ଗାଲୁଆ ଟିକା (ଇଂରାଜୀରେ Mumps vaccines) ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ । [୧] ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । [୨] ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ । [୧] ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ । [୩]

ଗାଲୁଆ ଟିକା
Vaccine description
Target diseaseଗାଲୁଆ
TypeAttenuated virus
Clinical data
MedlinePlusa601176
ATC code
Identifiers
ChemSpider
 ☒NcheckY (what is this?)  (verify)

ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । [୧][୩] ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । [୧] ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । [୩] ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । [୧] ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । [୧][୩] ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜି ଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ । [୩]

ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମ‌ଏମ‌ଆର ନାମରେ ମିଳିମିଳା ଟିକାରୁବେଲା ଟିକା ସ‌ହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ । [୧] ପୂର୍ବୋକ୍ତ ଟିକା ସ‌ହିତ ହାଡ଼ଫୁଟି ଟିକା ମିଶେଇ ଏମ‌.ଏମ‌.ଆର.ଭି. ନାମରେ ମିଳୁଛି । [୩] ୨୦୦୫ ମସିହାରେ ୧୧୦ ଦେଶ ଏହି ଟିକା ପ୍ରଚଳନ କରୁଥିଲେ । ବିସ୍ତୃତ ଟିକା ଦିଆଯାଉଥିବା ଇଲାକାମାନଙ୍କରେ ଏହି ରୋଗ ହାର ୯୦ % କମିଛି । ଏକ ପ୍ରକାର ଟିକା ଅଧା ବିଲିଅନ ସଂଖ୍ୟାରେ ଦିଆଯାଇଛି । [୧]

ସନ ୧୯୪୮ରେ ଲାଇସେନ୍ସ ପାଇଥିବା ଗାଲୁଆ ଟିକା ସ୍ୱଳ୍ପ କାଳ ନିମନ୍ତେ ଫଳପ୍ରଦ ହେଉଥିଲେ । [୩] ୧୯୬୦ ଦଶକରେ ଉନ୍ନତ ଟିକା ବଜାର ନିମନ୍ତେ ତିଆରି ହେଲା । ପ୍ରାରମ୍ଭରେ ନିଷ୍କ୍ରିୟ ଟିକା ତିଆରି ହେଉଥିଲା କିନ୍ତୁ ପରେ ଦୁର୍ବଳ ଜୀବନ୍ତ ଟିକା ତିଆରି ହେଲା । [୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ପ୍ରଣାଳୀରେ ଆବଶ୍ୟକ ହେଉଥିବା ଔଷଧ ଚିଠା ମଧ୍ୟରେ ଏହାର ନାମ ଲିଖିତ ଅଛି । [୪] ୨୦୦୭ ସୁଦ୍ଧା ଅନେକ ପ୍ରକାର ଟିକା ଉପଲବ୍‌ଧ ହେଉଛି । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Mumps virus vaccines" (PDF). Weekly epidemiological record. 82 (7): 49–60. 16 Feb 2007. PMID 17304707.
  2. Hviid A, Rubin S, Mühlemann K (March 2008). "Mumps". The Lancet. 371 (9616): 932–44. doi:10.1016/S0140-6736(08)60419-5. PMID 18342688.{{cite journal}}: CS1 maint: multiple names: authors list (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Atkinson, William (May 2012). Mumps Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. Chapter 14. ISBN 9780983263135.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.