କୁସୁଣ୍ଡା ଜନଜାତି

କୁସୁଣ୍ଡା (ନେପାଳୀ: कुसुन्डा जाति) ବା "ବନ ରାଜା" (ବଣର ଲୋକ), ନିଜକୁ ମିହାକ କହୁଥିବା, ନେପାଳର ଏକ ଜନଜାତି । ସେମାନେ ପୂର୍ବରୁ ପଶ୍ଚିମ ନେପାଳର ଜଙ୍ଗଲରେ ଶିକାରୀ-ସଂଗ୍ରାହକ ଥିଲେ ଓ ବର୍ତ୍ତମାନ ପଡ଼ୋଶୀ ଜନଜାତିଙ୍କ ସହ ବିବାହ କରି ଗ୍ରାମମାନଙ୍କରେ ବସବାସ କରୁଛନ୍ତି। ସେମାନେ ଶିକାରୀ-ସଂଗ୍ରାହକ ଥିବା ବେଳେ ମୁଖ୍ୟତଃ ରାତିରେ ଗଛରେ ବିଶ୍ରାମ ନେଉଥିବା ପକ୍ଷୀମାନଙ୍କୁ ଧନୁ ଏବଂ ଅସାଧାରଣ ଲମ୍ବା (୧୬୦ ସେ. ମି.) ସ୍ଥଳଚର ପ୍ରାଣୀ ଶିକାର ପାଇଁ ଅନୁପଯୁକ୍ତ ପରହୀନ ତୀରରେ ଶିକାର କରୁଥିଲେ । ସେମାନଙ୍କର କେବଳ ବଣଜନ୍ତୁଙ୍କ ମାଂସ ଖାଇବା ପ୍ରଥା ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଚଳିଆସିଥିଲା | କୁସୁଣ୍ଡାମାନେ ହେଉଛନ୍ତି ସର୍ବାତ୍ମବାଦର ଅନୁଗାମୀ ।

କୁସୁଣ୍ଡା
୨୦୧୯ରେ କୁସୁଣ୍ଡା ବୃଦ୍ଧା ଜ୍ଞାନୀ ମାୟା ସେନ-କୁସୁଣ୍ଡା (୧୯୩୭–୨୦୨୦)
ସମୁଦାୟ ଜନସଂଖ୍ୟା
c. ୨୭୩
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
   Nepal
ଭାଷାସମୂହ
କୁସୁଣ୍ଡା ଭାଷା

ଇତିହାସ

ସମ୍ପାଦନା

୧୯୫୬ ମସିହାରେ, ରେନେ ନେବେସ୍କି-ଭୋଜୋକୋଭିଜ୍ ତାଙ୍କ ରିପୋର୍ଟରେ କୁସୁଣ୍ଡା ଗ୍ରାମବାସୀମାନେ ନେପାଳୀ ଚାଷୀମାନଙ୍କ ସହିତ ନୀରବ ଦିଆନିଆ କରୁଥିବା କଥା ଲେଖିଥିଲେ । ସେ ଉଲ୍ଲେଖ କରିଥିଲେ ଯେ କୁସୁଣ୍ଡାମାନେ ନିକଟରେ ଶିକାର କରିଥିବା ଏକ ହରିଣ ଆଣି ଏକ ଚାଷ ଘରେ ଛାଡ଼ିଯାଇଥିଲେ । ଆଉ ଅପ୍ରକାଶିତ ଆଶା ରଖିଥିଲେ ଯେ ଚାଷୀମାନେ କୁସୁଣ୍ଡାମାନଙ୍କୁ କୃଷିଜାତ ଦ୍ରବ୍ୟ ଦେବେ।[] ୧୯୬୮ ମସିହାରେ ଆମେରିକୀୟ ନୃତତ୍ତ୍ୱବିତ୍ ଜୋହାନ୍ ରୀନହାର୍ଡ଼ କେନ୍ଦ୍ରୀୟ ନେପାଳର ଗୋର୍ଖା ନିକଟରେ ଶେଷ ଜୀବିତ କୁସୁଣ୍ଡାମାନଙ୍କ ମଧ୍ୟରୁ କେତେଜଣଙ୍କ ବାବଦରେ ଜାଣିବା ପରେ ୧୯୬୯ ଏବଂ ୧୯୭୫ ମସିହାରେ ପଶ୍ଚିମ ନେପାଳର ଡାଙ୍ଗ ଏବଂ ସୁରଖେତ ଉପତ୍ୟକାରେ ଅନ୍ୟ କୁସୁଣ୍ଡାମାନଙ୍କ ବାବଦରେ ଜାଣିବାକୁ ପାଇଥିଲେ । ସେମାନଙ୍କ ବାବଦରେ ସେ ମୌଳିକ ଭାଷାଗତ ଏବଂ ନୃତାତ୍ତ୍ବିକ ତଥ୍ୟ ସଂଗ୍ରହ କରିଥିଲେ।

କୁସୁଣ୍ଡା ଭାଷା

ସମ୍ପାଦନା
ଜ୍ଞାନୀ ମୈୟା ସେନ-କୁସୁଣ୍ଡା ଶରୀରର ଅଙ୍ଗ ଦେଖାଇ କୁସୁଣ୍ଡାରେ ପ୍ରତି ଅଙ୍ଗର ନାମ ଉଚ୍ଚାରଣ କରୁଛନ୍ତି

ୱାଟର୍ସ ୨୦୦୫ରେ କୁସୁଣ୍ଡା ଭାଷାର ଏକ ମଧ୍ୟମ ଆକାରର ବ୍ୟାକରଣ ସମ୍ବନ୍ଧୀୟ ବର୍ଣ୍ଣନା ଏବଂ ଶବ୍ଦଭଣ୍ଡାର ପ୍ରକାଶ କରିଥିଲେ । କୁସୁଣ୍ଡା ବାସ୍ତବରେ ଏକ ବିଚ୍ଛିନ୍ନ ଭାଷା ବୋଲି ତାହା ଦର୍ଶାଏ । ନେପାଳୀ ଏବେ ସେମାନଙ୍କର ଦୈନନ୍ଦିନ ଯୋଗାଯୋଗ ଭାଷା । କୁସୁଣ୍ଡା ଭାଷାଭାଷୀ ସେମାନଙ୍କ ଜନଜାତି ବାହାରେ ବିବାହ କରିଥିବାରୁ ପିଲାମାନେ ଏହାକୁ ଶିଖୁନଥିଲେ ଏବଂ କୁସୁଣ୍ଡା ଭାଷାଟି ପ୍ରାୟ ମୃତପ୍ରାୟ ଥିଲା । ୨୦୧୮ ଅପ୍ରେଲ ୧୯ରେ ରାଜମାମା କୁସୁଣ୍ଡାଙ୍କ ମୃତ୍ୟୁ ପରେ ଏହା ବିଲୁପ୍ତ ହୋଇଯାଇଥିଲା ବୋଲି ଅନୁମାନ କରାଯାଉଥିଲା । ତେବେ ଜ୍ଞାନୀ ମୈୟା ସେନ-କୁସୁଣ୍ଡା ଏବଂ ତାଙ୍କ ଭଉଣୀ କମଳା ସେନ-ଖତ୍ରୀ ଅଧିକ ତଥ୍ୟ ସଂଗ୍ରହ, ଭାଷା ପ୍ରଶିକ୍ଷଣ ଏବଂ ଭାଷାର ପୁନରୁଦ୍ଧାରରେ ଯୋଗଦାନ କରିଥିଲେ । ଲେଖକ ତଥା ଗବେଷକ ଉଦୟ ରାଜ ଆଲେଙ୍କ ସହ ମିଶି ଦୁଇ ଭଉଣୀ ଆଗ୍ରହୀ ପିଲା ଓ ବୟସ୍କଙ୍କୁ ଏହି ଭାଷା ଶିଖାଇବା ଆରମ୍ଭ କରିଥିଲେ । ୨୦୨୩ ସୁଦ୍ଧା କମଳା କେବଳ ଏକମାତ୍ର ଅନର୍ଗଳ ଭାଷୀ ।[] କୁସୁଣ୍ଡା ଭାଷାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟାଚାଲିଛି ।[]

  1. Nebesky-Wojkowitz, René. 1959. Kusunda and Chepang: Notes on Two Little-Known Tribes of Nepal. Bulletin of the International Committee on Urgent Anthropological and Ethnological Research 2: 77-84.
  2. Bhattarai, Sewa (2023-05-13). "The last of the Kusunda". nepalitimes.com. Retrieved 2023-05-28.
  3. McDougall, Eileen. "The language that doesn't use 'no'". www.bbc.com (in ଇଂରାଜୀ). Retrieved 2022-08-11.