ନବନିର୍ମିତ ବିଗ୍ରହଙ୍କ ଗୋପନ ସେବାରେ ଶୁଦ୍ଧା ସୁଆରମାନେ ଶ୍ରୀଅଙ୍ଗ ସେବା କରିଥାଆନ୍ତି । ବିଦ୍ୟାପତି ବଂଶଜ ରୂପେ ମାନ୍ୟତା ଦାବି କରୁଥିବା ଶୁଦ୍ଧ ସୁଆରମାନେ ଏହି ଭିତର ଖଳି ଲାଗି ସେବାକୁ ନବକଳେବର ପର୍ବର ସପ୍ତାବରଣ ନୀତି ଆରମ୍ଭରୁ ଗୋପନରେ କରିଥାନ୍ତି । ସ୍କନ୍ଧ ପୁରାଣ, ବାମଦେବ ସଂହିତା, ନିଳାଦ୍ରି ମହୋଦୟ, ଦେଉଳ ତୋଳା ଆଦି ଗ୍ରନ୍ଥରେ ଗୁପ୍ତ ସେବା ସଂପର୍କରେ ସବିଶେଷ ସୂଚନା ରହିଛି ।

ପ୍ତସ୍ତୁତି ସମ୍ପାଦନା

ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ (ଖଳି) ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏଥିପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ । ଗୋପନୀତା ରକ୍ଷା କରି ଦଇତାପତି, ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳି ଅବଲମ୍ବନରେ ଶ୍ରୀଜିଉଙ୍କୁ ରକ୍ତ ବସ୍ତ୍ର ଆବରଣ ଦେଇଥାଆନ୍ତି । ଏହା ପରେ ନବଯୌବନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି (ଦିବ୍ୟ ପ୍ରଲେପ) ଦିଆ ଯାଏ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥାନ୍ତି । ପୂର୍ବ ସଂଧ୍ୟାରେ ଧୂପ ପରେ ଏହି ଖଳିକୁ ପ୍ରସ୍ତୁତ କରି ଶୁଦ୍ଧ ସୁଆରଙ୍କୁ ବାସଭବନରେ ଅଧିବାସରେ ରଖିଥାଆନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା ସହ ଡକାରା ଯାଇଥାଏ । ସୁଦ୍ଧ ସୁଆର ସେବକଙ୍କ ବାସଭବନକୁ । ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଖଳି ବିଜେରେ ତିନି ଜଣ ସେବାୟତ ଶ୍ରୀମନ୍ଦିର ଯାଇଥାଆନ୍ତି । ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟ, ଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ (ଦିବ୍ୟ ପ୍ରଲେପ) ଶ୍ରୀମନ୍ଦିର ବିଜେ କରିଥାନ୍ତି । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିଥାଆନ୍ତି । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ବିଜେ କରିଥାଆନ୍ତି । ଶୁଦ୍ଧ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଲାଗିର ଗୋପନ ସେବା ସଂପନ୍ନ ହୋଇଥାଏ । ଶ୍ରୀମନ୍ଦିର

୨୦୧୫ ନବକଳେବରରେ ଖଳିଲାଗି ସମ୍ପାଦନା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ୨୦୧୫ ନବକଳେବର ପାଇଁ ଏହି ଶୁଦ୍ଧ ସୁଆର ସେବାକୁ ଗୋବିନ୍ଦ ଚନ୍ଦ୍ର ସୁଆର, ବନମାଳି ସୁଆର, ଶ୍ରୀଧର ସୁଆର, ଲୋକନାଥ ସୁଆର, ରାମଚନ୍ଦ୍ର ସୁଆର ଆଦି ସଂପାଦନ କରିଛନ୍ତି । ବଡ଼ ଦେଉଳକୁ ଖଳି ବିଜେ ପରେ ପ୍ରଭୁଙ୍କ ଘଣା ଲାଗି ହୋଇଥାଏ । ଘଣାଲାଗିରେ ପାଟସୂତାକୁ ଏକ ଗୋପନ ତଥା ସ୍ୱତନ୍ତ୍ର ଶୈଳିରେ ଶ୍ରୀଜିଉଙ୍କ ଲାଗି ହୋଇଥାଏ । ଘଣା ଲାଗି ପରେ ଶୁଦ୍ଧ ସୁଆର ବିଜେ କରାଇଥିବା ବିଜେ ଖଳିକୁ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ଲାଗି କରିଥଆନ୍ତି । [୧]

ଆଧାର ସମ୍ପାଦନା

  1. "ଶୁଦ୍ଧ ସୁଆରଙ୍କ ଶ୍ରୀଅଙ୍ଗସେବା - ଶ୍ରୀଜିଉଙ୍କ ଖଳିଲାଗି". ସମ୍ବାଦ. ୧୫ /୭/୨୦୧୫. Retrieved 5 September 2015. {{cite news}}: Check date values in: |date= (help)