ଓଡ଼ିଆ ଗହଣା
ଓଡ଼ିଶା ପୁରାତନ କାଳରେ କଳା, ଭାସ୍କର୍ଯ୍ୟ ଓ ତାରକସି କାମରେ ସୁନାମ ଅର୍ଜନ କରିଥିଲା। ଓଡ଼ିଶାର ନରନାରୀ ବିଭିନ୍ନ ପ୍ରକାର ଅଳଙ୍କାରଦ୍ୱାରା ନିଜର ଅଙ୍ଗ ସଜ୍ଜା କରୁଥିଲେ ।
ଇତିହାସ ସମ୍ପାଦନା
ଓଡ଼ିଶାରେ ପୁରା କାଳରୁ ମନ୍ଦିର ଗାହରେ ମୂର୍ତ୍ତିମାନଙ୍କରେ ନାନାଦି ଗହଣା ଦେଖିବାକୁ ମିଳିଥାଏ । ମାରିଚୀଙ୍କର ଅନେକ ମୂର୍ତ୍ତି ରତ୍ନଗିରି ଆଦି ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସାଧନା ଓ ସାଧନାମାଳାରେ ଏହି ପ୍ରକାର ମୂର୍ତ୍ତିକୁ ଓଡ଼ିଆଣ-ମାରିଚୀ ନାମରେ ନାମିତ କରାଯାଇଛି ।[୧] ପାରମ୍ପରିକ ଭାବେ ମୁକୁଟସମୂହ ରାଜରାଜୁଡ଼ାଙ୍କ ଦେଇ ପିନ୍ଧା ଯାଉଥିଲା । ଯାଜପୁରଠାରେ ରାଣୀ ଇନ୍ଦ୍ରାଣୀଙ୍କ ଦେଇ ପିନ୍ଧାଯାଉଥିବା ମୁକୁଟ ସବୁଠୁ ଅଧିକ ଦାମର ଥିଲା ବୋଲି ଜଣାଯାଏ । କୁଣ୍ଡଳ ଓ ନୋଳି ଆଦି ଅଳଙ୍କାର ଉଭୟ ପୁରୁଷ ଓ ନାରୀଙ୍କ ଦେଇ ପିନ୍ଧାଯାଇଥାଏ ।[୨] ଓଡ଼ିଶାରେ ବିଭିନ୍ନ ରକମର ଅଳଙ୍କାର ତିଆରି ହୁଏ । କଟକରେ ତାରକସି କାମରେ ତିଆରି ଅଳଙ୍କାର ପ୍ରସ୍ତୁତ ହୁଏ ।
ନାରୀମାନଙ୍କ ଗହଣା ସମ୍ପାଦନା
ଥିଲାବାଲା ଘରର ନାରୀମାନେ ସୁନା ଗହଣା ପିନ୍ଧୁଥିଲାବେଳେ, ଅପେକ୍ଷାକୃତ ଗରିବ ଘରର ନାରୀମାନେ ରୂପାର ଗହଣା ନାଉଥିଲେ। ରାଜା ଓ ଜମିଦାର ଘରର ନାରୀମାନେ ହୀରା, ନୀଳା, ମୋତି, ମାଣିକ୍ୟାଦି ମୂଲ୍ୟବାନ ପଥର ଖଚିତ ଗହଣା ପିନ୍ଧୁଥିଲେ। ସେମିତି ଗରିବ ପରିବାରର ନାରୀମାନେ କାଇଁଚ ଫଳ, ଶଙ୍ଖ, ସିପ ଓ ରଙ୍ଗୀନ ପଥରର ଗହଣା ନାଇ ନିଜକୁ ସଜଉଥିଲେ।
ପୁରୁଷମାନଙ୍କ ଗହଣା ସମ୍ପାଦନା
ପୁରାକାଳରେ ଓଡ଼ିଆ ପୁରୁଷମାନେ ନିଜ ଦେହକୁ ସଜେଇବାରେ ପଛଉ ନଥିଲେ। ମୁଣ୍ଡରେ ଲମ୍ବା ଚୂଳ ରଖି ତାକୁ ଚଉଁରି କାଠିରେ ବାନ୍ଧି ବେଣୀ କରୁଥିଲେ ଓ ଆପାଦମସ୍ତକ ନାନାଦି ଅଳଙ୍କାର ଧାରଣ କରୁଥିଲେ। ଏମିତି ଅଙ୍ଗ ସଜ୍ଜା କେତେକାଂଶରେ ନାରୀ ଓ ପୁରୁଷମାନଙ୍କର ସମାନ ଥିଲା। ପୁରୁଷମାନେ ମଧ୍ୟ ନାନାଦି ଅଳଂକାରର ପ୍ରୟୋଗ କରୁଥିଲେ।
ତଳେ ଓଡ଼ିଶାର କେତୋଟି ପାରମ୍ପାରିକ ଗହଣାର ନାମ ଦିଆ ଯାଇଛି।
ଗୋଡ ଆଙ୍ଗୁଠିର ଗହଣା ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
ଗୋଡ ଆଙ୍ଗୁଠିରେ ପିନ୍ଧା ଯାଉଥିବା ମୁଦିଗୁଡ଼ିକର ଅଲଗା ଅଲଗା ନାମ ଅଛି । ସେଗୁଡିକ ହେଲା :-
- ଚିଙ୍ଗୁଡି ଚୋପା ବୁଢ଼ା ଆଙ୍ଗୁଠିରେ ପିନ୍ଧା ହୁଏ ।
- ମଲ୍ଲି ଫୁଲ ମଝି ଆଙ୍ଗୁଠିରେ ପିନ୍ଧା ହୁଏ ।
- ପାନ ପତ୍ରୀ ବିଶି ଆଙ୍ଗୁଠିରେ ପିନ୍ଧା ହୁଏ ।
- ମଲ୍ଲି କଢ ସାନ ଆଙ୍ଗୁଠିରେ ପିନ୍ଧା ହୁଏ ।
- ଚିଡିଆ
- ସେବତୀ ଫୁଲ
- ମାଛ ଝୁଣ୍ଟିଆ
ପୁରୁଷମାନଙ୍କର ସମ୍ପାଦନା
ଆଙ୍ଗୁଠି ମୁଦି
ଗୋଡ ଅଳଙ୍କାର ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
- ଆଠବାଙ୍କି
- ବଳା ନୁପୁର
- କମଚକି
- ବାଙ୍କିଆ
- ଗୋଡ଼ ଖଡ଼ୁ
- ଚୁପୁଲି
- ଚକବାଙ୍କି
- ଗଣ୍ଠିବଳା
- ଝୁଣ୍ଟିଆ
- ବାଜେଣି
- ପଞ୍ଚମ
- ଝମକ
- ରୂପା କଡା
- ମଲ୍ଲ
- ସାଦା ମଲ୍ଲ
- ଆଇଁଷବାଡ଼ି ମଲ୍ଲ
- ମଲ୍ଲ ପାହୁଡ଼
- ଫୁଲ ପାହୁଡ଼
- ବାଘ ନଖି
- ମଲ୍ଲି କଢ
- ବିଛା
- ଠିକିରି
- ଚିଡିଆ
ପୁରୁଷମାନଙ୍କର ସମ୍ପାଦନା
ପାଦରେ (କ୍ରମାନ୍ୱୟରେ ଉପରୁ ତଳକୁ) ସମ୍ପାଦନା
- କିଙ୍କିଣୀ
- ପାହୁଡ଼
- ପାଁଝୁଲି
- ପା ପଦ୍ମ
କମରର ଅଳଙ୍କାର ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
ଅଣ୍ଟାରେ ପିନ୍ଧା ଯାଉଥିବା ଅଳଙ୍କାର
- ଚନ୍ଦ୍ରହାର
- ସୂର୍ଯ୍ୟହାର
- ବିଛା
- କିଙ୍କିଣି
- କମର ପଟା
- କାଂଛି
- ମେଖଳା
- ଗୋଠ
- ଶିକୁଳି
- ଅଣ୍ଟାସୂତା
ପୁରୁଷମାନଙ୍କର ସମ୍ପାଦନା
ଅଣ୍ଟାରେ (କ୍ରମାନ୍ୱୟରେ ଉପରୁ ତଳକୁ) ସମ୍ପାଦନା
- ଅଣ୍ଟା ପାତିଆ
- ଚନ୍ଦ୍ର ହାର
- ପଡ଼ି ରାଗିଡ଼ି (ନିତମ୍ବ ଉପରେ)
- ଓଲମାଳ (ଏହା ଅଣ୍ଟାରୁ ତଳକୁ ଆଣ୍ଠୁ ପର୍ଯ୍ୟନ୍ତ ଝାଲ ପରି ଓହଳିଥାଏ)
ହାତ ଆଙ୍ଗୁଠିର ଅଳଙ୍କାର ସମ୍ପାଦନା
- ହାତ ପଦ୍ମ
- ହାଣ୍ଡିବସା ମୁଦି
- ମୁଦି- ମଲ୍ଲି କଢ, ପାନ ପତରୀ, ଚିଙ୍ଗୁଡି ଚୋପା
ହାତ ଅଳଙ୍କାର ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
- ପଇଁର ଫୁଲ
- ଖଡ଼ୁ
- ଖଜୁରିଆ ଖଡ଼ୁ
- ଗୋଟା ଖଡୁ
- କଣ୍ଟା ଖଡ଼ୁ
- ଖଂଖା
- ବାହିଚୁଡ଼ି
- କତୁରୀ
- ଚୁଡ଼ି
- ଝୁମ୍ପା
- ତାବିଜ
- ତାଡ଼
- ଅନନ୍ତ
- ବଳା
- ହାତପଦ
- ଚିଖା
- ଅତୁଲ
- କମଚୁଡ଼ି
- କମଚୁଆ
ପୁରୁଷମାନଙ୍କର ସମ୍ପାଦନା
ବାହୁରେ (କ୍ରମାନ୍ୱୟରେ ଉପରୁ ତଳକୁ) ସମ୍ପାଦନା
- ବାଜୁବନ୍ଧ
- କିରିଟୀ ବାଜୁବନ୍ଧ
- କିଙ୍କିଣୀ
ହାତରେ (କ୍ରମାନ୍ୱୟରେ ଉପରୁ ତଳକୁ) ସମ୍ପାଦନା
- ବଜ୍ରବନ୍ଧ
- ବାଲା
- ବଟଫଳ
- ବାହୁଚୁଡ଼ି
ହାତ ଆଙ୍ଗୁଠିରେ ସମ୍ପାଦନା
- ମୁଦି
- ହସ୍ତପଦ୍ମ
- ହାଣ୍ଡି ମୁଦି (ଗରିବ ଗୁରୁବାମାନେ)
ବେକ ଅଳଙ୍କାର ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
- କୁରୁଜାତକ
- କଣ୍ଠି
- ଛେଚା କଣ୍ଠି
- ଚାପସରି
- ମାଳି
- ସୋରିଷିଆମାଳି,
- ଧାନୁଆ ମାଳି
- ପତୁରିମାଳି
- ବେଲପତ୍ରି ମାଳି
- ଶ୍ରୀରାମ ମାଳି
- କୁରୁଜାତକ ମାଳି
- ସୁଉକି ମାଳି
- ଦୋଷରି ମାଳି
- ଡଙ୍କି ମାଳି
- ହରଡ଼ଫାଳିଆ ମାଳି
- ପଦକ
- ପୁଷ୍କରା
- ବାଘ ନଖି
ପୁରୁଷମାନଙ୍କର ସମ୍ପାଦନା
(କ୍ରମାନ୍ୱୟରେ ଉପରୁ ତଳକୁ ପିନ୍ଧୁଥିବା ବେକ ଅଳଂକାର)
- ଚାପୁଆଣି
- ପଦକ
- ହାର
- ଦାନ୍ତମାଳି
- ହରଡ଼ଫାଳି
- ଧାନୁଆ ମାଳି
- ସୋରିଷ ମାଳି
- ଖାସୁଲ ସେବତୀ ମାଳି
- ପଦ୍ମ କଢ଼ି ମାଳି
- ଝାଲର
- ପଦକ
କାନ ଅଳଙ୍କାର ସମ୍ପାଦନା
ନାରୀମାନଙ୍କର ସମ୍ପାଦନା
କାନରେ ପିନ୍ଧା ଯାଉଥିବା ଅଳଙ୍କାର :-
- ଫାସିଆ
- ନୋଳି
- କାନଫୁଲ
- ନାହୁଲ
- ଗଣ୍ଠିଆ
- ଫାସିଆ
- ଲବଙ୍ଗଫୁଲ
- କାପ
- ବାଲିଗୁଣା
- ଚନ୍ଦ୍ର ବାଉଳି
- ମଲ୍ଲି କଢ଼ି
- ବେଣ୍ଟଲା
- ନୋଳି
- କୁଣ୍ଟଳ
- ତାଟଙ୍କ
- ବାଲି
- ବଜ୍ର ମଲ୍ଲକଢ଼ି
- ଚମ୍ପା
- ଗୋଖର
- ଚୈକି
- ସାଫିଆ
ପୁରୁଷମାନଙ୍କର ସମ୍ପାଦନା
- ସୁନାକାନ
- କାପ
- କାପଶିକୁଳି
- ଝୁମୁକା
- ପେଣ୍ଡି
ସୁନାକାନ ତଳକୁ ପୁରୁଷମାନେ କାନ କଣାରେ କାପ, କାପଶିକୁଳି, କାପ ଦେହରେ ଝୁମୁକା ଓ ଓହଳୁଥିବା ପେଣ୍ଡି ପିନ୍ଧୁଥିଲେ।
ନାକ ଅଳଙ୍କାର ସମ୍ପାଦନା
ନାକରେ ପିନ୍ଧା ଯାଉଥିବା ଅଳଙ୍କାର :-
ନାରୀମାନଙ୍କର ସମ୍ପାଦନା
- ଚକର ନୋଥ
- ଗୁଣା
- ଫୁଲଗୁଣା
- ବାଟମୟୁରଗୁଣା
- ଦଣ୍ଡୀ
- ବସଣି
- ଚିମ
ପୁରୁଷମାନଙ୍କର ସମ୍ପାଦନା
- ବସଣି
- ଫୁଲ
- ଦଣ୍ଡି
- ନୋଲକ
ପୁରୁଷମାନେ ବସଣି ତଳକୁ ଫୁଲ, ନାକପୁଡ଼ା ମଝିରେ ଦଣ୍ଡି ବ୍ୟବହାର କରୁଥିଲେ। ଗରିବ ଲୋକମାନେ ଦଣ୍ଡି ବଦଳରେ ନୋଲକ ପିନ୍ଧୁଥିଲେ।
ମଥାର ଅଳଙ୍କାର ସମ୍ପାଦନା
ଆଧାର ସମ୍ପାଦନା
- ↑ Thomas E. Donaldson (2001). Iconography of the Buddhist Sculpture of Orissa: Text. Abhinav Publications. pp. 517–. ISBN 978-81-7017-406-6. Retrieved 12 June 2012.
- ↑ Shishir Kumar Panda (1991). Medieval Orissa: A Socio-Economic Study. Mittal Publications. pp. 97–. ISBN 978-81-7099-261-5. Retrieved 12 June 2012.