କାର୍ମୁଷ୍ଟାଇନ

ଏହା ଏକ ଔଷଧ ଯାହା କର୍କଟ ରୋଗ ପାଇଁ ବ୍ୟବହୃତ ହୁଏ ।

କାର୍ମୁଷ୍ଟାଇନ (ଇଂରାଜୀ ଭାଷାରେ Carmustine), ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବିକ୍ରୟ ନାମ ବିଆଇସିଏନୟୁ (BiCNU), ହେଉଛି ଏକ ଔଷଧ ଯାହା କର୍କଟ ରୋଗ ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ମସ୍ତିଷ୍କ ଅର୍ବୁଦ, ମଲ୍ଟିପ୍ଲ ମାୟେଲୋମା, ଲିମ୍ଫୋମା ଏବଂ ମେଲାନୋମା ପାଇଁ ବ୍ୟବହୃତ ହୁଏ ।[] ଏହା ପାଲିଏଟିଭକେମୋଥେରାପି ଭାବରେ ବ୍ୟବହାର କରାଯାଇପାରେ ।[] ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ କିମ୍ବା ମସ୍ତିଷ୍କରେ ପ୍ରତିରୋପଣର ଅଂଶ ଭାବରେ ବ୍ୟବହୃତ ହୁଏ ।[]

କାର୍ମୁଷ୍ଟାଇନ
Clinical data
Trade namesBiCNU, Gliadel, others
AHFS/Drugs.commonograph
MedlinePlusa682060
data
Drug classAntineoplastic agents
Identifiers
ECHA InfoCard100.005.309 Edit this at Wikidata
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବୃକ୍‌କ ସମସ୍ୟା, ଫୁସଫୁସ ପ୍ରଦାହ ଏବଂ ଅସ୍ଥି ମଜ୍ଜା ଦମନ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ୱିତୀୟକ କର୍କଟ, କେଶ ଝଡ଼ିବା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ନାଇଟ୍ରୋସୌରିଆ ଯୌଗିକ ଏବଂ ଆଲକିଇଲେଟିଙ୍ଗ ଏଜେଣ୍ଟ ।[]

୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କାର୍ମୁଷ୍ଟାଇନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ୧୦୦ ମିଗ୍ରା ବିଶିଷ୍ଟ ମାତ୍ରାର ମୂଲ୍ୟ ପ୍ରାୟ ୨,୮୦୦ ଡଲାର ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତିରୋପଣ ପିଛା ଖର୍ଚ୍ଚ ପ୍ରାୟ ୬୫୦ ପାଉଣ୍ଡ ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Carmustine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2022. Retrieved 3 December 2023.
  2. ୨.୦ ୨.୧ ୨.୨ ୨.୩ ୨.୪ "DailyMed - CARMUSTINE- carmustine kit". dailymed.nlm.nih.gov. Archived from the original on 4 December 2023. Retrieved 3 December 2023.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 937. ISBN 978-0857114105.
  4. "BiCNU Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 9 June 2023. Retrieved 3 December 2023.