କୁମୁଡା ପାହାଡ ବଲାଙ୍ଗିର ଜିଲ୍ଲାଟିଟିଲାଗଡ ସହରଠାରୁ ୦.୫ କି.ମି. ଦୂରରେ ଅବସ୍ଥିତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ [୧]। ଏହି ପାହାଡର ଏକ ୮୦ ଫୁଟ ଦୈର୍ଘ୍ୟ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ପ୍ରାକୃତିକ ଗୁମ୍ଫା ଭିତରେ ପ୍ରଭୁ ଧବଳେଶ୍ୱର ମହାଦେବଙ୍କୁ ପୂଜା କରାଯାଏ । ଧବଳେଶ୍ୱର ମନ୍ଦିରଟି ଏହି ପାହାଡର ପାଦଦେଶରୁ ୪୦ ଫୁଟ ଉଚ୍ଚରେ ଅବସ୍ଥିତ। ଏହାକୁ ଲାଗି ଅନ୍ୟ ତିନୋଟି ଗୁମ୍ଫା ମଧ୍ୟ ରହିଛି । ଏହି ମନ୍ଦିରର ମହାଶିବରାତ୍ରି ଓଡ଼ିଶା ପ୍ରସିଦ୍ଧ । ପ୍ରତି ବର୍ଷ ଶ୍ରାବଣ ମାସ ସାରା ଏହି ଶୈବପୀଠରେ ହଜାର ହଜାର ଭକ୍ତଙ୍କର ଭିଡ ଜମେ । ଏହି ଶୈବ ପୀଠ ନିକଟରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଏବଂ ପାହାଡ ଉପରେ ଥିବା ଏକ ଛୋଟ ଜଳାଶ୍ରୟ ଏହି ସ୍ଥାନର ଅନ୍ୟ ଏକ ବିଶେଷତ୍ବ ।

ଆଧାର ସମ୍ପାଦନା

  1. "ପର୍ଯ୍ୟଟନ ସ୍ଥଳ | ବଲାଙ୍ଗିର ଜିଲ୍ଲା | India" (in od). Retrieved 2023-03-02.{{cite web}}: CS1 maint: unrecognized language (link)