ଗାଇନେକୋମାଷ୍ଟିଆ

ପିଲା ବୁଢ଼ା ନିର୍ବିଶେଷରେ ପୁରୁଷ ଶରୀରରେ ସ୍ତନ ବୃଦ୍ଧି ହେଲେ ଏହି ନାମ ଦିଆଯାଏ ।


ଗାଇନେକୋମାଷ୍ଟିଆ ରୋଗରେ ପୁରୁଷମାନଙ୍କର ଗୋଟିଏ କିମ୍ବା ଉଭୟ ସ୍ତନର ଅଣ-କର୍କଟ ବୃଦ୍ଧି ହୋଇଥାଏ | [୩] [୬] କେତେକ ଏହି ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଗ୍ରନ୍ଥି ଟିସୁ ବିସ୍ତାର ହୋଇଥାଏ ଏବଂ ଯେତେବେଳେ ସିଉଡୋଗାଇନାକୋମାଷ୍ଟିଆ ଶବ୍ଦ ବ୍ୟବ‌ହାର କରନ୍ତି ଯେତେବେଳେ ଚର୍ବି ତନ୍ତୁ ବୃଦ୍ଧି ଯୋଗୁ ହୋଇଥାଏ | [୫] [୭] ବେଳେବେଳେ କୋମଳତା ଉପସ୍ଥିତ ଥାଇପାରେ | [୪] ଏହି ଅବସ୍ଥା ମାନସିକ କଷ୍ଟ ଦେଇପାରେ । [୭]

Gynecomastia
Gynaecomastia
A adult male with gynecomastia
ଉଚ୍ଚାରଣ
ବିଭାଗEndocrinology, plastic surgery
ଲକ୍ଷଣEnlargement of one or both breasts[୩]
ଆକ୍ରାନ୍ତ ସମୟAny age[୩]
ଅବଧିMonths to years[୩]
କାରଣPhysiologic, obesity, liver disease, kidney failure, certain cancers, thyroid disease, medications, recreationally drugs, malnutrition[୩]
ସଠିକ ରୋଗ ନିର୍ଣ୍ଣୟPseudogynaecomastia, breast cancer, dermoid cyst[୪][୩]
ଔଷଧTamoxifen, clomiphene[୩]
ଚିକିତ୍ସାReassurance, addressing the underlying cause, medications, surgery[୫]
ପୁନଃପୌନିକCommon[୪]

ସାଧାରଣ ଭାବରେ ନବଜାତ ଶୁଶୁଙ୍କର ଗାଇନେକୋମାଷ୍ଟିଆ ଥାଇପାରେ ଯାହା ମାର ଏସ୍ଟ୍ରୋଜେନ ଯୋଗୁ ହୁଏ, ଯୗବନାବସ୍ଥା, ଏବଂ ବୃଦ୍ଧାବସ୍ଥାରେ ହୋଇପାରେ । [୩] ଏହି ମାମଲାଗୁଡ଼ିକରେ ସାଧାରଣତଃ ଅଧିକ ଅନୁସନ୍ଧାନର ଆବଶ୍ୟକତା ପଡ଼େନାହିଁ | [୫] ଏହା ମେଦବହୁଳତା, ଯକୃତ ରୋଗ, କିଡନୀ ବିଫଳତା, କେତେକ କର୍କଟ, ଥାଇରଏଡ ରୋଗ, କିଛି ଔଷଧ ଏବଂ ମନୋରଞ୍ଜନକାରୀ ଔଷଧ, କ୍ଲିନଫେଲ୍ଟର ସିଣ୍ଡ୍ରୋମ ଏବଂ ପୁଷ୍ଟିହୀନତା ସହିତ ଯୋଗୁ ହୋଇପାରେ[୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଇଷ୍ଟ୍ରୋଜେନ୍ ବୃଦ୍ଧି କିମ୍ବା ଆଣ୍ଡ୍ରୋଜେନ୍ ସ୍ତର ହ୍ରାସ ଯୋଗୁ ଏହା ହେବା ଜଣାଯାଏ | [୪]

ଯୌବନାବସ୍ଥାରେ ଘଟୁଥିବା ମାମଲା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ସମାଧାନ ହୋଇଯାଏ ଏବଂ କେବଳ ଆଶ୍ୱାସନା ଆବଶ୍ୟକ କରେ | [୫] [୮] ଏହାର ମୂଳ କାରଣ ସମାଧାନ କଲେ ସାଧାରଣତଃ ଏହି ରୋଗର ସମାଧାନ ହୋଇଯାଏ | [୫] ଟାମୋକ୍ସିଫେନ୍ସ କିମ୍ବା କ୍ଲୋମିଫେନ୍ ଭଳି ଔଷଧ ଶୀଘ୍ର ବ୍ୟବହୃତ ହେଲେ ପ୍ରଭାବଶାଳୀ ହୋଇଥାଏ | [୩] ଦୀର୍ଘକାଳୀନ ରୋଗ ଥିଲେ ଲାଇପୋସକସନ କିମ୍ବା ସର୍ଜିକାଲ୍ ଏକ୍ସାଇଜନ୍ ଭଳି ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ | [୫]

ଗାଇନେକୋମାଷ୍ଟିଆ ରୋଗ ପ୍ରାୟ ୩୫% ପୁରୁଷଙ୍କୁ ୫୦ରୁ ୬୯ ବର୍ଷ ବୟସ ମଧ୍ୟରେ ସାଧାରଣତଃ ହୁଏ ।[୫] ଏହା ନବଜାତମାନଙ୍କ କ୍ଷେତ୍ରରେ ୯୦% ପିଲାଙ୍କର ଥାଏ ଓ କିଶୋର ଅବସ୍ଥାରେ ୬୦% ପିଲାଙ୍କର ଉପସ୍ଥିତ ଥାଏ । [୭] ପୁରୁଷମାନଙ୍କର ସ୍ତନ ସମସ୍ୟା ପାଇଁ ଚିକିତ୍ସାର ଏହା ଏକ ସାଧାରଣ କାରଣ | [୯] ଦ୍ୱିତୀୟ ଶତାବ୍ଦୀରେ ଏହି ରୋଗର ବର୍ଣ୍ଣନା ଗ୍ୟାଲେନ କରିଥିବା ଜଣାଯାଏ । [୧୦]  

ଆଧାର ସମ୍ପାଦନା

  1. "Gynaecomastia | Definition of Gynaecomastia by Oxford Dictionary on Lexico.com". Lexico Dictionaries | English (in ଇଂରାଜୀ). OxfordDictionaries.com. Archived from the original on 8 March 2021. Retrieved 17 November 2020.
  2. "Definition of Gynecomastia". www.merriam-webster.com (in ଇଂରାଜୀ). Retrieved 17 November 2020.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Vandeven, HA; Pensler, JM (January 2020). "Gynecomastia". PMID 28613563. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ Narula, H. S.; Carlson, H. E. (August 2014). "Gynaecomastia-pathophysiology, diagnosis and treatment". Nature Reviews Endocrinology. 10 (11): 684–698. doi:10.1038/nrendo.2014.139. PMID 25112235. S2CID 40159424.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Thiruchelvam, Paul; Walker, Jonathan Neil; Rose, Katy; Lewis, Jacqueline; Al-Mufti, Ragheed (22 September 2016). "Gynaecomastia". British Medical Journal (in ଇଂରାଜୀ). 354: i4833. doi:10.1136/bmj.i4833. ISSN 1756-1833. PMID 27659195. S2CID 220098795.
  6. Niewoehner, CB; Schorer, AE (March 2008). "Gynaecomastia and breast cancer in men". British Medical Journal. 336 (7646): 709–713. doi:10.1136/bmj.39511.493391.BE. PMC 2276281. PMID 18369226.
  7. ୭.୦ ୭.୧ ୭.୨ Niewoehner, CB; Schorer, AE (March 2008). "Gynaecomastia and breast cancer in men". British Medical Journal. 336 (7646): 709–713. doi:10.1136/bmj.39511.493391.BE. PMC 2276281. PMID 18369226.
  8. Shulman, DI; Francis, GL; Palmert, MR; Eugster, EA; Lawson Wilkins Pediatric Endocrine Society Drug and Therapeutics Committee (April 2008). "Use of aromatase inhibitors in children and adolescents with disorders of growth and adolescent development". Pediatrics. 121 (4): e975–983. doi:10.1542/peds.2007-2081. PMID 18381525.
  9. Shiffman, Melvin A. (2018). Nipple-Areolar Complex Reconstruction: Principles and Clinical Techniques (in ଇଂରାଜୀ). Springer. p. 245. ISBN 978-3-319-60925-6.
  10. Shiffman, Melvin A. (2018). Nipple-Areolar Complex Reconstruction: Principles and Clinical Techniques (in ଇଂରାଜୀ). Springer. p. 245. ISBN 978-3-319-60925-6.