟିଏ ପ୍ରକାରର ସଙ୍ଗୀତରେ ନିଜର ପ୍ରମୁଖତାକୁ ଦର୍ଶାଇଥାନ୍ତି , ଯେପରି ଶାସ୍ତ୍ରୀୟ କିମ୍ବା ରକ ଏବଂ ଆଦର୍ଶ ରୂପେ ସେ ନିଜର ସମସ୍ତ କ୍ୟାରିଅରର ଅନୁଧ୍ୟାନ ମାଧ୍ୟମରେ କୌଣସି ସ୍ୱର-ଅଧ୍ୟାପକ କିମ୍ବା ସ୍ୱର-ପ୍ରଶିକ୍ଷକଙ୍କ ସହାୟତାରେ ସ୍ୱର-ପ୍ରଶିକ୍ଷଣ ନେଇଥା'ନ୍ତି ।

ମାନବ ସ୍ୱର ସମ୍ପାଦନା

 
ବୋକାଲ ଫୋର୍ଡସର ଏକ ଲେବଲ୍ଡର ସରଞ୍ଚନାତ୍ମକ ଆବେଗ ।

ନିଜର ଭୌତିକ ଅବସ୍ଥାରେ , ଗାୟନ ଏକ ଭଲରୂପେ ପରିଭାଷିତ କୌଶଳ ଅଟେ ଯାହା ପବନର ଅପୂର୍ତ୍ତି, ସ୍ୱର ଯନ୍ତ୍ର ଯାହା ବଂଶୀ କିମ୍ବା କମ୍ପନର କାର୍ଯ୍ୟ କରିଥାଏ , "ବକ୍ଷ" ଓ "ମୁଣ୍ଡ" ଯାହା ବାୟୁ ବାଦ୍ୟରେ ନଳୀ ପରି ଧ୍ୱନି ବିସ୍ତାରକାର କାର୍ଯ୍ୟ କରିଥାଏ ଏବଂ "ଜିଭ" ଯାହା ତାଳୁ , ଦାନ୍ତ ଏବଂ ଓଠ ସହିତ ମିଳିତ ହୋଇ ସ୍ୱର ଏବଂ ବ୍ୟଞ୍ଜନର ଉଚ୍ଚାରଣ କରିଥାଏ । ଯଦିଓ ଏହି ୪ଟି ପ୍ରଣାଳୀ ସ୍ୱତନ୍ତ୍ର ରୂପେ କାର୍ଯ୍ୟ କରିଥାଏ । ତାଙ୍କୁ ଏକ ମୁଖର କୌଶଳର ସ୍ଥାପନା ପାଇଁ ସମନ୍ୱିତ କରାଯାଇଥାଏ ଏବଂ ସେ ନିଜ ନିଜ ଭିତରେ ଅନ୍ତର୍କ୍ରିୟା କରିବାପାଇଁ ତିଆରି ହୋଇଥାନ୍ତି ।[୨] ନିଷ୍କ୍ରିୟ ଶ୍ୱାସକ୍ରିୟା ସମୟରେ , ପବନ ମଧ୍ୟ ପଟଳ ସହିତ ଭିତରକୁ ନିଆଯାଇଥାଏ । ପେଟ, ଆନ୍ତରିକ ଅନ୍ତର୍ପଶାଳୀୟ ଏବଂ ଅଧୋ ଶ୍ରେଣୀକ ପେଶୀୟ ଉଚ୍ଚବାସ କ୍ରିୟାରେ ସହାୟକ ହୋଇପାରିଥାଏ । ବାହ୍ୟ ଅନ୍ତର୍ପଶାଳୀୟ, ସ୍କେଲିୟ ଏବଂ ଷ୍ଟର୍ଣ୍ଣୋକ୍ଲିଡୋମୈଷ୍ଟାୟାଡ଼ ପେଶୀୟ ଉଚ୍ଚ ବାସରେ ସହାୟତ କରିଥାଏ । ଓଠକୁ ବନ୍ଦ କରି ସ୍ୱର ଉତ୍ପନ୍ନ କରିବାକୁ ଗୁଣୁଗୁଣୁ ହେବାର ସଂଜ୍ଞା ଦିଆ ଯାଇଥାଏ ।

ପ୍ରତ୍ୟେକ ବ୍ୟକ୍ତିର ଗାୟନର ଅଦ୍ୱିତୀୟ କେବଳ କଣ୍ଠର ବାସ୍ତବିକ ଆକାରର ତିଆରି କାରଣରୁ ହୋଇ ନଥାଏ , ତା' ସହିତ ସେହି ବ୍ୟକ୍ତିର ଶରୀରର ଆକାର ଏବଂ ତିଆରି ଉପରେ ନିର୍ଭର କରିଥାଏ । ବକ୍ଷ ଏବଂ ବେକର ଆକାର , ଜିଭରେ ସ୍ଥିତି ଏବଂ ଅନ୍ୟଥା ଅଂଶ ବନ୍ଧିତ ପେଶୀୟକୁ ବଦଳ କରାଯାଇ ପାରେ । ଏଥିରୁ କୌଣସି କାର୍ଯ୍ୟରେ ହେବାଦ୍ୱାର ଉତ୍ପନ୍ନ କଣ୍ଠର ପିଚ, ଆୟତନ, ଲୟ କିମ୍ବା ସ୍ୱରରେ ପରିବର୍ତ୍ତନ ହୋଇଥାଏ । ଧ୍ୱନି ଶରୀରର ବିଭିନ୍ନ ଭାଗରେ ମଧ୍ୟ ପ୍ରତିଧ୍ୱନିତ ହୋଇଥାଏ ଏବଂ ଏକ ବ୍ୟକ୍ତିର ଆକାର ଓ ହାଡର ଗଠଣି ସେହି ବ୍ୟକ୍ତିଦ୍ୱାରା ଉତ୍ପନ୍ନ ଧ୍ୱନିକୁ ପ୍ରଭାବିତ କରିପାରେ ।

ଗାୟକ କଣ୍ଠକୁ କିଛି ଏହି ପ୍ରକାର ପ୍ରସ୍ତୁତ କରିବା ମଧ୍ୟ ଶିଖିପାରେ ଯାହାଦ୍ୱାରା ସେ ନିଜ ସ୍ୱର ତନ୍ତ୍ରରେ ଭଲ ଉପାୟରେ ସ୍ୱର ଆସିପାରେ । ଏହାଦ୍ୱାରା ମୁଖର ପ୍ରତିଧ୍ୱନିକରଣର ନାମ ଶୁଣାଇ ଦିଆଯାଇଥାଏ । ମୁଖର ସ୍ୱର ଏବଂ ଉତ୍ପାଦନ ଉପରେ ଏକ ପ୍ରମୁଖ ପ୍ରଭାବ "ସ୍ୱର ଯନ୍ତ୍ର"ର କାର୍ଯ୍ୟଦ୍ୱାରା ହୋଇଥାଏ , ଯାହାଦ୍ୱାରା ଲୋକମାନେ ଭିନ୍ନ ଭିନ୍ନ ଉପାୟରେ ପ୍ରୟୋଗ କରି ଭିନ୍ନ ଭିନ୍ନ ପ୍ରକାର ସ୍ୱର ଉତ୍ପନ୍ନ କରିଥାନ୍ତି । ସ୍ୱର ଯନ୍ତ୍ରର ଏହି ଭିନ୍ନ ପ୍ରକାରର କାର୍ଯ୍ୟର ଭିନ୍ନ ପ୍ରକାରର ମୁଖର ପଞ୍ଜିୟ କରଣକୁ ରୂପରେ ବର୍ଣ୍ଣନା କରାଯାଇଥାଏ ।[୩] ଏହି ସଫଳତା ପାଇଁ ଗାୟକଦ୍ୱାରା ପ୍ରଯୁକ୍ତ ବିଧିରେ ଗାୟକର ଫମେଣ୍ଟର ପ୍ରୟୋଗ କରାଯାଇଥାଏ , ଯାହାଦ୍ୱାରା କାନର ଆବୃତିଦ୍ୱାରା ସବୁଠାରୁ ଅଧିକ ସମ୍ବେଦନଶୀଳ ଭାଗରେ ଭଲ ରୂପେ ଅନୁକୂଳ କରାଯାଇଛି।[୪][୫]

ମୁଖର ପଞ୍ଜିକରଣ ସମ୍ପାଦନା

ମୁଖର ପଞ୍ଜିକରଣ ମନୁଷ୍ୟ ସ୍ୱରର ଭିତରେସ୍ଥିତ "ମୁଖର ରେଜିଷ୍ଟ୍ର"ର ପ୍ରଣାଳୀକୁ ସନ୍ଦର୍ଭିତ କରିଥାଏ । ମନୁଷ୍ୟ ସ୍ୱରର ପଞ୍ଜି ଏକ ବିଶେଷ ସୂରର ଶୃଙ୍ଖଳା ହୋଇଥାଏ, ଯାହା ସ୍ୱର ରଜ୍ଜୁଆର ସମାନ କମ୍ପନରେ ଉତ୍ପନ୍ନ ହୋଇଥାଏ । ପଞ୍ଜିର ମୂଳ ସ୍ୱର ଯନ୍ତ୍ରର କାର୍ଯ୍ୟରେ ହୋଇଥାଏ । ତାହା ଏଥିପାଇଁ ହୋଇଥାଏ କାରଣ ସ୍ୱର ରଜ୍ଜୁଆରେ ବହୁ ଅଲଗା ଅଲଗା ପ୍ରକାରର କମ୍ପନ ଉତ୍ପନ୍ନ କରିବାର କ୍ଷମତ ରହିଥାଏ । କମ୍ପନର ଏହି ପ୍ରକାର ଏକ ବିଶେଷ ଭାଗରେ ପ୍ରକଟ ହୋଇଥାଏ ଏବଂ ଅଲଗା ପ୍ରକାରର ସ୍ୱର ଉତ୍ପନ୍ନ କରିଥାଏ ।[୬] ଶବ୍ଦ "ପଞ୍ଜି" କିଛି ଭ୍ରମମ ହୋଇପାରେ କାରଣ ଏହା ମାନବ ସ୍ୱରର ବହୁ ଲକ୍ଷଣକୁ ନିଜ ଭିତରେ ସଜେଇ ହୋଇଥାଏ । ପଞ୍ଜି ଶବ୍ଦର ପ୍ରୟୋଗ ନିମ୍ନରେ ଯେ କୌଣସି ସନ୍ଦର୍ଭରେ ବ୍ୟବହାର କରାଯାଇ ପାରେ :[୭]

  • ଗାୟନର କୌଣସି ଏକ ମୁଖ୍ୟ ଭାଗ ଯେପରି ଉପରି, ମଧ୍ୟମ କିମ୍ବା ତଳ ପଞ୍ଜି ।
  • କୌଣସି ପ୍ରତିଧ୍ୱନି କ୍ଷେତ୍ର ଯେପରି , ବକ୍ଷ ସ୍ୱର କିମ୍ବା ଶୀର୍ଷ ସ୍ୱର ।
  • ସ୍ୱରୀକରଣ ପ୍ରକ୍ରିୟା (ସ୍ୱରିକରଣ ପ୍ରକ୍ରିୟାରେ ସ୍ୱର ରଜ୍ଜୁର କମ୍ପନଦ୍ୱାରା ମୁଖର ସ୍ୱର ଉତ୍ପନ୍ନ କରାଯାଇଥାଏ ପରେ ସ୍ୱର ପ୍ରଣାଳୀର ପ୍ରତିଧ୍ୱନିଦ୍ୱାରା ସଂଶୋଧିତ କରାଯାଇଥାଏ )।
  • କୌଣସି ନିଶ୍ଚିତ ମୁଖର ଲୟ କିମ୍ବା ଗାୟନ "ରଙ୍ଗ"
  • ସ୍ୱରର ଏକ କ୍ଷେତ୍ର ଯେପରି ସ୍ୱରର ବ୍ୟବଧାନଦ୍ୱାରା ପରିଭାଷିତ କିମ୍ବା ସୀମାଙ୍କିତ କରାଯାଇଥାଏ ।

ଭାଷା ବିଜ୍ଞାନରେ , ଏକ ପଞ୍ଜିକୃତ ଭାଷା ଭାଷା ଯାହା ସୁର ଏବଂ ସ୍ୱରକୁ ଏକ ସ୍ୱନବିଜ୍ଞାନ (ଏକଳ ସ୍ୱର ବିଜ୍ଞାନ) ପ୍ରଣାଳୀରେ ସଂଯୁକ୍ତ କରିଥାଏ । ବାକ ରୋଗବିଜ୍ଞାନରେ ଶବ୍ଦ ମୁଖର ପଞ୍ଜିର ତିନୋଟି ତତ୍ତ୍ୱ ହୋଇଥାଏ - ସ୍ୱର ରଜ୍ଜୁର ଏକ ନିଶ୍ଚିତ କମ୍ପନ ପ୍ରକାର , ପିଞ୍ଚର ଏକ ନିଶ୍ଚିତ ଶୃଙ୍ଖଳା ଏବଂ କୌଣସି ନିଶ୍ଚିତ ପ୍ରକାର ସ୍ୱର । ବାକ ରୋଗ ବିଶେଷଜ୍ଞ ସ୍ୱରଯନ୍ତ୍ରର ଶରୀର ବିଜ୍ଞାନ କ୍ରିୟାର ଆଧାରରେ ଚାରୋଟି ମୁଖର ପଞ୍ଜିର ପରିଚୟ କରିଥାନ୍ତି - ମୁଖର ଫ୍ରାଇ ପଞ୍ଜି, ମୋଡଲ ପଞ୍ଜି, ଫ୍ଲାସେଟୋ ପଞ୍ଜି ଏବଂ ସିଟି ପଞ୍ଜି । ଏହି ଦୃଶ୍ୟ ବହୁ ମୁଖର ଶିକ୍ଷାବିଦମାନେ ମଧ୍ୟ ଆପଣେଇ ଛ'ନ୍ତି ।[୭]

ସ୍ୱର ପ୍ରତିଧ୍ୱନିକରଣ କିମ୍ବା ସ୍ୱର ଗୁଞ୍ଜନ ସମ୍ପାଦନା

 

ସ୍ୱର ପ୍ରତିଧ୍ୱନିକରଣ ଏକ ପ୍ରକ୍ରିୟା ଅଟେ ଯାହାଦ୍ୱାରା ସ୍ୱର ଉତ୍ପାଦନ କ୍ରିୟାର ମୂଳ ଉତ୍ପାଦର ସୂର ଭିତର ସ୍ତରକୁ ପବନରେ ଭରପୂର ନଳୀଦ୍ୱାରା ସେହି ସମୟରେ ବଢ଼ାଇ ଦିଆଯାଏ । ପ୍ରତିଧ୍ୱନି କ୍ରିୟାରେ ସମ୍ବନ୍ଧିତ ବହୁ ଶବ୍ଦରେ ଧ୍ୱନି-ବିସ୍ତାରଣ, ପ୍ରଚୁରିକରଣ , ବିସ୍ତାର, ସୁଧାର, ତିବ୍ରିକରଣ ଏବଂ ଦୀର୍ଘକରଣ ସାମିଲ ଅଛି । କୌଣସି ଗାୟକ କିମ୍ବା ବକ୍ତାଦ୍ୱାରା ଏହି ଶବ୍ଦରୁ ବାହାରୁଥିବା ମୁଖ୍ୟ ନିଷ୍କର୍ଷ ଏହା ହୋଇଥାଏ କି ପ୍ରତିଧ୍ୱନୀର ଅନ୍ତିମ ପରିଣାମ ଏକ ଭଲ ସ୍ୱର ହେବା ଦରକାର ।[୭] ଶରୀରରେ ସାତୋଟି ଏହିପରି ଏକ କ୍ଷେତ୍ର ଅଛି ଯାହାକୁ ସମ୍ଭାବିତ ସ୍ୱର ପ୍ରତିଧ୍ୱନିକାରକ ରୂପେ ସୂଚିବଦ୍ଧ କରାଯାଇ ପାରେ । ଶରୀରରେ ସବୁଠାରୁ ତଳ ସ୍ଥିତିରେ ସବୁଠାରୁ ଉପର ସ୍ଥିତିର ଶୃଙ୍ଖଳାରେ ଏହି କ୍ଷେତ୍ର ରହିଛି , ବକ୍ଷ, ବାୟୁନଳୀ, କଣ୍ଠ, ମୁଖ ନଳୀ, ନାକ ନଳୀ ଇତ୍ୟାଦି । [୮]

ଆଧାର ସମ୍ପାଦନା

  1. Falkner, Keith, ed. (1983). Voice. Yehudi Menuhin music guides. London: MacDonald Young. p. 26. ISBN 035609099X. OCLC 10418423.
  2. "Singing". Britannica Online Encyclopedia.
  3. Vennard, William (1967). Singing: the mechanism and the technic. New York: Carl Fischer. ISBN 978-0825800559. OCLC 248006248.
  4. Hunter, Eric J; Titze, Ingo R (2004). "Overlap of hearing and voicing ranges in singing" (PDF). J Singing. 61 (4): 387–392. Archived from the original (PDF) on 2010-12-22. Retrieved 2017-04-09.
  5. Hunter, Eric J; Švec, Jan G; Titze, Ingo R (2006). "Comparison of the produced and perceived voice range profiles in untrained and trained classical singers". J Voice. 20 (4): 513–526. doi:10.1016/j.jvoice.2005.08.009. PMID 16325373. {{cite journal}}: Unknown parameter |month= ignored (help)
  6. Large, John W (फ़रवरी/March 1972). "Towards an integrated physiologic-acoustic theory of vocal registers". The NATS Bulletin. 28: 30–35. ISSN 0884-8106. OCLC 16072337. {{cite journal}}: Check date values in: |date= (help)
  7. ୭.୦ ୭.୧ ୭.୨ McKinney, James C (1994). The diagnosis and correction of vocal faults. Nashville, Tennessee: Genovex Music Group. p. 213. ISBN 1565939409. OCLC 30786430.
  8. Greene, Margaret; Mathieson, Lesley (2001). The voice and its disorders (6th ed.). John Wiley & Sons. ISBN 1861561961. OCLC 47831173. {{cite book}}: Check |isbn= value: checksum (help)