କାଲାଆଜାର

ଏକ ମାନବ ରୋଗ ଯାହା ଏକ କୋଷୀ ପ୍ରୋଟୋଜୋଆ ଲିସମାନିଆ ନାମକ ଏକ ପରଜୀବୀ ଆକ୍ରମଣ ଯୋଗୁ ଏହି ରୋଗ ହୁଏ
(କାଲାଅଜର ରୁ ଲେଉଟି ଆସିଛି)


କାଲାଆଜାର ବା ଭିସେରାଲ ଲିସମାନିଆସିସ, ବା ଭିଏଲ (Visceral leishmaniasis/ VL),[୨] ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ ଯାହାର ଉପ‌ଯୁକ୍ତ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ନହେଲେ ଘାତକ ସାବ୍ୟସ୍ତ ହୁଏ ।[୩] ଏକ କୋଷୀ ପ୍ରୋଟୋଜୋଆ (protozoan) ଲିସମାନିଆ (Leishmania) ନାମକ ଏକ ପରଜୀବୀ (parasites) ଆକ୍ରମଣ ଯୋଗୁ ଏହି ରୋଗ (disease) ହୁଏ ।

Visceral leishmaniasis
kālā āzār
Black fever, and Dumdum fever[୧]
250px
Amastigotes in a chorionic villus
ଉଚ୍ଚାରଣ

ଏହି ପରଜୀବୀ ଶରୀର ଅଭ୍ୟନ୍ତରର ଅଙ୍ଗ ଯେପରିକି ଯକୃତ, ପ୍ଲୀହାଅସ୍ଥିମଜ୍ଜାକୁ ସ୍ଥାନାନ୍ତର ହୋଇଯାଏ ଓ ଚିକିତ୍ସା ନ ପାଇଲେ ରୋଗୀର ନିଶ୍ଚୟ ମୃତ୍ୟୁ ହୁଏ । ଏହାର ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର, ଓଜନ ହ୍ରାସ, ଥକ୍କାଣ, ଆନିମିଆ ଓ ଯକୃତ ତ‌ଥା ପ୍ଲୀହା ଫୁଲିଯାଏ ଯାହାକୁ ଇଂରାଜୀରେ ହେପାଟୋସ୍ପ୍ଲେନୋମେଗାଲି (swelling of the liver and spleen) କୁହାଯାଏ । ଏହା ସ‌ହିତ ଏଚଆଇଭି/ଏଡସ (HIV/VL co-infection) ସଂକ୍ରମଣ ରହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରେ । [୪]

ପୃଥିବୀରେ ମ୍ୟାଲେରିଆ ପରେ ଏହି ରୋଗ ଦ୍ୱିତୀୟ ସର୍ବାଧିକ ଘାତକ ହୋଇଛି ଓ ପୃଥିବୀବାପୀ ୨୦,୦୦୦ରୁ ୩୦,୦୦୦ ମୃତ୍ୟୁ ଏହା ଯୋଗୁ ହେଉଛି । [୫][୬]

ରାଏ ବାହାଦୂର ସାର ଉପେନ୍ଦ୍ରନାଥ ବ୍ରହ୍ମଚାରୀ (ବଙ୍ଗଳା ଭାଷାରେ: উপেন্দ্রনাথ ব্রহ্মচারী) (୧୯ ଡିସେମ୍ବର ୧୮୭୩ – ୬ ଫେବ୍ରୁଆରୀ ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ତାଙ୍କ ସମୟର ଏକ ପ୍ରମୁଖ ଚିକିତ୍ସକ ଥିଲେ । ସେ ସନ ୧୯୨୨ରେ ୟୁରିଆ ସ୍ଟିବାମିନ ସଂଶ୍ଳେଷଣ କରି ଲିସମାନିଆ ଡୋନୋଭାନିଦ୍ୱାରା ହେଉଥିବା କାଲା ଅଜର ରୋଗ ଚିକିତ୍ସାରେ ଅନ୍ୟାନ୍ୟ ଆଣ୍ଟିମନି ଥିବା ଯୌଗିକ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ଥିବା ଉଲ୍ଲେଖ କରିଥିଲେ ।

ଚିହ୍ନ ଓ ଲକ୍ଷଣସମ୍ପାଦନ କରନ୍ତୁ

ଭିସେରାଲ ଲିସମାନିଆସିସ ରୋଗ ହେଲେ ସ୍ୱାଭାବିକ ଭାବରେ ଜ୍ୱରପ୍ଲୀହା ବୃଦ୍ଧି ହୁଏ ଓ ବେଳେ ବେଳେ ଯକୃତ ବୃଦ୍ଧି ମଧ୍ୟ ହୁଏ । ଭାରତରେ ଏହି ରୋଗ ଯୋଗୁ ଚର୍ମ କଳା ଦେଖାଯିବା ଯୋଗୁ ଏହି କାଲାଅଜର ନାମ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ସ୍ଟ୍ରେନରେ ଏହି ରଙ୍ଗ ଦେଖାଯାଏ ନାହିଁ ଓ ଏହାର ଲକ୍ଷଣ ଯୋଗୁ ଭୂଲରେ ମ୍ୟାଲେରିଆ ରୋଗ ନିର୍ଣ୍ଣୟ ହୋଇଯାଏ । ରୋଗ ନିର୍ଣ୍ଣୟ ଭୂଲ ହେଲେ ମୃତ୍ୟୁ ହାର ୧୦୦% ହୋଇଯାଏ । ଏହି ପରଜୀବୀ ସିଧା ସଳଖ ମୃତ୍ୟୁର କାରଣ ହୁଏନି କିନ୍ତୁ ଇମ୍ମ୍ୟୁନିଟି କମ୍ ଥିବା ସ୍ଥାନରେ ସର୍ବଦା ନିମୋନିଆ, ଯକ୍ଷ୍ମା ଓ ଡିସେଣ୍ଟେରି ରହୁଥିବାରୁ ଓ ଏଚଆଇଭି/ଏଡସ ଭଳି ସୁବିଧାବାଦୀ ଡୋନୋଭାନି ସଂକ୍ରମଣ ଯୋଗୁ ରୋଗ ବଢ଼ିଯାଇ ମୃତ୍ୟୁ ହୁଏ । ରୋଗର ପ୍ରଗତି ପରିବର୍ତ୍ତନଶୀଳ, ଏକରୁ ୨୦ ସପ୍ତାହ ଲାଗେ ଓ ସୁଦାନିଜ ସ୍ଟ୍ରେନ ଯୋଗୁ ୧୨ରୁ ୧୬ ସପ୍ତାହ ମଧ୍ୟରେ ମୃତ୍ୟୁ ହୁଏ ।

କାଲା-ଆଜସର ଆରୋଗ୍ୟ ହେଲେ ମଧ୍ୟ ରୋଗୀ ଦେହରେ କିଛି ଦାଗ ଛାଡ଼ିଯାଏ । ଚିକିତ୍ସା ସଫଳ ହେଲେ ମଧ୍ୟ ଆଫ୍ରିକୀୟ କାଲା-ଅଜର ରୋଗ ଓ କିଛି ବର୍ଷ ପରେ ଭାରତୀୟ ସ୍ଟ୍ରେନର ଏକ ସେକେଣ୍ଡାରୀ ରୋଗ ବାହାରେ ଯାହାକୁ ପୋଷ୍ଟ କାଲା-ଆଜାର ଚର୍ମ ଲିସମାନିଆସିସ ବା ପିକେଡିଏଲ କୁହାଯାଏ । ଏହି ଦାଗ‌ଗୁଡ଼ିକ ମୁହଁରେ ମିଳିମିଳା ଭଳି ଦେଖାଯାଏ ଓ ଧୀରେ ଧୀରେ ସାରା ଦେହକୁ ବ୍ୟାପିଯାଏ । ଅବଶେଷରେ ଏହି ଦାଗ ସମସ୍ତ ମିଶିଯାଏ ଦେହକୁ ବିକୃତ କରିଦିଏ, ଅନେକ ସମୟରେ କୁଷ୍ଠ ରୋଗ ଭଳି ଦେଖାଯାଏ ଓ ରୋଗ ଆଖିକୁ ବାପିଲେ ଅନ୍ଧ ହୋଇଯାଏ । ଏହା ସ‌ହିତ ଚର୍ମ ଲିସମାନିଆସିସ (cutaneous leishmaniasis) ନାମ ଥିବା ଅନ୍ୟ ଏକ ରୋଗ ଦ୍ୱନ୍ଦ୍ୱ ସୃଷ୍ଟି କରେ ।[୭]

କାରଣସମ୍ପାଦନ କରନ୍ତୁ

ଦୁଇ ପ୍ରକାର ପ୍ରଜାତିର ଲିସମାନିଅ ଅଛନ୍ତି ଯିଏ ଭିସେରାଲ ଆକାରର ରୋ ସୃଷ୍ଟି କରନ୍ତି । ପୂର୍ବ ଆଫ୍ରିକା ଓ ଭାରତ ଉପମହାଦେଶରେ ଲିସମାନିଆ ଡୋନୋଭାନି (L. donovani) ପ୍ରଜାତି ଓ ୟୁରୋପ, ଉତ୍ତର ଆଫ୍ରିକା ଓ ଲାଟିନ ଆମେରିକାରେ ଲିସମାନିଆ ଇନଫାଣ୍ଟମ (L. infantum) ଦେଖାଯାଆନ୍ତି ଯାହାକୁ ଚାଗାସି ମଧ୍ୟ କୁହାଯାଏ ।[୮]

ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

କାଲାଆଜାର ଏଣ୍ଡେମିକ ଥିବା ସ୍ଥାନମାନଙ୍କରେ ସେରୋଲୋଜିକାଲ ପରୀକ୍ଷା (Serological କରାଯାଏ । ଆରକେ୩୯ ଟେଷ୍ଟ ସଠିକ ଫଳ ଦିଏ । ଲାଟେକ୍ସ ଆଗ୍ଲୁଟିନେସନ ଟେଷ୍ଟ (latex agglutination test) ମଧ୍ୟ ସଠିକ ଫଳ ଦିଏ । [୯]

କେ୩୯ ଟେଷ୍ଟ ସ‌ହଜରେ କରିହୁଏ ଓ ଗ୍ରାମୀଣ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏହା ବ୍ୟବ‌ହାର କରିପାରି । ଏହାର ସେରୋଲୋଜିକାଲ କିଟ ସାଧାରଣ ଉତ୍ତାପରେ ରଖିହୁଏ । ଅନ୍ୟ ଏକ ପରୀକ୍ଷା ଡାଇରେକ୍ଟ ଆଗ୍ଲୁଟିନେସନ ବା ଡାଟ (DAT) ଟେଷ୍ଟ କରିବା କଷ୍ଟକର ହୁଏ ଓ କେ୩୯ ଅପେକ୍ଷା ଏହା ଅଧିକ ସୁବିଧା ଜନ‌କ ନୁହେଁ । [୧୦]

ପ୍ରତିଷେଧସମ୍ପାଦନ କରନ୍ତୁ

ସନ ୨୦୧୮ ସୁଦ୍ଧା ଏହି ରୋଗ ବିରୁଦ୍ଧରେ କୌଣସି ଟିକା ଉଦଭାବନ ହୋଇନାହିଁ, କିନ୍ତୁ ପ୍ରସ୍ତୁତି ଚାଲିଛି । [୧୧][୧୨] ଏଣୁ ସଂକ୍ରମଣ ପ୍ରତିଷେଧ ନିମନ୍ତେ ସ୍ୟାଣ୍ଡ ଫ୍ଲାଇ କାମୁଡ଼ାରୁ ରକ୍ଷା ପାଇବା ବନ୍ଦବୋସ୍ତ କରିବା ଉଚିତ । ଏହି କାମୁଡ଼ା ସଙ୍କଟରୁ ରକ୍ଷା ପାଇବା ପାଇଁ ନିମ୍ନ ଲିଖିତ ଉପାୟ ଅବଲମ୍ବନ କରାଯାଇପାରେ:

  • ଘର ବାହାରେ:

୧. ସନ୍ଧ୍ୟା ପରେ ସକାଳ ପର୍ଯ୍ୟନ୍ତ ବାହାରକୁ ନ ଯିବାକୁ ଚେଷ୍ଟା କରନ୍ତୁ କାରଣ ଏହି ସମୟରେ ମଶା ବ‌ହୁତ ସକ୍ରିୟ ରହନ୍ତି ।

୨. ବାହାରକୁ ଗଲେ ଶରୀରକୁ ଭଲ ଭାବରେ ଘୋଡ଼େଇ ରଖନ୍ତୁ, ଲମ୍ବା ପୋଷାକ ମୋଜା ଇତ୍ୟାଦି ପିନ୍ଧନ୍ତୁ ଯେତେ ପାରନ୍ତି, ବାହ୍ୟ ଖୋଲା ଅଂଶ କମ୍ ରଖନ୍ତୁ ।

୩. ଦେହର ଖୋଲା ଅଂଶ, ପୋଷାକର ଖୋଲା ଅଂଶ ତଳେ ଥିବା ଦେହର ଅଂଶରେ କୀଟ ନିବାରକ ଔଷଧ ଲଗାନ୍ତୁ । ଲଗେଇବା ପୂର୍ବରୁ କୀଟ ନିବାରକ ଔଷଧ ଶିଶି ବା ଖୋଳରେ ଲେଖାଥିବା ଉପଦେଶ ପଢ଼ନ୍ତୁ । ରାସାୟନିକ ଡିଇଇଟି (DEET (N,N-diethylmetatoluamide)) ଥିବା ନିବାରକ ସବୁଠାରୁ ପ୍ରଭାବଶାଳୀ ଅଟେ । DEET (N,N-diethylmetatoluamide).

  • ଘର ଭିତରେ:

୧. ଭଲରୂପେ ପରଦା ଲାଗିଥିବା ବା ଶୀତ‌ତାପ ନିୟନ୍ତ୍ରିତ କୋଠରୀରେ ରହନ୍ତୁ ।

୨. ମନେ ରଖନ୍ତୁ - ସାଧାରଣ ମଶାଠାରୁ ସ୍ୟାଣ୍ଡ ଫ୍ଲାଇ ଆକାର ଛୋଟ, ତେଣୁ ଛୋଟ କଣାରେ ବି ଗଳିଯାଇପାରନ୍ତି ।

୩. ରହିବା ଓ ଶୋଇବା ସ୍ଥାନରେକୀଟ ନିବାରକ ସ୍ପ୍ରେ କରନ୍ତୁ ।

୪. ପରଦା ଲାଗିଥିବା ବା ଶୀତ‌ତାପ ନିୟନ୍ତ୍ରିତ କୋଠରୀ ସୁବିଧା ନ‌ଥିଲେ ମଶାରୀ ବ୍ୟବ‌ହାର କରନ୍ତୁ । ମଶାରୀ ଓ ଲୁଗାପଟା ସବୁଥିରେ ପାଇରେଥ୍ରଏଡ ଥିବା କୀଟନିବାରକ ସ୍ପ୍ରେ କରନ୍ତୁ । [୧୧]

ଚିକିତ୍ସାସମ୍ପାଦନ କରନ୍ତୁ

ବିକଶିତ ଦେଶମନଙ୍କରେ ଏହାର ପ୍ରଭାବଶାଳୀ ଓ ଶସ୍ତା କେମୋଥେରାପି (chemotherapy) ମିଳୁନି ଓ ଏହାର ପରଜୀବୀ ତ‌ଥା କୀଟ ବାହକ କ୍ରମଶଃ ଔଷଧପ୍ରତି ପ୍ରତିରୋଧ କରୁଛନ୍ତି । ବୋଧହୁଏ ଗବେଷଣା ନିମନ୍ତେ ଅର୍ଥାଭାବ ଯୋଗୁ ନୂତନ ଔଷଧର ଆବିର୍ଭାବ ହେଉନାହିଁ କାରଣ ଏହାର ବିକ୍ରୟର ଲାଭ ବିଶେଷ ହେବା ଜଣାଯାଏ ନାହିଁ । ଏହାର ମିଶ୍ରିତ ଚିକିତ୍ସା ଓ ନୂତନ ଔଷଧ ବାହାର କରିବା ନିମନ୍ତେ ପ୍ରୋଡକ୍ଟ ଡେଭଲପମେଣ୍ଟ ପାର୍ଟନରସିପ ପିଡିପି ପ୍ରଚେଷ୍ଟା କରୁଛି ।[୧୩]

ଏହାର ଚିକିତ୍ସାରେ ପାରମ୍ପରିକ ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ (sodium stibogluconate) ଓ ମେଗ୍ଲୁମାଇନ ଆଣ୍ଟିମୋନିଏଟ (meglumine antimoniate) ଭଳି ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଆଲ (pentavalent antimonial) ବ୍ୟବ‌ହାର ହୁଏ । ଏହି ଔଷଧ ବ୍ୟବ‌ହାରରେ ୬୦% ପ୍ରତିରୋଧ ଭାରତର ବିହାରରେ ଦେଖାଯାଉଛି । [୧୪][୧୫]

ଅଧୁନା ଭାରତରେ ଏହି ରୋଗ ନିମନ୍ତେ ଆମ୍ଫୋଟେରିସିନ ବିର (amphotericin B) [୧୬] ଲାଓପୋସୋମାଲ ପ୍ରସ୍ତୁତି ପସନ୍ଦ ଯୋଗ୍ୟ ହୋଇଛି [୧୭][୧୮] ପୂର୍ବ ଆଫ୍ରିକା ସୋଡ଼ିଅମ ସ୍ଟିବୋଗ୍ଲୁକୋନେଟ ଓ ପାରୋମୋମାଇସିନ ଔଷଧ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରୁଛି ଯାହା ସନ ୨୦୧୦ରେ ବିକଶିତ ହୋଇଥିଲା ।[୧୯]

ଏହା ନିମନ୍ତେ ମିଲଟେଫୋସିନ (Miltefosine) ପ୍ରଥମ ପାଟିରେ ଦେବା ଔଷଧ ଭାବରେ ବାହାରିଛି । ଏହାର ଆରୋଗ୍ୟ ହାର ପ୍ରାୟ ୯୫% । ଭାରତୀୟ ରେଗୁଲେଟରି ଅଥରିଟି ଏହାକୁ ସନ ୨୦୦୨ରେ ସ୍ୱକୃତି ଦେଇଛି । [୨୦]

୨୮ ଦିନିଆ ଚିକିତ୍ସାରେ ଔଷଧ ଗ୍ରହଣ କରିବାର ଦିନେ ବା ଦୁଇ ଦିନ ମଧ୍ୟରେ ପେଟ ଗୋଳମାଳ ହେଲେ ମଧ୍ୟ ଏହାର ପ୍ରଭାବ କମେନାହିଁ । ପାଟିରେ ଦିଆଯାଉଥିବାର ଖର୍ଚ୍ଚ ଓ ଡାକ୍ତରଖାନାରେ ଆଡମିଶନ ଅସୁବିଧା ରହୁ ନଥିବା ଯୋଗୁ ମିଲ୍ଟେଫୋସିନ ଏକ ପସନ୍ଦ ‌ଯୋଗ୍ୟ ଓଷଧ ହୋଇଛି । ପ୍ରାୟ ୧୦ ବର୍ଷ ବ୍ୟବ‌ହାର ପରେ ଏହାର ପ୍ରତିରୋଧ ହେବା ଦେଖାଯାଉଛି । [୨୧] ଏହାର କର୍କଟଜନିତ ଗୁଣ ଥିବା ଯୋଗୁ ଗର୍ଭାବସ୍ଥାରେ ଓ ୪ ମାସ ପର ପର୍ଯ୍ୟନ୍ତ ଦିଆଯାଏ ନାହିଁ ।

ଅସମ୍ପୁର୍ଣ୍ଣ ଚିକିତ୍ସା ଯୋଗୁ ଅଧିକାଂଶ ମୃତ୍ୟୁ ହୁଏ । [୩]


ରୋଗାନୁଶୀଳନସମ୍ପାଦନ କରନ୍ତୁ

ସନ ୨୦୧୫ରେ ପୃଥିବୀରେ ହୋଇଥବା କାଲାଆଜାର‌ ରୋଗର ୯୦% କେବଳ ବ୍ରାଜିଲ, ଇଥିଓପିଆ, ଭାରତ, କେନ୍ୟା, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନ ଭଳି ୫ଟି ଦେଶରେ ହୋଇଥିଲା ।[୩] ଭାରତରେ ୭୦% କାଲାଆଜାର‌ କେବଳ ବିହାରରେ ରିପୋର୍ଟ ହୋଇଥିଲା ।[୩] ଭାରତର ବିହାରରେ ଥିବା ଅରାରିଆ, ପୁରନିଆ ଓ କିଷନ‌ଗଞ୍ଜରେ ଏହା ସ୍ଥାନୀୟ ରୋଗ ହୋଇ ରହିଛି । North Bihar, India (including Araria, Purnea, and Kishanganj) is the endemic zone of this disease. ଷାଠିଏଟି ଦେଶରେ ଏହା ସ୍ଥନୀୟ ଏଣ୍ଡେମିକ ରୋଗ ଭାବରେ ଅଛି । .

ଏହି ରୋଗର ଭୌଗଳିକ ସ୍ଥିତି ବିସ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଠାଏ ଠାଏ ଦେଖାଯାଏ ବିଶେଷତଃ ମରୁଡ଼ି, ଦୁର୍ଭିକ୍ଷ ଓ ଅଧିକ ଜନସଂଖ୍ୟା ଥିବା ସ୍ଥାନରେ ଏହା ଦେଖାଯାଏ । ଆଫ୍ରିକାର ଇଥିଓପିଆ, କେନିଆ, ସୋମାଲିଆ, ଦକ୍ଷିଣ ସୁଦାନ ଓ ସୁଦାନରେ ଅଧିକ ଦେଖାଯାଏ । ବିଗତ ଶହେ ବର୍ଷ ମଧ୍ୟରେ ଏହି ସ୍ଥାନମାନଙ୍କରେ ଲୋକଙ୍କ ଜୀବନ ଧାରାରେ କିଛି ପରିବର୍ତ୍ତନ ହୋଇନାହିଁ । ଦକ୍ଷିଣ ସୁଦାନର ଅନେକ ସ୍ଥାନ ଦେଶର ଅନ୍ୟ ଇଲାକାଠାରୁ ସମ୍ପୁର୍ଣ୍ଣ ବିଛିନ୍ନ ହୋଇ ରହିଛି ଓ ଲୋକମାନେ ସାଂଘାତିକ ମଡ଼କ ତ‌ଥା ଗୃହ ଯୁଦ୍ଧ ହେଲେ ମଧ୍ୟ ସେ ସ୍ଥାନ ଛାଡ଼ି ଯାଉନାହାନ୍ତି । [୨୨]

ଇତିହାସସମ୍ପାଦନ କରନ୍ତୁ

ସନ ୧୮୨୪ରେ ଭାରତର ଜେସୋର (Jessore) ସ‌ହରରେ (ବର୍ତ୍ତମାନ ବାଙ୍ଗଲା ଦେଶରେ ଅଛି) ହୋଇଥିବା କାଲାଆଜାର‌ ରୋଗ ପ୍ରଥମେ ପଶ୍ଚିମ ଦେଶର ଡାକ୍ତରମାନଙ୍କ ନ‌ଜରରେ ପଡ଼ିଲା ଯାହାକୁ ଏକ ଧରଣର ମ୍ୟାଲେରିଆ ବୋଲି ଭାବୁଥିଲେ । ଆସମରେ ଏହାକୁ ଆସାମ ଜ୍ୱର କ‌ହୁଥିଲେ ।[୨୩] ଦେବନାଗରୀ ଭାଷାର ଏହାକୁ କାଲା ଆଜାର କୁହାଯାଏ (kala-azar (Hindustani: काला आज़ार (Devanagari) کالا آزار (Nastaleeq) kālā āzār), ସଂସ୍କୃତ, ଆସାମି ଭାଷା ଓ ଅନ୍ୟାନ୍ୟ ଇଣ୍ଡୋଆର୍ଯ୍ୟ ଭାଷାରେ କାଲା ଅର୍ଥ କଳା[୨୪] Hindi and Urdu;[୨୫] ଓ ଜ୍ୱରକୁ ଆସାମରେ ଆଜାର କୁହାଯାଏ । [୨୪][୨୬] ଏହି ରୋଗର ଚର୍ମ କଳା ପଡ଼ିଯାଉଥିବାରୁ ଏହାର କାଲା ଆଜାର ନାମକରଣ ହୋଇଛି । କୋଲକାତାର (ପୂର୍ବତନ କଲିକତା) ଦମଦମ (Dumdum, Calcutta, India) ସ୍ଥାନରେ ଜଣେ ମୃତ ସୈନିକର ପ୍ଲୀହାରୁ ସ୍ମିଅର ନେଇ ଉଇଲିଅମ ଲିସମ୍ୟାନ ନାମକ ଜଣେ ସ୍କଟିସ ଡାକ୍ତର ପ୍ରଥମେ କାଲା ଆଜାରର ଏଜେଣ୍ଟକୁ ଆବିଷ୍କାର କରିଥିଲେ,[୨୭] ତେଣୁ ଏହାକୁ ଦମଦମ ଜ୍ୱର କୁହାଯାଏ । ଲିସମ୍ୟାନ ଓ ଚାର୍ଲସ ଡୋନୋଭାନ ନାମକ ଜଣେ ଆଇରିସ ଡାକ୍ତର ଏକାବେଳେ ତାଙ୍କର ଆବିଷ୍କରକୁ ପ୍ରକାଶିତ କରିଥିବାରୁ ରୋଗ ସୃଷ୍ଟି କରୁଥିବା ଏଜେଣ୍ଟର ନାମ ଲିସମାନିଆ ଡୋନୋଭାନି ରଖାଗଲା ।

ଆଧାରସମ୍ପାଦନ କରନ୍ତୁ

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 426. ISBN 978-0-7216-2921-6.
  2. "WHO | Visceral leishmaniasis". www.who.int. Retrieved 2015-10-05.
  3. ୩.୦ ୩.୧ ୩.୨ ୩.୩ Das, Aritra; Karthick, Morchan; Dwivedi, Shweta; Banerjee, Indranath; Mahapatra, Tanmay; Srikantiah, Sridhar; Chaudhuri, Indrajit (2016-11-01). "Epidemiologic Correlates of Mortality among Symptomatic Visceral Leishmaniasis Cases: Findings from Situation Assessment in High Endemic Foci in India". PLoS Neglected Tropical Diseases. 10 (11): e0005150. doi:10.1371/journal.pntd.0005150. ISSN 1935-2735. PMC 5117587. PMID 27870870.
  4. "Leishmaniasis and HIV co-infection". WHO.
  5. "Leishmaniasis". WHO Fact sheet N°375. World Health Organization. Retrieved 23 September 2014.
  6. Desjeux P. (2001). "The increase of risk factors for leishmaniasis worldwide". Transactions of the Royal Society of Tropical Medicine and Hygiene. 95 (3): 239–43. doi:10.1016/S0035-9203(01)90223-8. PMID 11490989.
  7. Burza, Sakib; Croft, Simon L.; Boelaert, Marleen (2018-09-15). "Leishmaniasis". The Lancet (in English). 392 (10151): 951–970. doi:10.1016/S0140-6736(18)31204-2. ISSN 0140-6736. PMID 30126638.CS1 maint: unrecognized language (link)
  8. Chappuis F, et al. (2007). "Visceral leishmaniasis: what are the needs for diagnosis, treatment and control?" (PDF). Nature Reviews Microbiology. 5 (11): 873–82. doi:10.1038/nrmicro1748. PMID 17938629.
  9. Boelaert M, Verdonck K, Menten J, et al. (June 2014). "Rapid tests for the diagnosis of visceral leishmaniasis in patients with suspected disease". Cochrane Database Syst Rev. 6 (6): CD009135. doi:10.1002/14651858.CD009135.pub2. PMC 4468926. PMID 24947503.
  10. Chappuis F, Rijal S, Soto A, Menten J, Boelaert M (2006). "A meta-analysis of the diagnostic performance of the direct agglutination test and rK39 dipstick for visceral leishmaniasis". Br Med J. 333 (7571): 723–6. doi:10.1136/bmj.38917.503056.7C. PMC 1592383. PMID 16882683.
  11. ୧୧.୦ ୧୧.୧ "Parasites-Leishmaniasis Prevention and Control". January 10, 2013. Retrieved April 29, 2014.
  12. Gillespie, Portia M.; Beaumier, Coreen M.; Strych, Ulrich; Hayward, Tara; Hotez, Peter J.; Bottazzi, Maria Elena (2016-06-03). "Status of vaccine research and development of vaccines for leishmaniasis". Vaccine. 34 (26): 2992–2995. doi:10.1016/j.vaccine.2015.12.071. ISSN 1873-2518. PMID 26973063.
  13. "DNDi Annual Report 2015" (PDF). Drugs for Neglected Diseases initiatives. Retrieved 2016-09-19.
  14. Sundar S, More DK, Singh MK, et al. (October 2000). "Failure of pentavalent antimony in visceral leishmaniasis in India: report from the center of the Indian epidemic". Clin. Infect. Dis. 31 (4): 1104–7. doi:10.1086/318121. PMID 11049798.
  15. Thakur CP, Narayan S, Ranjan A (September 2004). "Epidemiological, clinical & pharmacological study of antimony-resistant visceral leishmaniasis in Bihar, India" (PDF). Indian J. Med. Res. 120 (3): 166–72. PMID 15489554.
  16. Thakur CP, Singh RK, Hassan SM, Kumar R, Narain S, Kumar A (1999). "Amphotericin B deoxycholate treatment of visceral leishmaniasis with newer modes of administration and precautions: a study of 938 cases". Trans. R. Soc. Trop. Med. Hyg. 93 (3): 319–23. doi:10.1016/S0035-9203(99)90037-8. PMID 10492770.
  17. Thakur CP, Pandey AK, Sinha GP, Roy S, Behbehani K, Olliaro P (1996). "Comparison of three treatment regimens with liposomal amphotericin B (AmBisome) for visceral leishmaniasis in India: a randomized dose-finding study". Trans. R. Soc. Trop. Med. Hyg. 90 (3): 319–22. doi:10.1016/S0035-9203(96)90271-0. PMID 8758093.
  18. Sundar S, Mehta H, Chhabra A, et al. (March 2006). "Amphotericin B colloidal dispersion for the treatment of Indian visceral leishmaniasis". Clin. Infect. Dis. 42 (5): 608–13. doi:10.1086/500138. PMID 16447104.
  19. New treatment for kala azar, the most deadly parasitic disease after malaria. ScienceDaily, 23 Septembre 2011
  20. FDA News Release (19 March 2014). "FDA approves Impavido to treat tropical disease leishmaniasis". FDA.
  21. Rijal, Suman; Ostyn, Bart; Uranw, Surendra; Rai, Keshav; Bhattarai, Narayan Raj; Dorlo, Thomas P. C.; Beijnen, Jos H.; Vanaerschot, Manu; Decuypere, Saskia; Dhakal, Subodh S.; Das, Murari Lal (2013-06-01). "Increasing Failure of Miltefosine in the Treatment of Kala-azar in Nepal and the Potential Role of Parasite Drug Resistance, Reinfection, or Noncompliance". Clinical Infectious Diseases (in ଇଂରାଜୀ). 56 (11): 1530–1538. doi:10.1093/cid/cit102. ISSN 1058-4838. PMID 23425958.
  22. Jean, Francois (1995). "Sudan: Speak no Evil, Do no Good". Life, Death and Aid: The Médecins Sans Frontières Report on World Crisis Intervention.
  23. "Mosby's Medical Dictionary, 8th edition. © 2009, Elsevier.". "kala-azar". Retrieved 2010-01-21.CS1 maint: multiple names: authors list (link)
  24. ୨୪.୦ ୨୪.୧ HarperCollins Publishers, 1991, 1994, 1998, 2000, 2003. "kala-azar". Retrieved 2010-01-21.CS1 maint: multiple names: authors list (link)
  25. Merriam-Webster's online dictionary. "kala-azar". Retrieved 2010-01-21.
  26. Thomas A. Taku (1999). Framework for Industrialization in Africa. Greenwood Publishing Group. p. 77. ISBN 9780275964986. Locally, the disease was called kala-azar or black fever, which is the meaning in the Hindustani language.
  27. Paniker, C.K. Jayaram (2013). Textbook of Medical Parasitology. Shorakhutte, Kathmandu, Nepal: Jaypee Brothers, Medical Publishers. p. 51. ISBN 978-93-5090-534-0.