ଉପକରଣସମ୍ପାଦନ କରନ୍ତୁ

  • ଅରୁଆ ଚାଉଳ ୧ କପ
  • ନଡ଼ିଆ ଫାଳେ
  • ଚିନି ଅଧା କପ
  • କ୍ଷୀର ଅଧା ଲିଟର
  • ଅଳେଇଚ ୮ଟି
  • ତେଜପତ୍ର ୪ଟି
  • ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନିଅନ୍ତୁ

ପ୍ରସ୍ତୁତିସମ୍ପାଦନ କରନ୍ତୁ

ଅରୁଆ ଚାଉଳକୁ ବାଛି ତାକୁ ଧୋଇ ପାଣିରୁ ଛାଣି ଶୁଖିଲା ଗୁଣ୍ଡ କରିଦେବେ।ନଡ଼ିଆକୁ କୋରି ଦେବେ।ଏଥର ଗୁଣ୍ଡ ଅରୁଆ ଚାଉଳରେ କୋରା ନଡ଼ିଆକୁ ପକାଇ ଆଉଥରେ ବାଟି ଦେବେ।ଚୁଲିରେ ପାତ୍ର ବସାଇ ସେଥିରେ ଅଧା କପ ପାଣି ଦେଇ ଆବଶ୍ୟକ ମୁତାବକ ଚିନି ଓ ଲୁଣ ପକାଇବେ।ପାଣି ଫୁଟିଗଲା ପରେ ଚାଉଳ ଓ ନଡ଼ିଆର ବଟାକୁ ସେଥିରେ ପକାଇ ଭଲକରି ଘାଣ୍ଟି ଦେବେ।ମେଞ୍ଚା ମେଞ୍ଚା ହୋଇ ଖଳି ହେଲାପରେ ଏହି ଖଳିକୁ ଚୁଲିରୁ ତଳକୁ ଓହ୍ଲାଇ ଦେବେ।ଅନ୍ୟ ଏକ ପାତ୍ରରେ କ୍ଷୀର ବସାଇ ତାକୁ ଭଲକରି ଫୁଟାଇ ଅଧେ ମାରିଦେବେ।ଏହି କ୍ଷୀରରେ ପ୍ରସ୍ତୁତ ହୋଇ ରହିଥିବା ଚାଉଳ ଖଳିକୁ ଛୋଟ ଛୋଟ ଗୋଲ ଗୋଲ ରସଗୋଲା ପରି ହାତରେ କରି ପକାଇବେ। ଏହାକୁ ମଝିରେ ମଝିରେ ଘାଣ୍ଟୁଥିବେ, ନଚେତ୍ କ୍ଷୀରର ତଳକୁ ଲାଗି, କ୍ଷୀର ପୋଡିଯାଇ ଗଇ ଗଇଁଠା ସୁଆଦିଆ ଲାଗିବ ନାହିଁ।କ୍ଷୀର ଗଇଁଠା ହୋଇ ଆସିଲେ ଚୁଲିରୁ ଏହାକୁ ଓହ୍ଲାଇ ସେଥିରେ ଅଳେଇଚ ଛେଚା କରି ଏବଂ ତେଜପତ୍ର ପକାଇ ଘୋଡଣୀରେ ଘଡ଼ାଇ ରଖିବେ ଏବଂ ଥଣ୍ଡା କରିବେ।ଏଥର ଗଇଁଠା ପିଠା ପ୍ରସ୍ତୁତ ହୋଇଗଲା।