ଗର୍ତ୍ତେଶ୍ବର ମହାଦେବ

ଗର୍ତ୍ତେଶ୍ବର ମହାଦେବ : ଉତ୍କଳ ପ୍ରଦେଶର କନିକା ଅଧୁନା ଓଡ଼ିଶା ରାଜ୍ୟର ରାଜନଗର ପଂଚାୟତ ସମିତି(ବ୍ଲକ)ର ଗୋସିଗାଁ ଗ୍ରାମରେ ଅନତି କାଳରୁ ବିରାଜମାନ କରିଥିବା ମହାଦେବ ବାବା ଗର୍ତ୍ତେଶ୍ବର ଭାବରେ ପରିଚିତ | ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ାଠାରୁ ପ୍ରାୟ ସତ ତିରିଶ କିଲୋ ମିଟର ଦୂରତା ତଥା ପଟାମୁଣ୍ଡାଇ ବ୍ଲକର ଅନ୍ତ ଏବଂ ରାଜନଗର ବ୍ଲକର ପ୍ରାରମ୍ଭରେ ଗର୍ତ୍ତେଶ୍ବର ପୀଠ ଅବସ୍ତିତ | କାର୍ତ୍ତିକ ପୁର୍ଣିମା,ଶିବ ରାତ୍ରି ,ଶିବ ବିବାହ,ମକର ସଂକ୍ରାନ୍ତି ଭଳି ପର୍ବ ପର୍ବାଣି ସମୟରେ ଏହି ପୀଠରେ ବହୁ ଭକ୍ତଙ୍କର ସମାଗମ ହୋଇଥାଏ |

ଗର୍ତ୍ତେଶ୍ବର ମହାଦେବ



ପର୍ବପର୍ବାଣି: ଏହି ପୀଠରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରେ ଶିବ ରାତ୍ରି ଏବଂ ଶିବ ବିବାହ ଦୁଇଟି ମୁଖ୍ୟ ପର୍ବ ଅଟେ | ଶିବ ରାତ୍ରି ପାଳନର ମୂଳ ଲକ୍ଷ୍ୟ ହେଉଚି ଅନ୍ଧକାର ଓ ଅଂଜ୍ଞତା ଉପରେ ବିଜୟ ହାସଲ କରିବା| ଏହି ଦିନରେ ଦେବାଳୟ ପରିସର ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣରେ ଗୁଂଜରିତ ହୋଇଥାଏ | "ଶିବ ବିବାହ" ଦେବ ଦମ୍ପତି ଗୌରୀ ଏବଂ ଶଙ୍କର ବିବାହ ଉତ୍ସବର ପର୍ବ |ଏହି ସମୟରେ ଶିବ ଓ ପାର୍ବତୀଙ୍କର ମାନବୀୟ ଲୀଳା ଦେଖିବା ପାଇଁ ବହୁ ଭକ୍ତଙ୍କର ସମାଗମ ହୋଇଥାଏ|
ପ୍ରସାଦ:ଏହି ମନ୍ଦିରରେ ବାବାଙ୍କର ମୁଖ୍ୟ ଭୋଗ ହେଉଚି " ଖେଚୁଡ଼ି" ଏହା ଛଡା ପଞ୍ଚାମୃତ ମଧ୍ୟ୍ୟ ମିଳେ |

ଶିବ ବିବାହ ସମୟର ଭକ୍ତ ବୃନ୍ଦ


ଅନ୍ୟ ଆକର୍ଷଣ:ଏହି କ୍ଷେତ୍ରରେ ବିବାହ ଉତ୍ସବ ସମାପନ ପାଇଁ ବିଶେଷ ସୁବିଧା ହେତୁ ବହୁତ ପରିବାର ଏହାର ସୁଯୋଗ ନେଇଥାନ୍ତି | ଏହାଛଡା ପ୍ରତି ସୋମବାର ଓ ସଂକ୍ରାନ୍ତିରେ ଏଠାରେ ଭିଡ ଲାଗିଥାଏ | ଏକାଧାରରେ ଏହି ପବିତ୍ର ପୀଠ ସମସ୍ତଙ୍କୁ ପ୍ରେମ ,ଭକ୍ତି ତଥା ଏକତାର ରଜ୍ଜୁରେ ସର୍ବଦା ବାନ୍ଧି ରଖି ଥାଏ |