କନ୍ନଗୀ (ଆନୁମାନିକ ଖ୍ରୀଷ୍ଟାବ୍ଦ ୧୦୦-୩୦୦) ହେଉଛନ୍ତି ଜଣେ ମହିୟସୀ ତାମିଲ୍ ମହିଳା । ଇଲାଂଗୋ ଅଡିଗଲ୍‍ଙ୍କଦ୍ୱାରା ଲିଖିତ ଶିଳାପଦିକରଣ ପୁସ୍ତକ ତଥା କଥାଚିତ୍ରର ମୁଖ୍ୟ ନାରୀ ଚରିତ୍ର ହେଉଛନ୍ତି କନ୍ନଗୀ । ନିଜ ସ୍ୱାମୀ କୋଭଲନ୍‍ଙ୍କ ଅକାରଣ ମୃତ୍ୟୁର କାରଣ ସାଜିଥିବା ମଦୁରାଇର ପାଣ୍ଡ୍ୟ ରାଜାଙ୍କ ବିରୁଦ୍ଧରେ କନ୍ନଗୀଙ୍କ ପ୍ରତିଶୋଧର କାହାଣୀ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟବସ୍ତୁ ।

କନ୍ନଗୀ
କନ୍ନଗୀ
ଚେନ୍ନାଇର ମରିନା ବେଳାଭୂମିରେ କନ୍ନଗୀଙ୍କ ପ୍ରତିମୂର୍ତ୍ତି

ଇତିହାସ ସମ୍ପାଦନା

 
ପୁମ୍ପୁହାରରେ ରହିଥିବା କନ୍ନଗୀ ମୂର୍ତ୍ତି

ପୁହାର ଗ୍ରାମରେ ବୈଶ୍ୟମାନଙ୍କର ନାଗାରଥାର୍ ଗୋଷ୍ଠୀର [୧][୨][୩] ଜଣେ ସମ୍ଭ୍ରାନ୍ତ ବଣିକଙ୍କ ପୁତ୍ର ଥିଲେ କୋଭଲନ୍ । ସେ କନ୍ନଗୀଙ୍କୁ ବିବାହ କରିଥିଲେ । କୋଭଲନ୍ ମାଧବୀନାମିକା ଜଣେ ନର୍ତ୍ତକୀଙ୍କ ମୋହରେ ପଡ଼ି ନିଜର ଧନ ସମ୍ପତ୍ତି ମାଧବୀଙ୍କ ଉପରେ ଉଡ଼ାଇବାକୁ ଲାଗିଲେ । ସମ୍ପୂର୍ଣ୍ଣ ଭାବେ ଦରିଦ୍ର ହେବାପରେ କୋଭଲନ୍‍ଙ୍କ ଜ୍ଞାନ ଉଦୟ ହେଲା ଓ ସେ ନିଜ ସ୍ତ୍ରୀ କନ୍ନଗୀଙ୍କ ପାଖକୁ ଫେରି ଆସିଲେ । କନ୍ନଗୀଙ୍କ ମୂଲ୍ୟବାନ ଅଳଙ୍କାର ବିକି ସେଥିରୁ ମିଳିଥିବା ପଇସାକୁ ନେଇ ମଦୁରାଇରେ ବ୍ୟବସାୟ କରି ନିଜ ହୃତ ବୈଭବ ଫେରି ପାଇବାକୁ କୋଭଲନ୍ ଆଶା କରିଥିଲେ ।

ସେ ସମୟରେ ପାଣ୍ଡ୍ୟ ରାଜବଂଶପ୍ରଥମ ନିଦୁଂଜ ଚେଲିୟାନ୍ ମଦୁରାଇରେ ରାଜୁତି କରୁଥିଲେ । କୋଭଲନ୍ ନିଜ ସ୍ତ୍ରୀଙ୍କ ଚୁଡ଼ି ବିକିବାକୁ ଚେଷ୍ଟା କରୁଥିବା ସମୟରେ ଏହା ପୂର୍ବରୁ ଚୋରି ଯାଇଥିବା ରାଣୀଙ୍କ ଅଳଙ୍କାର ବୋଲି ମିଥ୍ୟା ସନ୍ଦେହ ସୃଷ୍ଟି ହେଲା । କୋଭଲନ୍‍ ରାଣୀଙ୍କ ଅଳଙ୍କାର ଚୋରାଇଛନ୍ତି ବୋଲି ମିଥ୍ୟା ଅଭିଯୋଗ କରାଗଲା ଓ ବିଚାର କରାନଯାଇ କୋଭଲନ୍‍ଙ୍କ ମୁଣ୍ଡଚ୍ଛେଦ କରାଗଲା । କନ୍ନଗୀ ଏହା ଜାଣିବା ପରେ ରାଗରେ ନିଆଁବାଣ ହୋଇଗଲେ ଓ ରାଜାଙ୍କ ସମ୍ମୁଖରେ ନିଜ ସ୍ୱାମୀଙ୍କ ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ବାହାରି ପଡ଼ିଲେ ।

ରାଜାଙ୍କ ଦରବାରକୁ ଆସି କନ୍ନଗୀ କୋଭଲନ୍‍ଙ୍କଠାରୁ ଜବତ ହୋଇଥିବା ଚୁଡ଼ିରେ ମାଣିକ୍ୟ ଥିବା ଦେଖାଇଲେ ଯେବେକି ରାଣୀଙ୍କ ହଜିଯାଇଥିବା ଚୁଡ଼ିରେ ମୁକ୍ତା ଖଚିତ ହୋଇଥିଲା । ଘୋର ଅନ୍ୟାୟ କରିଥିବା ରାଜା ନିଜ ଭୁଲ ବୁଝିପାରି ଲାଜରେ ଆତ୍ମହତ୍ୟା କଲେ । ସମସ୍ତ ମଦୁରାଇ ସହର ଜଳିଯାଉ ବୋଲି ରାଗରେ କନ୍ନଗୀ ଅଭିଶାପ ଦେଇଥିଲେ । ଜଣେ ସତୀର ଏପରି ଅଭିଶାପରେ ପାଣ୍ଡ୍ୟମାନଙ୍କ ରାଜଧାନୀ ଜଳିବାକୁ ଲାଗିଲା ଓ ବହୁ ଧନଧାନ୍ୟ ପୋଡ଼ି ନଷ୍ଟ ହୋଇଗଲା । ପରେ ଦେବୀ ମୀନାକ୍ଷୀଙ୍କ ଅନୁରୋଧ ଓ ଆଶ୍ୱାସନାରେ କନ୍କଗୀଙ୍କ କ୍ରୋଧ ଶାନ୍ତ ହେଲା ଓ ସେ ମୋକ୍ଷପ୍ରାପ୍ତି କଲେ । ଏହି କାହାଣୀ କବି ଇଲାଂଗୋ ଆଡିଗଲ୍‍ଙ୍କ କବିତା ଶିଳାପଦିକରଣରେ ବର୍ଣ୍ଣିତ ହୋଇଛି ।

 
ପୁମ୍ପୁହାରର କନ୍ନଗୀ ସଂଗ୍ରହାଳୟ

ପୂଜା ସମ୍ପାଦନା

 
ଥାମ୍ବିଲୁୱିଲ୍‍ର ଶ୍ରୀ କନ୍ନକୀ ଅମ୍ମା ମନ୍ଦିରରେ ଦେବୀ କନ୍ନଗୀଙ୍କ ମୂର୍ତ୍ତି

କନ୍ନଗୀ ବା କନ୍ନକୀ ଅମ୍ମା ସତୀତ୍ୱର ପ୍ରତୀକ ଓ ଜଣେ ମହାନ ଦେବୀ ରୂପେ କେତେକ ସ୍ଥାନରେ ପୂଜା ପାଆନ୍ତି । ଶ୍ରୀଲଙ୍କାର ସିଂହଳୀ ବୌଦ୍ଧଧର୍ମାବଲମ୍ବୀମାନେ [୪] କନ୍ନଗୀଙ୍କୁ ପତ୍ତିନୀ ଦେବୀ ଭାବେ ପୂଜା କରନ୍ତି । ସିଂହଳୀ ତାମିଲ୍ ହିନ୍ଦୁମାନଙ୍କ ମଧ୍ୟରେ କନ୍ନକୀ ଅମ୍ମା ଓ ଦକ୍ଷିଣ ଭାରତୀୟ କେରଳ ରାଜ୍ୟରେ କୋଦୁଂଗଲୁର୍ ଭଗବତୀଆଟୁକାଲ୍ ଦେବୀ ନାମରେ ମଧ୍ୟ ସେ ପୂଜିତା । କେରଳୀମାନଙ୍କ ବିଶ୍ୱାସ ଯେ ଭଦ୍ରକାଳୀଙ୍କ ଅବତାର କନ୍ନଗୀ ଦେବୀ କୋଦୁଂଗଲୁର୍‍ଠାରେ ଆବିର୍ଭୂତା ହୋଇଥିଲେ ଓ କୋଦୁଂଗଲୁର୍ ମନ୍ଦିରରେ ମୋକ୍ଷଲାଭ କରିଥିଲେ । [୫][୬]

କନ୍ନଗୀଙ୍କ ଲୋକପ୍ରିୟତା ସମ୍ପାଦନା

ଆର୍. ଏସ୍. ମଣିଙ୍କ ନିର୍ଦ୍ଦେଶନାରେ ୧୯୪୨ ମସିହାରେ କନ୍ନଗୀ ନାମକ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା । ଶିଳାପଦିକାରମ୍ ବା ଶିଳାପଦିକରଣ ଉପରେ ପର୍ଯ୍ୟବସିତ ଏହା ପ୍ରଥମ ତାମିଲ୍ ଚଳଚ୍ଚିତ୍ର ଥିଲା । ସମାନ ବିଷୟବସ୍ତୁ ଉପରେ ୧୯୬୪ ମସିହାରେ ପୁମ୍ପୁହାର ନାମକ ଆଉ ଏକ ଚଳଚ୍ଚିତ୍ର ପ୍ରକାଶ ପାଇଥିଲା । ଚେନ୍ନାଇ (ମାନ୍ଦ୍ରାଜ)ର ମରିନା ବେଳାଭୂମିରେ କନ୍ନଗୀଙ୍କର ଏକ ପ୍ରସ୍ତର ମୂର୍ତ୍ତି ରହିଛି । ଏଥିରେ ଶିଳାପଦିକରଣର ଏକ ଦୃଶ୍ୟ ଯେଉଁଥିରେ କନ୍ନଗୀ ହାତରେ ଚୁଡ଼ି ଧରିଛନ୍ତି ତାହା ପ୍ରଦର୍ଶିତ ହୋଇଛି । ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କାରଣରୁ ୨୦୦୧ ମସିହାରେ ଏହି ମୂର୍ତ୍ତିକୁ ହଟାଇ ଦିଆଯାଇଥିଲା । [୭][୮] ୨୦୦୬ ମସିହାରେ ଏହାକୁ ପୁନର୍ବାର ପ୍ରତିଷ୍ଠା କରାଗଲା । [୯][୧୦]

ପତ୍ତିନୀ ଦେବୀ ବା କନ୍ନଗୀଙ୍କ ଉପରେ ୨୦୧୬ ମସିହା ମଇ ୫ ତାରିଖ ଦିନ ଶ୍ରୀଲଙ୍କାରେ ପତ୍ତିନୀ ନାମକ ଏକ ସିଂହଳୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ଓ ଏଥିରେ ପୂଜା ଉମାଶଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । [୧୧]

୧୯୯୦ ଦଶନ୍ଧିରେ ଦୂରଦର୍ଶନରେ ଉପାସନା ନାମକ ଏକ ଧାରାବାହିକ ପ୍ରସାରିତ ହେଉଥିଲା । ଏହି ଧାରାବାହିକ ଶିଳାପଦିକାରମ୍ ଓ ମଣିମେକଳାଇ ପୁସ୍ତକମାନଙ୍କରେ ବର୍ଣ୍ଣିତ କାହାଣୀ ଉପରେ ପର୍ଯ୍ୟବସିତ ଥିଲା ।

ଆଧାର ସମ୍ପାଦନା

  1. Nagarathar Heritage (2017-06-07), Chettinad - Nagarathar - Ancient Town | Poompuhar | Kovalan Kannagi | Kaveripoompattinam | Chettiar, retrieved 2017-08-28
  2. "Nagarathar children trace their roots". The Hindu (in ଇଂରାଜୀ). Retrieved 2017-08-28.
  3. "Welcome to Nagarathar Ikkiya Sangam". nagaratharikkiyasangam.org (in ଇଂରାଜୀ). Retrieved 2017-08-28.
  4. R.K.K. Rajarajan (2016) Dance of Ardhanārī as Pattinī-Kaṉṉaki: With special reference to the Cilappatikāram. Berliner Indologische Studien, Berlin, Vol. 13/14, pp. 401-14. ISBN 978-3-447-05676-2. https://www.academia.edu/2955548/Dance_of_Ardhanari_as_Pattini-Kannaki_with_special_reference_to_the_Cilappatikaram and R.K.K. Rajarajan (2012) Dance of Ardhanārī. A Historiographical Retrospection. In Tiziana Lorenzetti and Fabio Scialpi eds. Glimpses of Indian History and Art. Reflections on the Past, Perspectives for the Future. Roma: SAPIENZA Università Editrice, pp. 233-270. ISBN 978-88-95814-85-8. https://www.academia.edu/3740760/Dance_of_Ardhan%C4%81r%C4%AB._A_Historiographical_Retrospection
  5. Shankar Radhakrishnan HAI Bubbling over with devotion The Hindu news.
  6. R.K.K. Rajarajan (2016) Masterpieces of Indian Literature and Art - Tears of Kaṇṇaki: Annals and Iconology of the ‘Cilappatikāram’. Sharada Publishing House, New Delhi. Pages xix + 412, photos 143, ISBN 978-93-83221-14-1. https://www.academia.edu/30222114/Masterpieces_of_Indian_Literature_and_Art_-_Tears_of_Ka%E1%B9%87%E1%B9%87aki_Annals_and_Iconology_of_the_Cilappatik%C4%81ram_
  7. "Presidency College ground ideal for Kannagi statue: panel". The Hindu. Chennai: The Hindu. 16 June 2002. Archived from the original on 25 January 2013. Retrieved 9 Oct 2011.
  8. "Kannagi statue to be reinstalled on Jun 3: Governor". One India News. OneIndiaNews.com. 24 May 2006. Retrieved 9 Oct 2011.
  9. Menon, Jaya (16 May 2006). "On Marina beach, Karunanidhi keeps date with Kannagi". Indian Express. indianexpress.com. Retrieved 9 Oct 2011.
  10. Tiwari, Binita (23 August 2007). "Kannagi's statue adorned Marina Beach". Newstrack India. Newstrack India. Retrieved 9 Oct 2011.
  11. "Pathini Sinhala Film by Sunil Ariyaratne". Sandeshaya. Retrieved 2 May 2016.

ଆହୁରି ଦେଖନ୍ତୁ ସମ୍ପାଦନା

କନ୍ନକୀ ଅମ୍ମା