କୋବି କସା
କୋବି କସା
କୋବି କସା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନକୋବି,ଆଳୁ

ଆବଶ୍ୟକ ସାମଗ୍ରୀ ସମ୍ପାଦନା

  1. ଫୁଲ କୋବି -୧ଟି
  2. ଆଳୁ -୩୫୦ଗ୍ରାମ୍
  3. ଟମାଟୋ - ୨ଟି
  4. ଅଦା - ୧ଟି
  5. ଲଙ୍କା - ୨ ଟି
  6. ଧନିଆ - ୩ଟି ବଡ଼ ଚାମଚ ଭଲରେ କଟା ହୋଇଥିବା
  7. ତେଲ
  8. ଜିରା-ଅଧା ଛୋଟ ଚାମଚ
  9. ହେଙ୍ଗୁ - ୧ ଚିମୁଟା
  10. ହଳଦୀ ପାଊଡର - ୧/୪ ଚାମଚ
  11. ଧନିଆ ପାଉଡର- ୧/୪ ଚାମଚ
  12. ଲଙ୍କା ଗୁଣ୍ଡ - ୧/୪ ଚାମଚ
  13. ମେଥି - ୨ ଛୋଟ ଚାମଚ
  14. ଲୁଣ- ସ୍ୱାଦାନୁସାରେ
  15. ବଡ଼ ଅଳେଇଚ - ୨ଟି
  16. ଡାଲଚିନି
  17. ଲବଙ୍ଗ - ୩ଟି
  18. ଶୁଖିଲା ଲଙ୍କା - ୮ରୁ ୧୦ ଟି

ବିଧି ସମ୍ପାଦନା

କୋବିକୁ ଛୋଟ ଛୋଟ ଟୁକୁଡାରେ କାଟିକରି ଭଲରେ ଧୋଇ ଦିଅନ୍ତୁ। ଆଳୁର ଚୋପା ଛଡ଼ାଇ ସମସ୍ତ ଆଳୁକୁ ୬ଟି ତୁକୁଡାରେ କାଟନ୍ତୁ । ଟମାଟୋ, ଅଦାକୁ ଭଲରେ ପେସି ଦିଅନ୍ତୁ ଏବଂ କିଛି ଅଦାକୁ ଲମ୍ବା ଲମ୍ବା ତୁକୁଡାରେ କାଟନ୍ତୁ। କରାଇରେ ତେଲ ପକାଇ ଭଲରେ ଗରମ କରି ଦିଅନ୍ତୁ । ତେଲ ଗରମ ହେଲାପରେ ସେଥିରେ ଆଳୁ ପକାଇ ଭଲରେ ଭାଜନ୍ତୁ ।ଏବେ ଆଳକୁ ବାହାର କରି କୋବିକୁ ଭାଜନ୍ତୁ ।ଏବଂ କୋବି ଅଳ୍ପ ଖଇରିଆ ହେଲାପରେ ତାକୁ ବାହାର କରିଦିଅନ୍ତୁ ।

ଏହାପରେ କରାଇରେ ୨-୩ ଚାମଚ ତେଲ ଛାଡିକରି ବାକି ତେଲ ବାହାର କରି ଦିଅନ୍ତୁ ।

ତେଲରେ ଜିରା,ହେଙ୍ଗୁ ପକାନ୍ତୁ,ଜିରାକୁ ଭୁଣିଲା ପରେ ସେଥିରେ କଟା ହୋଇଥିବା ଅଦା,ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ,ଲଙ୍କା, ଅଳେଇଚ,ଡାଲଚିନି,ଲବଙ୍ଗ ଏବଂ କସ୍ତୁରି ମେଥି ପକାଇ ଭଲରେ ଭୁଣନ୍ତୁ । ଏହପରେ ଟମାଟୋ,ଅଦା,ଲଙ୍କାର ପେସ୍ଟ ପକାନ୍ତୁ ଏବଂ ଲଙ୍କା ଗୁଣ୍ଡ ପକାଇ ଭଲରେ ଭୁଣନ୍ତୁ ଜେପରିକି ମସଲା ଉପରେ ତେଲ ଦେଖାଯିବ। ମସଲା ଭୁଣିଲା ପରେ ସେଥିରେ ୧/୨କପ୍ ପାଣି,ଲୁଣ,ଗରମ ମସଲା ପକାନ୍ତୁ ଏହା ଫୁଟିଲା ପରେ ସେଥିରେ ଛଣା ହୋଇଥିବା କୋବି,ଆଳୁ ଏବଂ ଧନିଆ ପକାଇ ମିଶାନ୍ତୁ ଏବଂ ୫ ମିନିଟ ପାଇଁ ଢାଙ୍କୁଣି ଦେଇ ଦିଅନ୍ତୁ। ୫ ମିନିଟ ପରେ ଏହାକୁ ପାତ୍ରରୁ କାଢି ଗରମ ଗରମ ପରସନ୍ତୁ।

ଟିପ୍ପଣୀ ସମ୍ପାଦନା

  1. ଏହା ୪-୫ ଜଣଙ୍କ ପାଇଁ ଉଦ୍ଦିଷ୍ଟ
  2. ସମୟ ୪୦ ମିନିଟ
  3. ଏହାକୁ ପରଟା,ନାନ୍ କିମ୍ବା ରୁଟି ସାଙ୍ଗରେ ମଧ୍ୟ ଖାଇପାରିବେ।