ଗଜେଡ଼ି ତାଳ

ନେପାଳର ହ୍ରଦ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗଜେଡ଼ି ତାଲ
गजेडी ताल
ନେପାଳର ଅନ୍ୟତମ ଲୋକପ୍ରିୟ ହ୍ରଦ ଗଜେଡ଼ି
ନେପାଳର ଅନ୍ୟତମ ଲୋକପ୍ରିୟ ହ୍ରଦ ଗଜେଡ଼ି
Coordinates: 27°39.74′N 83°16.55′E / 27.66233°N 83.27583°E / 27.66233; 83.27583
ଦେଶନେପାଳ
ଡେଭେଲପମେଣ୍ଟ ରିଜିଅନ୍ପଶ୍ଚିମ
ଜୋନ୍ଲୁମ୍ବିନୀ
ଜିଲ୍ଲାରୂପମଦେହୀ
ପୌରପାଳିକାକଞ୍ଚନ ଆର୍.ଏମ୍.
ଗାଁଦାନପୁର-ପୁଚିରା
ୱାର୍ଡ଼ ନମ୍ବର.
Time zoneUTC+5:45 (ନେପାଳ ଟାଇମ୍)

ଗଜେଡ଼ି ତାଳ (ନେପାଳୀ: गजेडी ताल) ହେଉଛି ନେପାଳରେ ଅବସ୍ଥିତ ଏକ ହ୍ରଦ । ଏହି ହ୍ରଦଟି ନେପାଳର ଦକ୍ଷିଣ ଅଞ୍ଚଳରେ ଲୁମ୍ବିନି ଅଞ୍ଚଳ ପାଖାପାଖି ଗଜେଡ଼ି ଗାଆଁରେ ରହିଛି । ହ୍ରଦଟି ନେପାଳର ମହେନ୍ଦ୍ର ରାଜପଥର ଦକ୍ଷିଣ ଆଡ଼କୁ ମାତ୍ରର 3 km (1.9 mi) ଦୂରରେ ଅବସ୍ଥିତ । ଏହି ହ୍ରଦଟି 4.5 km2 (1.7 sq mi) ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏହାକୁ ବଡ଼ ବଣ ଘେରି ରହିଛି ।

ଅବସ୍ଥିତି ସମ୍ପାଦନା

ଗଜେଡ଼ି ତାଳ ନେପାଳର ଏକ ଗ୍ରାମାଞ୍ଚଳରେ ଅବସ୍ଥିତ । ଏହି ହ୍ରଦଟି ଦାନପୁର (କୁଚିରା) ଗାଆଁରେ ଅବସ୍ଥିତ, ଯାହାକି କଞ୍ଚନ ଗ୍ରାମୀଣ ପୌରପାଳିକା ଅନ୍ତର୍ଗତ । ଏହି ହ୍ରଦ ପାଖରେ ପହଞ୍ଚିବାକୁ ହେଲେ ରୂପନଦେହୀ ଜିଲ୍ଲା ମୁଖ୍ୟ ସଦର ମହକୁମାର ବୁତ୍ୱାଳଠାରୁ ସଡ଼କ ପଥ ମାଧ୍ୟମରେ ଯିବାକୁ ହୁଏ । ଜିଲ୍ଲା ସଦର ମହକୁମାଠାରୁ ଏହି ସ୍ଥାନଟି ପାଖାପାଖି ୨୧ କିଲୋମିଟର ଦୂରରେ ଅବସ୍ଥିତ । ବୁତ୍ୱାଳଠାରୁ ସଡ଼କ ପଥରେ ଯିବାବେଳେ ୧୯ କିଲୋମିଟର ପରେ ବାଂସଗାଧୀଠାରୁ ଦକ୍ଷିଣ ଦିଗକୁ ଯିବାକୁ ପଡ଼ିଥାଏ । ଏହି ହ୍ରଦ କୂଳରେ ଶାନ୍ତ ଓ ସବୁଜ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ଏହି ହ୍ରଦ ପାଖାପାଖି ଅଞ୍ଚଳରେ ଅନେକ ବିରଳ ପ୍ରଜାତିର ପକ୍ଷୀମାନେ ଦୃଶ୍ୟମାନ ହୁଅନ୍ତି ।

ପର୍ଯ୍ୟଟକ ଆକର୍ଷଣ ସମ୍ପାଦନା

ନୌକା ବିହାର ସମ୍ପାଦନା

 
ଗଜେଡ଼ି ତାଳ ହ୍ରଦରେ ନୌକବିହାର

ଏହି ହ୍ରଦରେ ନୌକା ବିହାର ଦିନକୁ ଦିନକୁ ଲୋକପ୍ରିୟ ହେବାରେ ଲାଗିଛି । ଅନେକ ପର୍ଯ୍ୟଟକ ଏହି ହ୍ରଦରେ କେବଳ ନିର୍ମଳ ଜଳରେ ନୌକା ବିହାର କରିବା ପାଇଁ ଆସିଥାନ୍ତି ଏବଂ ନୌକା ବିହାର ସହିତ ଏହି ଅଞ୍ଚଳର ସବୁଜ ବନାନୀକୁ ଉପଭୋଗ କରିଥାନ୍ତି । ଏହି ସ୍ଥାନରେ ନୌକା ବିହାର କରିବା ପାଇଁ ଅନେକ ପ୍ରଶିକ୍ଷିତ ଲୋକ ଅଛନ୍ତି, ଯେଉଁମାନେ ଆବଶ୍ୟକସ୍ଥଳେ ସାହାଯ୍ୟ କରିଥାନ୍ତି । ସେହି ଅଞ୍ଚଳରେ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରିବା ପାଇଁ ପର୍ଯ୍ୟଟକ ମାର୍ଗଦର୍ଶକମାନେ ମଧ୍ୟ ଥାଆନ୍ତି, ଯେଉଁମାନେ ସେହି ଅଞ୍ଚଳ ବିଷୟରେ ପ୍ରାୟ ସବୁକିଛି ଜାଣିଥାନ୍ତି । ଅନେକ ସମୟରେ ସେଠାରେ ଥିବା ମାର୍ଗଦର୍ଶକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସେଠାକର କିଛି ଦୁର୍ଘଟଣାରେ ମରିଥିବା କାହାଣୀକୁ କହି ପର୍ଯ୍ୟଟକମାନଙ୍କର ମନୋରଞ୍ଜନ କରିବା ପାଇଁ ଭୟଭୀତ କରାଇଥାନ୍ତି ।

ଜଙ୍ଗଲ ସଫାରୀ ସମ୍ପାଦନା

ଏହି ହ୍ରଦର ଚତୁଃପାର୍ଶ୍ୱରେ ଥିବା ସବୁଜ ବନାନୀ ପାଇଁ ଜଙ୍ଗଲ ସଫାରୀ କରିବା ଆନନ୍ଦପୂର୍ଣ୍ଣ ହୋଇଥାଏ । ଏହାର ପାଖାପାଖି ଅଞ୍ଚଳରେ ଲୋକମାନେ ଆମା ସମୂହ[୧], ସାମୂହିକ ବନ, ଇତ୍ୟାଦି ସଂସ୍ଥା ତିଆରି କରିଛନ୍ତି । ଏଠାରେ ଥିବା ପର୍ଯ୍ୟଟକ ମାର୍ଗଦର୍ଶକମାନେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହାର ପର୍ଯ୍ୟଟକଙ୍କ ପାଇଁ ଅନୁଗତ ରହିଥାନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବୁଲାଇ ଦେଖାଇବାକୁ ଥିବା ମାର୍ଗଦର୍ଶକମାନେ ଅତି ଅଳ୍ପ ଖର୍ଚ୍ଚରେ କାମ କରିଥାନ୍ତି ।

ବଣଭୋଜି ସମ୍ପାଦନା

ଏହି ସ୍ଥାନରେ ବଣଭୋଜି କରିବା ହେଉଛି ଏକ ବିଶେଷ କାର୍ଯ୍ୟକଳାପ । ଯେତେବେଳେ ଏହି ହ୍ରଦଟି ସେତେ ଲୋକପ୍ରିୟ ହୋଇନଥିଲା, ସେତେବେଳେ ଦୂର ଗାଆଁମାନଙ୍କୁ ଲୋକମାନେ ବଣଭୋଜି କରିବା ପାଇଁ ପ୍ରଥମେ ଏହି ସ୍ଥାନଟିକୁ ଆସୁଥିଲେ । ଏବେ ଏହି ସ୍ଥାନଟି ସମୂର୍ଣ୍ଣ ସୁବିଧା ଥିବା ବଣଭୋଜି ସ୍ଥଳ ।

ପାଖାପାଖି ସ୍ଥାନ ସମ୍ପାଦନା

ଏହି ହ୍ରଦର ଅଳ୍ପ କିଛି ଦୂରରେ ଲୁମ୍ବିନୀ, ଗୌତମ ବୁଦ୍ଧଙ୍କର ଜନ୍ମସ୍ଥଳ ଅବସ୍ଥିତ, ଯାହାକି "ଦ ଲାଇଟ ଅଫ୍ ଏସିଆ" ଭାବରେ ଜଣା ।[୨] ଏହି ସ୍ଥାନଟିକୁ ବିଦେଶ ପର୍ଯ୍ୟଟକମାନେ ବହୁତ ଆସନ୍ତି ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2017-09-14. Retrieved 2018-11-30. {{cite web}}: Cite has empty unknown parameter: |1= (help)
  2. http://www.buddhanet.net/e-learning/buddhistworld/buddha.htm

ବାହାର ଆଧାର ସମ୍ପାଦନା