କବିତା ବାରିକ

ଓଡ଼ିଆ ଗାଳ୍ପିକା

କବିତା ବାରିକ ଜଣେ ଭାରତୀୟ ଅଧ୍ୟାପିକା ତଥା ଓଡ଼ିଆ-ଭାଷୀ ଗାଳ୍ପିକା, ଔପନ୍ୟାସିକା, ପ୍ରାବନ୍ଧିକ ଓ ସମାଲୋଚକ ।[] ସେ ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ।[]

କବିତା ବାରିକ
ଶିକ୍ଷାପିଏଚଡ଼ି, ଡି ଲିଟ
ଶିକ୍ଷାନୁଷ୍ଠାନମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ସାହିତ୍ୟିକା, ଅଧ୍ୟାପିକା

ସାହିତ୍ୟ ରଚନା

ସମ୍ପାଦନା

୧୯୭୭ ମସିହାରେ ବାରିପଦାର ମହାରାଜ ପୂର୍ଣ୍ନଚନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ସେଠାକାର ମୁଖପତ୍ର ଭଞ୍ଜପ୍ରଭାରେ କବିତାଙ୍କର ଗପ ମୋନାଲିସାର ହସଅନ୍ୟ ପୃଥିବୀର ମଣିଷ ପ୍ରକାଶ ପାଇଥିଲା । ଏ ସବୁ ଗପ ଥିଲା ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । ସେହି ସମୟରେ ଭଦ୍ରକରୁ ପ୍ରକାଶିତ ପତ୍ରିକା ଗଳ୍ପଝରରେ ତାଙ୍କର ଗପ କ୍ୟାମେରାମ୍ୟାନ, ଇଲିଶିର ଆଖିବିଗତ ଯୌବନା ପ୍ରକାଶ ପାଇଥିଲା । ୧୯୮୧ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ଝଙ୍କାରରେ ତାଙ୍କ ଗପ ସ୍ମୃତିର ସହର ତାଙ୍କୁ ଲୋକପ୍ରିୟ କରିବା ସହ ପାଠକୀୟ ସ୍ୱୀକୃତି ଦେଇଥିଲା । ସେ ବେଳର ଗଳ୍ପ ଇସ୍ତାହାର, ସୁଚରିତାଗୋକର୍ଣ୍ଣିକା ଆଦି ପତ୍ରିକାରେ ମଧ୍ୟ ପ୍ରକାଶ ପାଉଥିଲା ।

୧୯୮୧ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ପର୍ଦ୍ଦାପଛର ଗୀତ ପ୍ରକାଶିତ ହୋଇଥିଲା । ସେ ୨୦୧୮ ମସିହାରେ ମୟୂରଭଞ୍ଜରୁ ପୂର୍ବରୁ ପ୍ରକାଶ ପାଇ ବନ୍ଦହୋଇଯାଇଥିବା ଉତ୍କଳପ୍ରଭା ପତ୍ରିକାର ପୁନଃପ୍ରକାଶନ ଆରମ୍ଭ କରିଥିଲେ ।

ରଚନାବଳୀ

ସମ୍ପାଦନା

ଏଯାବତ କବିତାଙ୍କର ୧୪ଟି ଗଳ୍ପ ସଂକଳନ, ୬ଟି ଉପନ୍ୟାସ ଓ ୧୧ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଛି । ତାଙ୍କର କେତୋଟି ପୁସ୍ତକର ତାଲିକା:

  • ଭିନ୍ନ ସହର (୧୯୮୭)
  • ଛକ (୧୯୯୦)
  • ସଞ୍ଜ ଯେବେ ଆସେ (୧୯୯୯)
  • ଗଙ୍ଗା ସ୍ନାନ (୨୦୦୦)
  • ଜୀବନ କେବେ କେମିତି (୨୦୦୧)
  • ପବିତ୍ର ନିରଞ୍ଜନା (୨୦୦୪)
  • ଭଲଦିନର ଠିକଣା (୨୦୦୮)
  • ଅଧାଗଢ଼ା ସଂପର୍କ (୨୦୧୩)
  • ନିଃସର୍ତ୍ତ ଉଚ୍ଚାରଣ (୨୦୧୪)
  • ପୁଣି ଜଣେ ଅରୁଣା ସାନବାଗ (୨୦୧୫)
  • ଚରିତ୍ରମାନେ (୨୦୧୬)
  • ସ୍ୱୟଂସିଦ୍ଧା (୨୦୧୯)
  • ମୁଢ଼ିବାଲୀ (୨୦୨୦)
  • ରାତିର ବାସନ୍ତୀ (୨୦୨୧)
  • ଦଗ୍ଧ କାଶତଣ୍ଡି ପୋଡ଼ା ଶୈଶବ (୨୦୨୪)
  • କବିତା ବାରିକ ଗଳ୍ପ ସମଗ୍ର

ଉପନ୍ୟାସ

ସମ୍ପାଦନା
  • ପରଦା ପଛର ଗୀତ (୧୯୮୧)
  • ସମ୍ପର୍କ (୧୯୯୨)
  • ମନର ଘର (୧୯୯୩)
  • ଜୀବନ ନଈ (୨୦୦୨)
  • ଇପ୍ସିତ ସକାଳ (୨୦୦୪)
  • ପୃଷ୍ଠା (୨୦୧୬)
  • ଆମେ ହାରି ନାହୁଁ (୨୦୨୨)

ପ୍ରବନ୍ଧ/ସମାଲୋଚନା

ସମ୍ପାଦନା
  • ମୋ ଦୃଷ୍ଟିରେ ନାରୀ (୧୯୯୭)
  • ଶହେ ପଚିଶ ବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ : ଏକ ତାତ୍ତ୍ୱିକ ବିଶ୍ଳେଷଣ (୧୯୯୮, -୨୦୨୩)
  • ଶହେ ବର୍ଷର ଓଡ଼ିଆ ଗଳ୍ପକୁ ଲେଖିକାଙ୍କ ଅବଦାନ (୧୯୯୯, ୨୦୧୪, ୨୦୧୭, ୨୦୨୨, ୨୦୨୪)
  • କୁନ୍ତଳା କୁମାରୀ କୃତି ଓ କୃତିତ୍ୱ (୨୦୦୪)
  • ଚେତନା (୨୦୧୧)
  • ଓଡ଼ିଆ ସାହିତ୍ୟକୁ ମୟୂରଭଞ୍ଜର ଅବଦାନ (୨୦୧୧)
  • ବାମା (୨୦୧୧)
  • ଓଡ଼ିଆ ଗଳ୍ପରେ ମାନବିକ ଚେତନା (୨୦୧୯)
  • ବାମାବାଦୀ ସାହିତ୍ୟ : ପରମ୍ପରା ଓ ପ୍ରୟୋଗ (୨୦୧୯)
  • ନାରୀ-ବିମର୍ଷ ଚେତନା ଓ ଚିନ୍ତନ (୨୦୨୧)
  • ସାହିତ୍ୟେ ବିବିଧ ରୂପତତ୍ତ୍ୱ (୨୦୨୧)
  • ଲେଖିକାଙ୍କ କଲମରୁ ଶହେ ବର୍ଷର ଓଡ଼ିଆ ଗଳ୍ପ

ଆତ୍ମଜୀବନୀ

ସମ୍ପାଦନା
  • ନିଜକଥା - ୧ମ ଭାଗ (୨୦୧୩)
  • ମୋ ଜୀବନ କେବେ କେମିତି - ୨ୟ ଭାଗ (୨୦୨୨)[]

ଅନ୍ୟାନ୍ୟ

ସମ୍ପାଦନା
  • ହେ ବର୍ଷର ଆଧୁନିକ କ୍ଷୁଦ୍ର ଗଳ୍ପ (ସମ୍ପାଦନା) - ନେସନାଲ ବୁକ ଟ୍ରଷ୍ଟ[]
  • କବିତା ବାରିକଙ୍କ ସୃଜନର ଦିଗ ଓ ଦିଗନ୍ତ - ରଞ୍ଜିତା ପାତ୍ର
  • ନିଃସଙ୍ଗ ପ୍ଲାଟଫର୍ମ (କବିତାଙ୍କ ଗପର ବଙ୍ଗଳା ଅନୁବାଦ)
  • ଓଡ଼ିଆ ଲେଖିକାଙ୍କ ଗଳ୍ପ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ବନଫୁଲ ଗଳ୍ପ ସମ୍ମାନ - ୨୦୧୯
  • ଫକୀର ମୋହନ ସାହିତ୍ୟ ପରିଷଦ ସମ୍ବର୍ଦ୍ଧନା - ୨୦୨୧
  • ରଙ୍ଗରାଗ ଗଳ୍ପ ସମ୍ମାନ - ୨୦୨୧
  • କାଦମ୍ବିନୀ ଗଳ୍ପ ସମ୍ମାନ - ୨୦୧୪[]
  1. Malayalam Literary Survey (15 ed.). Kerala Sahitya Akademi. Retrieved 7 September 2021.
  2. "PROFILE OF POST GRADUATE DEPARTMENT OF ODIA" (PDF). www.nou.nic.in/. ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ. Retrieved 7 September 2021.
  3. ପଣ୍ଡା ଓ ମହାପାତ୍ର, ଶ୍ରୀହରି ଓ ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ଲେଖକ ପରିଚୟ. କଟକ: ସାଇଯମୁନା.
  4. "ଆତ୍ମନେପଦ". www.nitidinepaper.com. ନିତିଦିନ. Archived from the original on 7 September 2021. Retrieved 7 September 2021.
  5. "Odisha Activist Sruti Mohapatra To Get Kadambini Samman". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 7 September 2021. Retrieved 7 September 2021.