କଳାମୁଣ୍ଡିଆ ବାରମାସୀ

କଳାମୁଣ୍ଡିଆ ବାରମାସୀ (ଇଂରାଜୀ ଭାଷାରେ tricoloured munia, ଜୀବବିଜ୍ଞାନ ନାମ Lonchura malacca) ପକ୍ଷୀ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ[୨], ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଚୀନ ଅଞ୍ଚଳରେ ବସବାସ କରିଥାଏ । ଏହି ପକ୍ଷୀକୁ ତ୍ରିନିଦାଦ, ଜାମାଇକା, ହିଷ୍ପାନିଓଲା, କ୍ୟୁବା, ପ୍ୱେର୍ଟୋ ରିକୋ, ଭେନେଜୁଏଲା ଆଦି ଅଞ୍ଚଳରେ ନେଇ ସେଠାରେ ଛଡ଼ାଯାଇଥିଲା । ଏହି ପକ୍ଷୀ ଦେଖିବାକୁ ପ୍ରାୟ ମାଟିଆ ବାରମାସୀ ଚଢ଼େଇ ପରି । ଅପରିପକ୍ୱ ପକ୍ଷୀମାନଙ୍କ ଦେହ ଫିକା ମାଟିଆ ରଙ୍ଗର ହୋଇଥିବା ବେଳେ ଓ ମୁଣ୍ଡର କଳା ରଙ୍ଗ ସେତେ ବିକଶିତ ହୋଇନଥାଏ । ଏପରି ସମୟରେ ଏମାନଙ୍କୁ ଦେଖିଲେ ଲୋକଙ୍କ ମନରେ କାତିଛାତି ବାରମାସୀ (scaly-breasted munia) ପକ୍ଷୀଶାବକ ବୋଲି ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟିହୋଇପାରେ ।

କଳାମୁଣ୍ଡିଆ ବାରମାସୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Estrildidae
Genus: Lonchura
ଜାତି: L. malacca
ବାଇନୋମିଆଲ ନାମ
Lonchura malacca
କାର୍ଲ୍ ଲିନାୟସ୍, ୧୭୬୬
Synonyms

ଲୋକ୍ସିଆ ମାଲାକା (Loxia malacca) ଲିନାୟସ୍, ୧୭୬୬

ବର୍ଗୀକରଣ ସମ୍ପାଦନା

ପୂର୍ବେ ମାଟିଆ ବାରମାସୀ ପକ୍ଷୀ ଓ କଳାମୁଣ୍ଡିଆ ବାରମାସୀ ପକ୍ଷୀଙ୍କୁ ଏକ ବର୍ଗର ବୋଲି ଧାରଣା ରହିଥିଲା । ଏଷ୍ଟ୍ରିଲ୍‍ଡିନାଏ ପକ୍ଷୀମାନେ ଭାରତରୁ ସୃଷ୍ଟି ହୋଇ ଆଫ୍ରିକୀୟ ଓ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ପରିବାସକୁ ବ୍ୟାପ୍ତ ହୋଇଥିବାର ଅନୁମାନ କରାଯାଏ ।[୩]

ପରିସ୍ଥିତିକ ବ୍ୟବହାର ସମ୍ପାଦନା

କଳାମୁଣ୍ଡିଆ ବାରମାସୀ ମୁଖ୍ୟତଃ ଶସ୍ୟ ଓ ବିଭିନ୍ନ ବୀଜ ଆହାର କରିଥାନ୍ତି । ଏହାଛଡ଼ା ଏମାନେ ଲାଣ୍ଟାନା ବୁଦା, ବିଭିନ୍ନ କୋଳି, ବଣ ଡିମିରି, ଫୁଲର କଢ଼, ବାଉଁଶ ଗଜା ଆଦି ମଧ୍ୟ ଖାଇବା ଦେଖାଯାଏ ।[୪] ଏମାନେ ଛୋଟ କୀଟପତଙ୍ଗ ମଧ୍ୟ ଖାଇଥାନ୍ତି ।[୫] କଳାମୁଣ୍ଡିଆ ବାରମାସୀ ଆକାରରେ ଛୋଟ (ପ୍ରାୟ ୧୫ ସେଣ୍ଟିମିଟର ଲମ୍ବ) ଓ ନିଜ ଜାତିର ଅନ୍ୟ ପକ୍ଷୀଙ୍କ ସହିତ ରହିବା ପସନ୍ଦ କରନ୍ତି । ଜୁନରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବର୍ଷା ଋତୁ ଏମାନଙ୍କ ମିଳନ ଓ ପ୍ରଜନନ ସମୟ । ମାଈ ବାରମାସୀ ଏକା ବେଳକେ ୩-୭ଟି ନୀଳ ରଙ୍ଗର ଅଣ୍ଡା ଦେଇଥାଏ । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଛୁଆଙ୍କ ଲାଳନପାଳନ ଦାୟିତ୍ୱ ବହନକରିଥାନ୍ତି ।

ପରିବାସ ସମ୍ପାଦନା

ଆର୍ଦ୍ର ତୃଣଭୂମି କଳାମୁଣ୍ଡିଆ ବାରମାସୀଙ୍କ ପ୍ରିୟ ପରିବାସ । ଏମାନେ କ୍ରାନ୍ତୀୟ ଅଳ୍ପ ଉଚ୍ଚତାବିଶିଷ୍ଟ ଆର୍ଦ୍ର ଅରଣ୍ୟ ପରିବାସରେ ରହିବା ମଧ୍ୟ ଦେଖାଯାଏ । ଲମ୍ବା ଘାସ ଥିବା ଅଞ୍ଚଳରେ ଓ ଚାଷ ଜମିମାନଙ୍କ ନିକଟରେ ମଧ୍ୟ ଏହି ପକ୍ଷୀମାନେ ବିଚରଣ କରିବା ଦେଖାଯାଏ ।

ଦ୍ୱନ୍ଦ୍ୱ ସୃଷ୍ଟିକାରୀ ଅନ୍ୟ ବାରମାସୀ ପ୍ରଜାତି ସମ୍ପାଦନା

ମାଟିଆ ବାରମାସୀର ଦେହ ମାଟିଆ ଓ ମୁଣ୍ଡ କଳା ରଙ୍ଗର । ପେଟ ପଟେ ଥିବା ମାଟିଆ ବା ଧଳା ପରରୁ ମାଟିଆ ଓ କଳାମୁଣ୍ଡିଆ ବାରମାସୀଙ୍କୁ ଯଥାକ୍ରମେ ଚିହ୍ନଟ କରିହେବ । ଇଣ୍ଡୋନେସିଆର କୃଷ୍ଣମୁଖ ବାରମାସୀ ଦେଖିବାକୁ ଭିନ୍ନ କିନ୍ତୁ ଏହାର ବୈଜ୍ଞାନିକ ନାମ କଳାମୁଣ୍ଡିଆର ବୈଜ୍ଞାନିକ ନାମ ପରି ହୋଇଥିବା ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

ମାଟିଆ ବାରମାସୀ
କଳାମୁଣ୍ଡିଆ ବାରମାସୀ
କୃଷ୍ଣମୁଖ ବାରମାସୀ
କାତିଛାତି ବାରମାସୀ

ଆଧାର ସମ୍ପାଦନା

  1. BirdLife International (2012). "Lonchura malacca". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. https://portals.iucn.org/library/sites/library/files/documents/RL-549.3-003-v.3.pdf
  3. Arnaiz-Villena, A; Ruiz-del-Valle V; Gomez-Prieto P; Reguera R; Parga-Lozano C; Serrano-Vela I (2009). "Estrildinae Finches (Aves, Passeriformes) from Africa, South Asia and Australia: a Molecular Phylogeographic Study" (PDF). The Open Ornithology Journal. 2: 29–36. doi:10.2174/1874453200902010029. Archived from the original (PDF) on 2012-03-21. Retrieved 2020-12-08.
  4. Udgata, Harsha Bardhan (2018). 100 Birds of Puri Wildlife Division. {{cite book}}: Unknown parameter |Publisher= ignored (|publisher= suggested) (help)
  5. Naik, Satyesh; Dr. Arun Kumar Mishra (2017). Photographic Field guide to Birds of Sundargarh Forest Division. {{cite book}}: Unknown parameter |Publisher= ignored (|publisher= suggested) (help)

ଅନ୍ୟାନ୍ୟ ଲିଙ୍କ ସମ୍ପାଦନା