ଓଁକାରେଶ୍ୱର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ।

ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ
Omkareshwar.JPG
Religion
ସମ୍ବନ୍ଧତାHinduism
Location
ଅବସ୍ଥିତିମଧ୍ୟ ପ୍ରଦେଶ, ଭାରତ
ରାଜ୍ୟମଧ୍ୟ ପ୍ରଦେଶ
ଦେଶଭାରତ
Website
http://www.shriomkareshwar.org

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମଲେଶ୍ବର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।

ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀସମ୍ପାଦନ କରନ୍ତୁ

ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫାସମ୍ପାଦନ କରନ୍ତୁ

ଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ ।

କେଦାରେଶ୍ୱର ମନ୍ଦିରସମ୍ପାଦନ କରନ୍ତୁ

ମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି ।

ଓଁକାର ମାନ୍ଧାତା ମନ୍ଦିରସମ୍ପାଦନ କରନ୍ତୁ

ଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

ଭ୍ରମଣ ସମୟସମ୍ପାଦନ କରନ୍ତୁ

ବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ ।

ଗ୍ୟାଲେରିସମ୍ପାଦନ କରନ୍ତୁ

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ