ମୁଖ୍ୟ ସୂଚୀ ଦେଖିବେ

ଓଡ଼ିଆ ନବବର୍ଷ

ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳିଆସୁଥିବାର ଅନୁମାନ କରାଯାଏ ।

ବିଷୟସୂଚୀ

ଓଡ଼ିଆ ନବବର୍ଷ ଗଣନା ପ୍ରଣାଳିସମ୍ପାଦନ କରନ୍ତୁ

ପୃଥିବୀର ପାଞ୍ଚପ୍ରକାର ଗତି ଅଛି ସେଥି ମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ । ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ । ଏହି ଦୋଳନଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ । ଏହି ଗତି ବର୍ତ୍ତମାନ ପଶ୍ଚାତକ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି । ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ । ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ; ମାତ୍ର ଓଡ଼ିଶାର ମହାନ ବିତତ୍ତ୍ଵବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ । ଏହିପରି ଏହା କେବଳ ୫୪ଡିଗ୍ରୀ ଭିତରେ ହିଁ ଗତି କରିପାରିବ । ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ । ଏହାକୁ ନିରୟଣ ପଦ୍ଧତି କୁହାଯାଏ । ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ । ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ । ମାତ୍ର ତାହା ଠିକ ନୁହେଁ କାରଣ ଏହିଦିନ ସୂର୍ଯ୍ୟ ବିଷୁବବୃତ୍ତର ପ୍ରାୟ ୯ଡିଗ୍ରୀ ଉତ୍ତରକୁ ଘୁଞ୍ଚି ଆସିଥାନ୍ତି ।

ହିନ୍ଦୁ ନବବର୍ଷସମ୍ପାଦନ କରନ୍ତୁ

ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିଁ ହୋଇଥାଏ । ଏହା ପଛରେ ରହସ୍ୟଟି ହେଉଛି ପୃଥିବୀ ସୃଷ୍ଟି ଆରମ୍ଭରେ ସାୟନ ଓ ନିରୟଣ ସୂର୍ଯ୍ୟ ଏକ ବିନ୍ଦୁରେ ଅବସ୍ଥାନ କରୁଥିଲେ । ମାତ୍ର ବର୍ତ୍ତମାନ ସମୟକୁ ଉକ୍ତ ବିନ୍ଦୁ ମୀନଆଡ଼କୁ ୨୪ଡିଗ୍ରୀ ପଶ୍ଚାତ୍କ୍ରମରେ ଘୁଞ୍ଚି ଆସିଛି, ତେଣୁ ଉକ୍ତ ଦିବସରେ ରବିଙ୍କ ସ୍ଥିତି ଆଉ ସେ ବିନ୍ଦୁରେ ରହିପାରୁନାହିଁ । ଅତଏବ ପୂର୍ବବର୍ଷ ଭଳି ରବିସ୍ଫୁଟ ଦିବସରେ ସମାନ ଆସୁନାହିଁ ।


ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ