କଦଳୀ ଗଛର ଫୁଲକୁ କଦଳୀ ଭଣ୍ଡା କହନ୍ତି । ଏହାର ରଙ୍ଗ ଖଇରିଆ ହୋଇଥାଏ । ଏହାର ଫୁଲ ଗୁଡ଼ିକ ଶକ୍ତ, ଖଇରିଆ ପାଖୁଡାଦ୍ୱାରା ଆଚ୍ଛାଦିତ ହୋଇଥାଏ । ପାଖୁଡାର ଆସ୍ତରଣକୁ ଗୋଟିଏ ପରେ ଗୋଟିଏ ଖୋଲିଲେ ତା ଭିତରେ ଫିକା ହଳଦିଆ ରଙ୍ଗର ଫୁଲ ଥାଏ । ଏହାକୁ ନେଇ ଓଡ଼ିଶାର ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ତରକାରି ପ୍ରସ୍ତୁତ କରାଯାଏ, ତନ୍ମଧ୍ୟରୁ କଦଳୀ ଭଣ୍ଡା ରାଇ ଗୋଟିଏ । କେତେକ ଭଣ୍ଡା ପିତା ମଧ୍ୟ ଲାଗେ, ତେଣୁ ପ୍ରସ୍ତୁତ କରିବା ଆଗରୁ ଚାଖି ଏହାକୁ ବ୍ୟବହାର କରାଯାଇଥାଏ ।

କଦଳୀ ଭଣ୍ଡା

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଆଯାଏ । ଫୁଲର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ । ଏହାକୁ ଫୁଲରୁ ଅଲଗା କରିବାକୁ ହେବ ।[୧] ତାପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଆଯାଏ ।

  • ଶୋରିସ, ପୋସ୍ତ, ରସୁଣ, ଜିରା, କଞ୍ଛା ଲଙ୍କାକୁ ବାଟି ନିଆଯାଏ ।
  • ଆଳୁ, ବୋଇତାଳୁ, କୁନ୍ଦୁରି, ବାଇଗଣକୁ ଛୋଟ ଛୋଟ କରି କାଟି ନିଆଯାଏ ।
  • କଡେଇରେ କିଛିଶୋରିସ ତେଲ ଦେଇ, ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାଯାଇଥାଏ ।
  • ପରିବାକୁ ଅଳ୍ପ ସନ୍ତୁଳି ଦେଇ ସେଥିରେ କଟା ଭଣ୍ଡାକୁ ମିଶାଯାଇଥାଏ ।
  • ଲୁଣ, ସାମାନ୍ୟ ହଳଦି, ଆବଶ୍ୟକ ମୁତାବକ ପାଣି ଦେଇ ଘୋଡାଇ ଦିଆଯାଏ ।
  • ପରିବା ସିଝି ଆସିଲେ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାଇ ଦିଆଯାଏ ।
  • ଏହାକୁ ଗରମ ଭାତ ବା ପଖାଳ ସହିତ ପରସାଯାଇଥାଏ । [୨]

ଆଧାର ସମ୍ପାଦନା

  1. "Foodista | Recipes, Cooking Tips, and Food News | Kadali Bhanda Raee ( Banana Flower Curry )". foodista.com. 2012. Retrieved 13 June 2012. Drain and sqeeze the banana flowers
  2. "My Receipe - Kadali Bhanda Raee (Banana Flower Curry)". nuaodisha.com. 2012 [last update]. Retrieved 13 June 2012. Serve with rice {{cite web}}: Check date values in: |year= (help)

ବାହାର ଆଧାର ସମ୍ପାଦନା