ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରଶାସନିକ ସେବା ଅଧିକାରୀ

ଐଶର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ (ପୂର୍ବନାମ ରତିକାନ୍ତ ପ୍ରଧାନ) (ଜନ୍ମ : ୧୨ ନଭେମ୍ବର ୧୯୮୩) ଭାରତର ପ୍ରଥମ କିନ୍ନର ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି ।[୧] ସେ ଓଡ଼ିଶା ବିତ୍ତିୟ ସେବା ଅଧିନରେ ଜଣେ ବାଣିଜ୍ୟିକ କର ଅଧିକାରୀ ଭାବରେ କାର୍ଯ୍ୟରତ । [୨] ଋତୁପର୍ଣ୍ଣା ୨୦୧୦ ମସିହାରେ ଓଡ଼ିଶା ବିତ୍ତିୟ ସେବାରେ ଯୋଗଦାନ କରିଥିଲେ, ସେତେବେଳେ ତାଙ୍କ ନାମ ଥିଲା ରତିକାନ୍ତ ପ୍ରଧାନ ।

ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ
Born
ଐଶର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ
Died (1983-11-12) ୧୨ ନଭେମ୍ବର ୧୯୮୩ (ବୟସ ୪୦)
କାଟିବାଗେରୀ, କନ୍ଧମାଳ
Nationalityଭାରତୀୟ
Known forପ୍ରଶାସନିକ ସେବା ଅଧିକାରୀ
Parentବଲିଳା ପ୍ରଧାନ

ଜୀବନୀ ସମ୍ପାଦନା

ଋତୁପର୍ଣ୍ଣା, ୧୯୮୩ମସିହା ନଭେମ୍ବର ୧୨ତାରିଖରେ କନ୍ଧମାଳ ଜିଲ୍ଲାର କାଟିବାଗେରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବଲିଳା ପ୍ରଧାନ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଟନ୍ତି ।  ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ, ଋତୁପର୍ଣ୍ଣା ନିଜକୁ ପୁରୁଷ ନୁହେଁ ମହିଳା ବୋଲି ଜାଣି ପାରିଥିଲେ । ୨୦୧୪ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରି ସେମାନଙ୍କର ଶିକ୍ଷା ଓ ନିଯୁକ୍ତି ଅଧିକାରକୁ ସାମ୍ବିଧାନିକ ସ୍ୱୀକୃତି ଦେଲେ । ସେତେବେଳକୁ ଋତୁପର୍ଣ୍ଣା ପାରାଦ୍ୱୀପ ପୋର୍ଟ ଟାଉନସିପରେ ସିଟିଓ ଭାବେ କାର୍ଯ୍ୟରତ ଥାଆନ୍ତି । ଯେଉଁ ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଲେ, ଋତୁପର୍ଣ୍ଣା ସେହିଦିନ ହିଁ ନିଜକୁ ତୃତୀୟ ଲିଙ୍ଗ ବର୍ଗର ବୋଲି ସ୍ୱୀକୃତ କରିବାକୁ ନିଷ୍ପତି ନେଲେ[୩] ଓ ୨୦୧୫ ମସିହାରେ ବିଧିବଦ୍ଧ ଭାବରେ ସେ ନିଜକୁ ତୃତୀୟ ଲିଙ୍ଗ ଭାବରେ ପରିଚିତ କରିଥିଲେ ।[୪] ଋତୁପର୍ଣ୍ଣାଙ୍କୁ ସ୍କୁଲ ଓ କଲେଜ ଜୀବନରୁ ଆରମ୍ଭ କରି ବହୁ ତାଚ୍ଛଲ୍ୟ ଓ ନିର୍ଯାତନାର ଶିକାର ହେବାକୁ ପଡିଥିଲା । ନିଜକୁ ପ୍ରତିଷ୍ଠିତ କରିବା ପରେ, ତାଙ୍କ ଜୀବନ ଅପେକ୍ଷାକୃତ ଭାବରେ ସରଳ ହୋଇ ଯାଇଛି ବୋଲି ସେ କହନ୍ତି ।

ଋତୁପର୍ଣ୍ଣା ଭାରତୀୟ ଜନସଞ୍ଚାର ସଂସ୍ଥାନର ଜଣେ ଛାତ୍ରୀ ଥିଲେ ।[୫] ସେ ସାର୍ବଜନୀକ ପ୍ରଶାସନରେ(Public Administration) ସ୍ନାତକୋତ୍ତର କରିଛନ୍ତି ।[୬]

ଆଧାର ସମ୍ପାଦନା

  1. http://www.bhaskar.com/news/NAT-NAN-odisha-officer-goes-public-on-her-transgender-identity-5201009-PHO.html
  2. "Odisha Government Officer Makes Public Her Transgender Identity". NDTV ndtv.com. 20 December 2015. Retrieved 10 July 2016. {{cite news}}: More than one of |accessdate= and |access-date= specified (help)
  3. http://or.vikaspedia.in/social-welfare/b38b2bb33-b15b3eb39b3eb23b40/b38b30b15b3eb30b40-b05b2bb3fb38b30-b28b3fb1cb30-b15b3fb28b4db28b30-b2ab30b3fb1ab5fb15b41-b28b47b07-b17b30b4db2cb3fb24
  4. http://naidunia.jagran.com/national-odisha-government-officer-aishwarya-rituparna-makes-public-her-transgender-identity-610212
  5. "IIMC alumni meet held in Bhubaneswar". Times of India timesofindia.indiatimes.com. 23 March 2016. Retrieved 10 July 2016. {{cite news}}: More than one of |accessdate= and |access-date= specified (help)
  6. Kapoor, Vandita (24 December 2015). "Bravo, Madam: This Public Officer in Odisha Decided to Go Public with Her Transgender Identity". Better India. Retrieved 10 July 2016. {{cite news}}: More than one of |accessdate= and |access-date= specified (help)