କମଳା
#ଦଶମହାବିଦ୍ଯା
#କମଳା/#ଦଶମମହାବିଦ୍ୟା
#କମଳା ହେଉଛନ୍ତି ମହାଲକ୍ଷ୍ମୀ । କେତେକ ତନ୍ତ୍ରଶାସ୍ତ୍ରରେ #କମଳା ବା #କମଳାତ୍ମିକାଙ୍କୁ ପ୍ରଧାନ ମହାଶକ୍ତି ରୂପେ ବର୍ଣ୍ଣନା କରାଯାଇଛି । କମଳାଙ୍କ ଉପାସନା କଲେ ସାଧକ ଧନଧାନ୍ୟ ଗୋପ ଲକ୍ଷ୍ମୀରେ ଭୋଗୀ ହୋଇଥାନ୍ତି । କମଳାଙ୍କ ଅଙ୍ଗକାନ୍ତି ସୁନା ଭଳି । ୪ଟି ହାତୀ ତାଙ୍କୁ ସ୍ୱର୍ଣ୍ଣକୁମ୍ଭ ସାହାଯ୍ୟରେ ଅଭିଷେକ କରୁଛନ୍ତି । ତାଙ୍କ ଦୁଇ ହସ୍ତରେ ଅଛି ବର ଓ ଅଭୟମୁଦ୍ରା, ଦୁଇଟି ପଦ୍ମ । ସେ ନିଜେ ପଦ୍ମ ଉପରେ ବିରାଜମାନ କରିଥାନ୍ତି । ଏହାଙ୍କ ଶିବଙ୍କ ନାମ #ମହାବିଷ୍ଣୁ ବା #ନାରାୟଣ।
**************************
#କମଳା /#ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ #ଶ୍ରୀ ଭାବେ ମଧ୍ୟ ପରିଚିତ ।ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା,।ପୁରାଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।
#ଶୁକ୍ରମହାଗ୍ରହ ପାଇଁ କମଳାତ୍ମିକାଙ୍କ ଉପାସନା କରାଯାଏ।
******************************
ତାଙ୍କର ଚାରିହାତ ଧର୍ମ, କାମ, ଅର୍ଥ ଓ ମୋକ୍ଷର ପ୍ରତୀକ । ତାଙ୍କୁ ପୂଜାକରିବାଦ୍ୱାରା ଧର୍ମ, କାମ, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ #ଭାର୍ଗବୀ, #ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ #ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ #କମଳାଙ୍କ କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।
******************************
ପଦ୍ମ ଫୁଲସହ #କମଳାଙ୍କ ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା :
#ପଦ୍ମା : ପଦ୍ମରେ ଯେ ବାସ କରନ୍ତି
#କମଳା : କମଳରେ ଯେ ବାସ କରନ୍ତି
#ପଦ୍ମପ୍ରିୟା : ଯେ ପଦ୍ମକୁ ପସନ୍ଦ କରନ୍ତି
#ପଦ୍ମମୁଖୀ : ଯାହାର ମୁଖ ପଦ୍ମ ଭଳି ସୁନ୍ଦର
#ପଦ୍ମାକ୍ଷୀ : ଯାହାର ଆଖି ପଦ୍ମ ପରି ସୁନ୍ଦର
#ପଦ୍ମହସ୍ତା : ଯେ ପଦ୍ମ ଧାରଣ କରିଥାନ୍ତି
#ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
*******************************
#କମଳାତ୍ମିକା ଙ୍କୁ ଯେଉଁ ଧ୍ୟାନମନ୍ତ୍ର ରେ ସ୍ତୁତି କରାଯାଏ ସେସବୁ ମଧ୍ୟରୁ ଗୋଟିଏ #ଧ୍ୟାନମନ୍ତ୍ର ଖୁବ୍ ପ୍ରସିଦ୍ଧ।
ସେଥିରେ କୁହାଯାଇଛି-
କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରିପ୍ରଖ୍ୟୈଶ୍ଚତୁର୍ଭିର୍ଗଜୈ ।
ହସ୍ତୋତ୍କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥
ବିଭ୍ରାଣାଂ ବରମବ୍ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।
କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍ ॥
ଅର୍ଥାତ୍, ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରୁଥା’ନ୍ତି; ଯେ ନିଜର ଚତୁର୍ହସ୍ତରେ ଯଥାକ୍ରମେ ବରଦ ଓ ଅଭୟମୁଦ୍ରା ଏବଂ କମଳ ପୁଷ୍ପ ଧାରଣ କରିଥାଆନ୍ତି; ଯାହାଙ୍କର ମସ୍ତକ ଉଜ୍ଜ୍ୱଳ ବର୍ଣ୍ଣର ଭବ୍ୟ କିରୀଟ ଦ୍ୱାରା ଶୋଭିତ; ଯାହାଙ୍କର କଟିଦେଶରେ କୌଶେୟ ବସନ ଶୋଭା ପାଉଥାଏ; ପ୍ରସ୍ଫୁଟିତ ପଦ୍ମ ଉପରେ ଆରୂଢ଼ା, ସେହି ଭଗବତୀ କମଳାତ୍ମିକା ଙ୍କୁ ମୁଁ ବନ୍ଦନା କରୁଛି।।
******************************
#କମଳାମନ୍ତ୍ର/#ଲକ୍ଷ୍ମୀମନ୍ତ୍ର /#ମହାଲକ୍ଷ୍ମୀ
#ବୈଦିକମନ୍ତ୍ର
।।ଓଁ ଶ୍ରୀଶ୍ଚ ତେ ଲକ୍ଷ୍ମୀଶ୍ଚ ପତ୍ନ୍ୟାବହୋରାତ୍ରେ ପାର୍ଶ୍ବେ ନକ୍ଷତ୍ରାଣି ରୂପମଶ୍ୱିନୌ ବ୍ୟାତ୍ତମ୍ ଇଷ୍ଣନ୍ନିଷାଣା ମୁମ୍ମ ଇଷାଣ ସର୍ବଲୋକଂ ମ ଇଷାଣ।।
#ତନ୍ତ୍ରୋକ୍ତମନ୍ତ୍ର:-
।। ଶ୍ରୀଂ।।
।।ଓଁ ଶ୍ରୀଂହ୍ରୀଂଶ୍ରୀଂ କମଳେ କମଳାଲୟେ ପ୍ରସୀଦ ପ୍ରସୀଦ ଶ୍ରୀଂହ୍ରୀଂଶ୍ରୀଂ ମହାଲକ୍ଷ୍ମୈ ନମଃ।।
।।ଓଁଐଂହ୍ରୀଂଶ୍ରୀଂକ୍ଳୀଂହସୌଃ ଜଗତ୍ ପ୍ରସୁତ୍ୟୈ ନମଃ।।
।।ଶ୍ରୀଂ କ୍ଳୀଂ ଶ୍ରୀଂ।।
।।ଐଂ ହ୍ରୀଂ ଶ୍ରୀଂ କ୍ଳୀଂ।।
।।ଐଂ ଶ୍ରୀଂ ହ୍ରୀଂ କ୍ଳୀଂ।।
।।ଶ୍ରୀଂ ହ୍ରୀଂ କ୍ଳୀଂ।।
।।ଶ୍ରୀଂ କ୍ଳୀଂ ଶ୍ରୀଂ ନମଃ।।
।।ନମଃ ବ୍ରହ୍ମ ତନୟେ।।
।।ନମଃ କମଳବାସିନ୍ୟୈ ସ୍ଵାହା।।
।।ଐଂ ହ୍ରୀଂ ଶ୍ରୀଂ କ୍ଳୀଂ ହସୌଃ ଜଗତ୍ ପ୍ରସୁତ୍ୟୈ ନମଃ।।