କିତାବ

ମଲୟାଲମ ଭାଷାର ଏକ ନାଟକ

କିଥାବ ବା କିତାବ (ମଲାୟାଲମ: കിത്താബ്) ଏକ ମଲୟାଲମ ଭାଷାର ନାଟକରେ ଏପରି ଏକ ଯୁବତୀର ହାସ୍ୟରସାତ୍ମକ ଚିତ୍ରଣ କରାଯାଇଛି ଯିଏ 'ଅଜାନ' ଡାକିବା ସ୍ୱପ୍ନ ଦେଖୁଛି । ସାମୁହିକ ପ୍ରାର୍ଥନା କରିବା ନିମନ୍ତେ ମସଜିଦରେ ଯେଉଁ ପ୍ରାର୍ଥନା କରାଯାଏ ତାହାକୁ ଅଜାନ କୁହାଯାଏ ଓ ଏହାକୁ କେବଳ ପୁରୁଷ ମୁଏଜ୍ଜିନ ବା ମୁକ୍ରି ଡାକିଆସୁଛନ୍ତି । ସେହି ଝିଅ ନିଜ ସମ୍ପ୍ରଦାୟଙ୍କର ମହିଳାମାନଙ୍କର ଉତ୍ପୀଡ଼ନ ଉପରେ ପ୍ରଶ୍ନ କରି ଗୋଷ୍ଠୀର କାନୁନ ବିରୁଦ୍ଧରେ ସାଙ୍ଗମାନଙ୍କ ସ‌ହିତ ନୃତ୍ୟ କରି ବିଦ୍ରୋହ କରିଛି, ତାଙ୍କୁ ମନା ହୋଇଥିବା ଖାଦ୍ୟ ଚୋରୀ କରିଛି ଓ 'ଭାଙ୍ଗ' ଡାକିବାକୁ ଦାବୀ କରିଛି ।

କିତାବ
ଲେଖକରଫିକ ମଙ୍ଗଳସେରୀ
ପ୍ରଥମ ପରିବେଷଣ୨୦୧୮ ନଭେମ୍ବର (୨୦୧୮ ନଭେମ୍ବର)
ପ୍ରଥମ ପରିବେଷଣ ସ୍ଥାନVadakara (Kerala, India)
ମୂଳ ଭାଷାମାଲାୟଲମ
ବିଷୟGender justice for Muslim women
ଶୈଳୀHumorous, Teen drama

ଏହି ନାଟକ କାହାଣୀକାର-ନିର୍ଦ୍ଦେଶକ ରଫିକ ମଙ୍ଗଳସେରୀ ଲେଖିଛନ୍ତି । [୧] ଏହା ସନ ୨୦୧୮ର ନଭେମ୍ବର ମାସରେ କେରଳରେ ରିଲିଜ ହୋଇଥିଲା ଯେତେବେଳେ କେରଳରେ ମହିଳା ଅଧିକାର ଆନ୍ଦୋଳନ ଆରମ୍ଭ ହେଉଥିଲା ଓ ଯେତେବେଳେ ଶାବରୀମାଳା ମନ୍ଦିରରେ ପ୍ରବେଶ ତ‌ଥା ମୁସଲମାନ ମହିଳାଙ୍କର ଧାର୍ମିକ କାମରେ ଭାଗ ନେବା ଓ ମହିଳାଙ୍କୁ ଇମାମ ପଦରେ ନିଯୁକ୍ତ କରିବା ଓ ମସଜିଦରେ ପ୍ରାର୍ଥନା ଅଧିକାର ନିମନ୍ତେ ଅଧିକାର ନିମନ୍ତେ ଆନ୍ଦୋଳନ ଆରମ୍ଭ ହେଉଥିଲା ।

ପ୍ରେରଣା ସମ୍ପାଦନା

ରଫିକ କ‌ହନ୍ତି, ତାଙ୍କର କିଥାବ ନାଟକ ଭାଙ୍ଗୁ କାହାଣୀ ଉପରେ ପ୍ରତ୍ୟକ୍ଷ ଭାବରେ ପର୍ଯ୍ୟବସିତ ନୁହେଁ; ଏହା ଉନ୍ନି ଆରଙ୍କ (Unni R.) କାହାଣୀ 'ଭାଙ୍ଗୁ'ଦ୍ୱାରା ପ୍ରଭାବିତ ଏକ ସ୍ୱାଧୀନ ରୁପାନ୍ତର । କିନ୍ତୁ ଉନ୍ନିଙ୍କ କଥନ ଅନୁସାରେ ଏହି ନାଟକ ତାଙ୍କର ଲିଖିତ କାହାଣୀର ବିଚାର ଓ ଆଧ୍ୟାତ୍ମିକ ମୂଲ୍ୟ ସ‌ହିତ ସମ ବୋଧକ ନୁହେଁ ।[୨] ମଲୟାଲମ ନିର୍ଦ୍ଦେଶକ ଭି କେ ପ୍ରକାଶ (V. K. Prakash) ମଧ୍ୟ ଉନ୍ନିଙ୍କର ଭାଙ୍ଗୁକୁ ନେଇ ଅନ୍ୟ ଏକ ଯୋଜନା କରିଛନ୍ତି । [୩]

କଥାବସ୍ତୁ ସମ୍ପାଦନା

ଗୋଟିଏ ମୁସଲମାନ ଝିଅର ତା ନିଜର ପିତା ଭଳି ମୁଏଜ୍ଜିନ ହୋଇ ବଡ଼ ପାଟିରେ ଅଜାର ଡାକିବାର ଇଚ୍ଛା ହୋଇଛି । ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଭଜା ମାଛ ଚୋରୀ କରି କ‌ହୁଛି, ଏହା ନୈତିକତା ଦୃଷ୍ଟିରୁ ଭୁଲ ନୁହେଁ, କାରଣ ଝିଅମାନଙ୍କୁ ଯଥେଷ୍ଟ ଖାଦ୍ୟ ଦିଆଯାଉ ନଥିବା କଥା ସ୍ରଷ୍ଟା ଭଗବାନ ବୁଝୁଛନ୍ତି । ଝିଅର ଏହି କାମକୁ ତାଙ୍କର ପିତା ଦୋଷାବ‌ହ କ‌ହୁଛନ୍ତି ଓ ପୁରୁଷମାନେ ଖାଉଥିବା ଖାଦ୍ୟର କେବଳ ଅଧା ଖାଦ୍ୟ ମହିଳାମାନେ ଖାଇବା ଉଚିତ ବୋଲି କ‌ହୁଛନ୍ତି । ଏହାର ଉତ୍ତରରେ ଦୁଷ୍ଟାମୀଭରା ଝିଅ କ‌ହୁଛି, "ତାହେଲେ ଝିଅମାନେ ପୁରୁଷ ପିନ୍ଧୁଥିବା ପୋଷାକର ଅଧା କାହିଁକି ନ ପିନ୍ଧିବେ ?" [୪]

ଏହି କଳହ ସମୟରେ ଝିଅ ତାହାର ଅଜାନ ଡାକିବା ଇଚ୍ଛା ପ୍ରକାଶ କରିଛି । ତାହାର ପିତା ଏକ ବଡ଼ ବ‌ହି (କିତାବ) ଦେଖେଇ ତାହାର ସମସ୍ତ ପ୍ରଶ୍ନର ଉତ୍ତର ସେହି ବିତାବରେ ମିଳିଯିବ ବୋଲି କ‌ହୁଛନ୍ତି ଓ ଝିଅକୁ ତାଲା ପକେଇ ରଖିଛନ୍ତି, ଯାହା ଫଳରେ ନାଟକରେ ଆଉ ଭାଗ ନେଇପାରିବ ନାହିଁ । ଝିଅକୁ ବାପା କ‌ହୁଛନ୍ତି, "ଯଦି ସେ ଏହିଭଳି କାମ କରେ ତା'ହେଲେ କେବେହେଲେ ସ୍ୱର୍ଗକୁ ଯାଇପାରିବନି ।" [୪]

ଏହାର ଉତ୍ତରରେ ଝିଅ କ‌ହୁଛି, "ଯଦି ଗାଇଲେ ବା ନାଚିଲେ ସ୍ୱର୍ଗକୁ ଯାଇ ହେବନି, ତାହେଲେ ମୋର ସେ ସ୍ୱର୍ଗକୁ ଯିବାର ଆବଶ୍ୟକତା ନାହିଁ ।" ମନା କରିବା ସତ୍ତ୍ୱେ ଝିଅ ନାଟକରେ ଭାଗ ନେବାରୁ ବାପା ନିଜ ଝିଅକୁ ମାରିଦେବାକୁ ଉଦ୍ୟତ ହେଉଛନ୍ତି । ଏତିକିବେଳେ ଝିଅର ମାଆ କ‌ହୁଛନ୍ତି, "ଆପଣ କେବଳ ମୁଏଜ୍ଜିନ ନୁହନ୍ତି, ଏକ ବାପା ମଧ୍ୟ ।" ଏହା ପରେ ବାପା ଝିଅଙ୍କୁ ନାଟକରେ ଅଜାନ (azaan) ଡାକିବାକୁ ଅନୁମତି ଦେଉଛନ୍ତି ଓ ଏହା ପରେ ନାଟକ ସମାପ୍ତ ହେଉଛି ଓ ସମସ୍ତେ ପ୍ରର୍ଥନା କରୁଛନ୍ତି ।[୪]


ଆଧାର ସମ୍ପାଦନା

  1. Reporter, Staff; Jayanth, A. s (5 December 2018). "Campaign for Kithaab takes off". The Hindu. ISSN 0971-751X. Retrieved 16 January 2019.
  2. "Controversial play 'Kitab' dropped from Kerala school art festival". OnManorama. Retrieved 16 January 2019.
  3. "Unni R short story Vanku to be adapted on screen by V K Prakash daughter Kavya Prakash Shabna Mohammed: വാങ്ക് വിളിക്കാൻ ആഗ്രഹിച്ച റസിയയുടെ കഥ സിനിമയാകുന്നു: ഉണ്ണി ആറിന്റെ കഥയ്ക്ക് ദൃശ്യഭാഷ്യമൊരുക്കാന്‍ രണ്ടു പെണ്‍കുട്ടികള്‍". The Indian Express. Retrieved 17 January 2019.
  4. ୪.୦ ୪.୧ ୪.୨ "Following protests by Muslim groups Kozhikode school withdraws students play". thenewsminute.com. Retrieved 16 January 2019. {{cite web}}: line feed character in |title= at position 54 (help)