କ୍ଲେବ୍ସିଏଲା ନିମୋନି

(କ୍ଲେବ୍ସିଏଲା ନିମୋନ୍ଯେରୁ ଲେଉଟି ଆସିଛି)

କ୍ଲେବ୍ସିଏଲା ନିମୋନି ଏକ ଗ୍ରାମ୍-ବିରୋଧୀ, ଖୋଳ-ବିହୀନ, ଲାକ୍ଟୋଜ୍-କିଣ୍ୱନକାରୀ, ଇଚ୍ଛାଧୀନ ଅବାୟବ, ବାଡ଼ି ଆକାରର ବ୍ଯାକ୍ଟେରୀଆ ଅଟେ। ମ୍ଯାକ୍କୋଙ୍କି ଆଗାର ଉପରେ ଏହା ମ୍ଯୁକୋଏଡ ଲାକ୍ଟୋଜ୍-କିଣ୍ୱକ ପରି ଦେଖାଯାଏ।

କ୍ଲେବ୍ସିଏଲା ନିମୋନି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ବ୍ଯାକ୍ଟେରୀଆ
ପର୍ବ: ପ୍ରୋଟିଓବ୍ଯାକ୍ଟେରିଆ
ଶ୍ରେଣୀ: ଗାମାପ୍ରୋଟିଓବ୍ଯାକ୍ଟେରିଆ
ବର୍ଗ: ଏଣ୍ଟେରୋବ୍ଯାକ୍ଟେରୀଆଲ
ବଂଶ: ଏଣ୍ଟେରୋବ୍ଯାକ୍ଟେରୀଆସି
ପ୍ରଜାତି: କ୍ଲେବ୍ସିଏଲା
ଜାତି: କ ନିମୋନ୍ଯେ
ବାଇନୋମିଆଲ ନାମ
କ ନିମୋନ୍ଯେ
(ଷ୍ରୋଏଟର ୧୮୮୬) ତ୍ରେବିଷାନ୍ ୧୮୮୭
ଉପଜାତି

ମୁଖ, ଚର୍ମ ତଥା ଅନ୍ତ୍ରନଳୀରେ ମିଳୁଥିଲେ ମଧ୍ୟ ଏହାକୁ ଆଘ୍ରାଣ କଲେ ଏହା ଫୁସଫୁସରେ, ମୁଖ୍ଯତଃ ଆଲଭିଓଲାଇକୁ ଗଭୀର କ୍ଷତି ପହଞ୍ଚାଇ ପାରେ। ଫଳରେ ସ୍ପୁଟମ ରକ୍ତିମ, ମାଠିଆ ତଥା ହଳଦିଆ ରଙ୍ଗର ହୋଇଯାଏ।[୧] ଏହା ଏଣ୍ଟେରୋବ୍ଯାକ୍ଟେରିଆସିର କ୍ଲେବ୍ସିଏଲା ପ୍ରଜାତିର ଅତି ମହତ୍ତ୍ୱପୂର୍ଣ୍ଣ ସଦସ୍ଯ।

ଏହା ପ୍ରାକୃତିକ ଭାବରେ ମାଟିରେ ମିଳିଥାଏ ଏବଂ ଅବାୟବିକ ପରିସ୍ଥିତିରେ ଶତକଡା ପ୍ରାୟ ୩୦ ଭାଗ ଉପଜାତି ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି।[୨] ଏକ ମୁକ୍ତ ଦ୍ୱିଆଜୋଭୋଜୀ ହୋଇଥିବାରୁ ଏହାକୁ ଅଧିକ ଗବେଷିତ କରାଯାଇଛି। ଏହା କୃଷିକାର୍ଯ୍ୟ ପାଇଁ ମହତ୍ତ୍ବପୂର୍ଣ୍ଣ ଏବଂ ଶସ୍ଯ ଅମଳରେ ବୃଦ୍ଧି କରିପାରିବ ବୋଲି ପରୀକ୍ଷା କରାଯାଇ ସାରିଛି।[୩]

ଏହା କ୍ଲେ. ଓକ୍ସିଟୋକାର ନିକଟ ସମ୍ବନ୍ଧୀୟ। ତା'ଠାରୁ ଏହାର ଭିନ୍ନତା ହେଲା - ଏହା ଇଣ୍ଡୋଲ-ବିରୋଧୀ ଏବଂ ମେଲେଜିଟୋଜରେ ଏହା ବଢିପାରେ କିନ୍ତୁ ୩-ହାଇଡ୍ରୋକ୍ସିବ୍ଯୁଟିରେଟରେ ବଢିପାରେ ନାହିଁ।

ଇତିହାସ ସମ୍ପାଦନା

କ୍ଲେବ୍ସିଏଲା ପ୍ରଜାତିଟି ଜର୍ମାନ ଅଣୁଜୀବ ବିଜ୍ଞାନୀ ଏଡ୍ୱିନ କ୍ଲେବ୍ସ (୧୮୩୪-୧୯୧୩)ଙ୍କ ନାମରେ ନାମିତ।[ଆଧାର ଲୋଡ଼ା] ଜର୍ମାନ ରୋଗବିଜ୍ଞାନୀ କାର୍ଲ ଫ୍ରିଏଡ୍ଲାଣ୍ଡରଙ୍କ ସମ୍ମାନରେ ଏହାକୁ ଫ୍ରିଏଡ୍ଲାଣ୍ଡରଙ୍କ ବାସିଲମ୍ ବୋଲି ମଧ୍ଯ କୁହାଯାଏ।[୪]

ମହାମାରୀ ବିଜ୍ଞାନ ସମ୍ପାଦନା

କ୍ଲେ. ନିମୋନ୍ଯେ ନିମୋନିଆ ରୋଗ ଛଡ଼ା ମୂତ୍ରନଳୀରେ ତଥା ପିତ୍ତନଳୀରେ ମଧ୍ଯ ସଂକ୍ରମଣ କରାଇପାରେ। ଏହାଦ୍ୱାରା ନିମ୍ନଲିଖିତ ରୋଗାଦି ହେଇଥାଏ; ଯଥା - ନିମୋନିଆ, ଥ୍ରୋମ୍ବୋଫ୍ଲେବିତିସ, ମୂତ୍ରନଳୀ ସଂକ୍ରମଣ, କୋଲେସିଷ୍ଟିସ, ଡାଇରିଆ, ଉପର ଶ୍ୱାସନଳୀ ସଂକ୍ରମଣ, ଘା ସଂକ୍ରମଣ, ଅଷ୍ଟିଓମିଲେଟିସ, ମେନିଞ୍ଜାଇଟିସ୍, ବ୍ଯାକ୍ଟେରେମିଆ ଓ ସେପ୍ସିସ ଇତ୍ଯାଦି। କ୍ଲେବ୍ସିଏଲା ବୟସ୍କ ଲୋକଙ୍କଠାରେ ମୂତ୍ରନଳୀ ସଂକ୍ରମଣ କରିବାରେ ଇ. କୋଲାଇ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ସଂକ୍ରମଣ ସମ୍ପାଦନା

କ୍ଲେ. ନିମୋନ୍ଯେରେ ସଂକ୍ରମିତ ହେବାପାଇଁ ଜଣେ ଲୋକକୁ ଏହି ବ୍ଯାକ୍ଟେରୀଆ ସହ ପ୍ରତ୍ଯକ୍ଷ ସଂସ୍ପର୍ଶରେ ଆସିବାକୁ ପଡିବ । ଅର୍ଥାତ୍ କ୍ଲେ. ନ୍ଯୁମୋନ୍ଯେ ଲୋକର ଶ୍ୱାସନଳୀରେ ପଶିବାକୁ ପଡିବ । ପ୍ରକୃତିରୁ ସିଧାସଳଖ ସଂକ୍ରମଣ ଏବେମଧ୍ୟ ବିବାଦିତ ।[୫] କିନ୍ତୁ ଏହି ବୀଜାଣୁଟି ବାୟୁଦ୍ୱାରା ବ୍ଯାପେ ନାହିଁ । ଭେଣ୍ଟିଲେଟର ତଥା ଅନ୍ତର୍ଧମନୀୟ କାଥେଟରଦ୍ୱାରା ରୋଗୀମାନେ ଏହି ବୀଜାଣୁଦ୍ୱାରା ସଂକ୍ରମିତ ହୋଇଥାନ୍ତି ।

ଚିକିତ୍ସା ସମ୍ପାଦନା

ଯଦି କ୍ଲେ. ନ୍ଯୁମୋନ୍ଯେଜନ୍ଯଟି ଡ୍ରଗ ପ୍ରତିରୋଧୀ ନୁହଁ, ତେବେ ଏହାକୁ ପ୍ରତିଜୀବକ ଦେଇ ଚିକିତ୍ସା କରାଯାଇ ପାରିବ । କ୍ଲେ. ନ୍ଯୁମୋନ୍ଯେର ସଂକ୍ରମଣକୁ ଠିକ୍ କରିବା କଷ୍ଟସାଧ୍ୟ ଅଟେ, କାରଣ ଏହା ପାଇଁ ଆବଶ୍ୟକ ପ୍ରତିଜୀବକ ସଂଖ୍ଯା କମ୍ ଅଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ଅଣୁଜୀବବିଜ୍ଞାନର ଗବେଷଣାଗାରରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଉପଯୁକ୍ତ ପ୍ରତିଜୀବକ ନିର୍ଦ୍ଧାରଣ କରାଯାଏ ।ବହୁଡ୍ରଗୀୟ ପ୍ରତିରୋଧୀ କ୍ଲେବ୍ସିଏଲା ଜାତିଦ୍ୱାରା ମୂତ୍ରନଳୀ ସଂକ୍ରମଣର ଚିକିତ୍ସା ପାଇଁ ଆମିକାସିନ ଓ ମେରୋପେନେନର ଏକ କୋମ୍ବୋ ଥେରାପି ଦିଆଯାଏ ।[୬]

ଆଧାର ସମ୍ପାଦନା

  1. Ryan, KJ; Ray, CG, eds. (2004). Sherris Medical Microbiology (4th ed.). McGraw Hill. ISBN 978-0-8385-8529-0.
  2. Postgate, J (1998). Nitrogen Fixation (3rd ed.). Cambridge University Press. ISBN 978-0-521-64047-3.
  3. Riggs, PJ; Chelius MK; Iniguez AL; Kaeppler SM; Triplett EW (2001). "Enhanced maize productivity by inoculation with diazotrophic bacteria". Australian Journal of Plant Physiology. 29 (8): 829–836. doi:10.1071/PP01045.
  4. Zander, Dani S.; Farver, Carol F. (2016). Pulmonary Pathology: A Volume in Foundations in Diagnostic Pathology Series. Elsevier Health Sciences. p. 169. ISBN 978-0-323-46119-1. Retrieved 14 January 2017. {{cite book}}: Unknown parameter |name-list-format= ignored (|name-list-style= suggested) (help)
  5. "Carbapenem-resistant Enterobacteriaceae (CRE) Infection: Clinician FAQs". Cdc.gov. Retrieved 25 October 2017.
  6. Yasin, Faizan; Assad, Salman; Talpur, Abdul Subhan; Zahid, Mehr; Malik, Shuja A (2017). "Combination Therapy for Multidrug-Resistant Klebsiella Pneumoniae Urinary Tract Infection". Cureus. doi:10.7759/cureus.1503. ISSN 2168-8184. PMC 5608481.