କୁସୁମ ଟେଟେ

ଓଡ଼ିଆ ରାଜନୀତିଜ୍ଞ

କୁସୁମ ଟେଟେ (ଜନ୍ମ: ୧୭ ଜୁଲାଇ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪]

କୁସୁମ ଟେଟେ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଯୋଗେଶ କୁମାର ସିଂହ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-07-17) ୧୭ ଜୁଲାଇ ୧୯୭୩ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀଅଜୟ କୁମାର ପଟେଲ
ବାପା/ବୋଉଜୋନାସ୍ ଟେଟେ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୁସୁମ ଟେଟେ ୧୯୭୩ ମସିହାର ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜୋନାସ୍ ଟେଟେ ଓ ସ୍ୱାମୀଙ୍କ ନାମ ଅଜୟ କୁମାର ପଟେଲ ।[୫]

ରାଜନୈତିକ ଜୀବନ ସମ୍ପାଦନା

କୁସୁମ ଟେଟେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ବିଜୁ ଜନତା ଦଳର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେଡି ପକ୍ଷରୁ ଯୋଗେଶ କୁମାର ସିଂହଙ୍କୁ ପ୍ରାର୍ଥୀ କରାଯାଇବା ପରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।[୬][୭] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୫]

୨୦୧୪ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ କୁସୁମ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୫୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଭାରତୀୟ ଜାତୀୟ କଂଗ୍ରେସର ଯୋଗଶ କୁମାର ସିଂହଙ୍କଠାରୁ ପରାସ୍ତ ହୋଇଥିଲେ ।[୮][୯][୭] ପରାଜୟ ପରେ ସେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ ।[୧୦]

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଏବଂ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପୁଣିଥରେ ନିର୍ବାଚନ ଲଢ଼ିଥିଲେ ।[୧୧] ଏହି ନିର୍ବାଚନରେ ସେ ସମୁଦାୟ ୮୩,୧୧୮ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଯୋଗେଶ ସିଂହଙ୍କୁ ୭,୩୬୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨][୧୩][୧୪]

ଆଧାର ସମ୍ପାଦନା

  1. "ବିଜେଡିର ଜୟ ଯାତ୍ରା ଅବ୍ୟାହତ, ବିଜେପିକୁ ମିଳିଲା ଆଉ ୩ ବିଧାନ ସଭା ଆସନ, କଂଗ୍ରେସ ଜିତିଲା ସାନଖେମୁଣ୍ଡି". ସମ୍ବାଦ. sambad.in. 23 May 2019. Retrieved 5 July 2021.
  2. Sundargarh SDC Chairperson Kusum Tete resigns
  3. "Odisha minister Pratap Jena stresses on providing water supply to all households". The New Indian Express. 22 September 2019. Retrieved 8 November 2019.
  4. "Former Sundergarh SDC chairperson Kusum Tete quits BJD". Archived from the original on 2019-10-09. Retrieved 2021-07-05.
  5. ୫.୦ ୫.୧ "Shri Kusum Tete". odishaassembly.nic.in. Odisha Assembly. Retrieved 5 July 2021.
  6. "ବିଜେପିରେ କୁସୁମ, କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ | Sambad". ସମ୍ବାଦ. sambad.in. 21 March 2019. Retrieved 5 July 2021.
  7. ୭.୦ ୭.୧ Denied ticket, Kusum resigns from BJD
  8. "ବିଜେଡିରୁ କୁସୁମ ଓ ପ୍ରମୋଦଙ୍କ ଇସ୍ତଫା | Sambad". ସମ୍ବାଦ. sambad.in. 19 March 2019. Retrieved 5 July 2021.
  9. "ଚର୍ଚ୍ଚାରେ ସୁନ୍ଦରଗଡ଼ ରାଜନୀତି : ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କୁ ଟକ୍କର ଦେବେ ଦୁଇଦିନ ତଳେ ବିଜେପିରେ ଯୋଗଦେଇଥିବା କୁସୁମ ଟେଟେ". ସମ୍ବାଦ. sambad.in. 22 March 2019. Retrieved 5 July 2021.
  10. "ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ". ସମ୍ବାଦ. sambad.in. 19 March 2019. Retrieved 5 July 2021.
  11. "ଓଡ଼ିଶାର ୧୦୦ ବିଧାନ ସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି; ଦାମ, ପ୍ରକାଶ,ନାରାୟଣ ରାଓ ଓ କୁସୁମଙ୍କୁ ଟିକେଟ୍". ସମ୍ବାଦ. sambad.in. 21 March 2019. Retrieved 5 July 2021.
  12. "Sundargarh Assembly Election Results 2019 Live: Sundargarh Constituency (Seat) Election Results, Live News". News18. Retrieved 5 July 2021.
  13. "ସୁନ୍ଦରଗଡ଼ରେ ବିଜେଡି ପୁଣି ବିଫଳ". ସମ୍ବାଦ. sambad.in. 25 May 2019. Retrieved 5 July 2021.
  14. "ରାଜ୍ୟରେ ନବୀନ ହାୱା ବହୁଥିବା ବେଳେ ସୁନ୍ଦରଗଡରେ ବିଫଳ ହୋଇଛି ବିଜେଡି". Kanak News. kanaknews.com. 25 May 2019.

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Kusum Tete-ସମ୍ପର୍କିତ ମିଡ଼ିଆ