ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା

odisha tribals

ଅନୁସୂଚିତ ଜନଜାତି ନିର୍ଦ୍ଦିଷ୍ଟ ଜନଜାତି ଯେଉଁମାନେ ସେ ସ୍ଥାନର ମୂଳ ଅଧିବାସୀ, ଯେଉଁଥି ପାଇଁ ସେମାନେ ଆଦିବାସୀ ଭାବରେ ମଧ୍ୟ ପରିଚିତ । ଭାରତରେ, ଭାରତୀୟ ଗଣତନ୍ତ୍ରର ସମ୍ବିଧାନଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁସୂଚିତ ଜନଜାତି ମଧ୍ୟରୁ ୬୨ ପ୍ରକାର ଅନୁସୂଚିତ ଜନଜାତି ଓଡ଼ିଶାରେ ବସବାସ କରନ୍ତି । ଏହି ୬୨ଟି ଜନଜାତି ମଧ୍ୟରୁ ୧୩ଟି ଜନଜାତି "ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ" ଶ୍ରେଣୀରେ ଅନ୍ତର୍ଭୁକ୍ତ । [୧] [୨] ଆଦିବାସୀମାନେ ଓଡ଼ିଶାର ମୋଟ ଜନସଂଖ୍ୟାର ୨୨.୫%ରୁ ଅଧିକ (ସମୁଦାୟ ୮,୧୪୫,୦୮୧) ଏବଂ ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୭% ଅଟନ୍ତି ।[୩]

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ବାଳକ ବାଳିକା ମାନଙ୍କର ଫୋଟ


ମୁଖ୍ୟ ଜନଜାତି ସମ୍ପାଦନା

 
ଓଡ଼ିଶାର ଜିଲ୍ଲା ସ୍ତରର ଅନୁସୂଚିତ ଜନଜାତି ଜନସଂଖ୍ୟା ବଣ୍ଟନ ।

ଜନସଂଖ୍ୟା ଦୃଷ୍ଟିରୁ କନ୍ଧ ଜନଜାତି ହେଉଛି ରାଜ୍ୟର ସବୁଠାରୁ ବଡ଼ ଜନଜାତି । ସେମାନଙ୍କର ଜନସଂଖ୍ୟା ପ୍ରାୟ ଏକ ନିୟୁତ ଏବଂ ସେମାନେ ମୁଖ୍ୟତ କନ୍ଧମାଳ ଏବଂ ଏହାର ସଂଲଗ୍ନ ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ମାନଙ୍କରେ ବସବାସ କରନ୍ତି । ୫୦୦,୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସାନ୍ତାଳ ଲୋକମାନେ ମୁଖ୍ୟତଃ ମୟୂରଭଞ୍ଜ ଜିଲ୍ଲାରେ ବାସ କରନ୍ତି । ହୋ ଲୋକମାନେ ପାଖାପାଖି ୧୦୦,୦୦୦ ଅଧିକ ସଂଖ୍ୟକ ଲୋକ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼, କନ୍ଧମାଳ ଜିଲ୍ଲା ମାନଙ୍କରେ ବସବାସ କରନ୍ତି। ସେହିପରି ୩୦୦,୦୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଲାଞ୍ଜିଆ ସଉରା ଜନ‌ଜାତି ମୁଖ୍ୟତ ଅବିଭକ୍ତ ଗଞ୍ଜାମ ଏବଂ ପୁରୀ| ଜିଲ୍ଲାରେ ବସବାସ କରନ୍ତି । ବୋଣ୍ଡା, ଯେଉଁମାନେ ନଗ୍ନ ଲୋକ ଭାବରେ ପରିଚିତ ଥିଲେ, ସେମାନଙ୍କର ଜନସଂଖ୍ୟା ପ୍ରାୟ ୫,୦୦୦ ଏବଂ ସେମାନେ ମାଲକାନଗିରି ଜିଲ୍ଲାରେ ବାସ କରନ୍ତି ଯାହାକି ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଏକ ଅଂଶ ଥିଲା । କିସାନ ଲୋକମାନେ ମୁଖ୍ୟତଃ ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅଟନ୍ତି ।

ଆଦିବାସୀମାନଙ୍କର ତାଲିକା ସମ୍ପାଦନା

ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ, ୧୯୫୦ ଅନୁଯାୟୀ, ନିମ୍ନଲିଖିତ ଜାତି ଗୁଡ଼ିକୁ ଓଡ଼ିଶାରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ ହୋଇଥିଲା ।[୪] [୫]

  1. ବଗତ (ଭକ୍ତ)
  2. ବାଇଗା
  3. ବାଞ୍ଜରା
  4. ବାଥୁଡ଼ି
  5. ଭୋତଡା
  6. ଭୂୟାଁ
  7. ଭୂମିଆ
  8. ଭୂମିଜ
  9. ଭୁଞ୍ଜିଆ
  10. ବିଂଝାଲ
  11. ବିଂଝିଆ
  12. ବିରହଡ
  13. ବଣ୍ଡା
  14. ଚେଞ୍ଚୁ
  15. ଦଳ
  16. ଦେଶୁଆ ଭୂମିଜ
  17. ଧାରୁଆ
  18. ଦିଦାଇ
  19. ଗଦବା
  20. ଗନ୍ଧିଆ
  21. ଘରା
  22. ଗୋଣ୍ଡ
  23. ହୋ
  24. ହଲବି
  25. ଜତାପୁ
  26. ଜୁଆଙ୍ଗ
  27. କନ୍ଧ
  28. କନ୍ଧ ଗୌଡ଼
  29. କନ୍ୱାର
  30. ଖଡିଆ
  31. ଖରୱାର
  32. କିସାନ
  33. କୋଲ
  34. କୋଲ୍ହ
  35. କଲହା
  36. କଲି
  37. କନ୍ଧ
  38. କରା
  39. କୌରା
  40. କୋଟିଆ
  41. କୋୟା
  42. କୁଲି
  43. ଲୋଧା
  44. ମାଡ଼ିଆ
  45. ମହଲି
  46. ମାଙ୍କଡି
  47. ମାଙ୍କଡିୟା
  48. ମାତ୍ୟା
  49. ମିର୍ଦ୍ଧା
  50. ମୁଣ୍ଡା
  51. ମୁଣ୍ଡାରୀ
  52. ଓମାନ୍ତ୍ୟ
  53. ଓରାନ
  54. ପାରେଙ୍ଗା
  55. ପରୋଜା
  56. ପେଣ୍ଠିଆ
  57. ରାଜୁଆର
  58. ସାନ୍ତାଳ
  59. ସଉରା
  60. ଶବର ଲୋଧା
  61. ସୁଣ୍ଠି
  62. ଥାରୂଆ

ଆଧାର ସମ୍ପାଦନା

  1. "NAME OF THE PARTICULARLY VULNERABLE TRIBAL GROUPS (PTGs)" (PDF). tribal.nic.in.
  2. A.B. Ota. "Particularly Vulnerable Tribal Groups (PTGs) of Odisha" (PDF). respiratory.tribal.gov.in.
  3. "Orissa DATA HIGHLIGHTS : THE SCHEDULED TRIBES Census of India 2001" (PDF). Census of India (2001). Retrieved 19 April 2014.
  4. https://www.ostm.in/tribes-of-odisha/
  5. http://www.scstrti.in/index.php/communities/tribes

ବାହ୍ୟ ଲିଙ୍କ ସମ୍ପାଦନା