ଉତ୍ତରା ସ୍ୱାମୀ ମଲାଇ ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ଉତ୍ତରା ସ୍ୱାମୀ ମଲାଇ ମନ୍ଦିର (Tamil: உத்தர சுவாமி மலை கோவில்), ଭାରତୀୟ ରାଜଧାନୀ ମହାନଗର ଦିଲ୍ଲୀ ସହରରେ ଥିବା ଏକ ହିନ୍ଦୁ ମନ୍ଦିର ପରିସର ।ଏହା ଦିଲ୍ଲୀର ସମ୍ଭ୍ରାନ୍ତ ପାଲାମ ଅଞ୍ଚଳରେ ରହିଛି । ଏହା ମୁଖ୍ଯତଃ ଭଗବାନ ସ୍ୱାମୀନାଥ ବା ତାମିଲ ଭାଷା ରେ ଭଗବାନ ମୁରୁଗାନଙ୍କ ପାଇଁ ସମର୍ପିତ ।ଏହି ମନ୍ଦିର ।  ଦିଲ୍ଲୀରେ ଥିବା ତାମିଲ , ତେଲୁଗୁ , ମାଲୟାଲମ ଓ କନ୍ନାଡା ସଂପ୍ରଦାୟ ପାଇଁ ବହୁଳ ଆଦୃତ ହେଇଥାଏ .  [୨][୩]

ଉତ୍ତରା ସ୍ୱାମୀ ମଲାଇ ମନ୍ଦିର
Sree Swaminatha Swami Temple at the Malai Mandir Complex in Delhi
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନR. K. Puram, New Delhi [୧]
CountryIndia
Architecture
TypeTamil Architecture
Sri Swaminatha Swami Seva Samaj

ସ୍ଥାପତ୍ୟ  ସମ୍ପାଦନା

ମନ୍ଦିର ପରିସର  ରେ ଶ୍ରୀ ସ୍ୱାମୀନାଥ ମନ୍ଦିର ମୁଖ୍ୟ ମନ୍ଦିର ଭାବରେ ରହିଛି ଓ ଏଥିରେ ଭଗବାନ ସ୍ୱାମୀନାଥଙ୍କ ଆସ୍ଥାନ ରହିଛି । []ର ଆର . କେ . ପୁରମଠାରେ ଏକ କ୍ଷୁଦ୍ର ପାହାଡ ଉପରେ ଏହି ମନ୍ଦିର ରହିଛି । ମନ୍ଦିରଟି ସମ୍ପୂର୍ଣ୍ଣ ଭାବରେ ଗ୍ରାନାଇଟ ପ୍ରସ୍ତରରେ ଚୋଳ ସମୟର ତାମିଲ ନିର୍ମାଣ କଳା ସଦୃଶ ନିର୍ମିତ ହୋଇଛି । ମୁଖ୍ୟ ମନ୍ଦିର ସହ ପରିସରରେ ଶ୍ରୀ କରପଗା ଭିଣାୟଗାର ( ଭଗବାନ ମୁରୁଗାନଙ୍କ ଭ୍ରାତା ) , ଶ୍ରୀ ସୁନ୍ଦରେଶ୍ୱର ( ଭଗବାନ ସ୍ୱାମୀନାଥଙ୍କ ପିତା ) ଦେବୀ ମିନାକ୍ଷୀ ( ଭଗବାନ ମୁରୁଗାନଙ୍କ ମାତା )ଙ୍କ ମନ୍ଦିର ସମୂହ ମଧ୍ୟ ରହିଛି । ଏହି ସମସ୍ତ ମନ୍ଦିରରେ ମଦୁରାଇଠାରେ ଥିବା [[ମିନାକ୍ଷୀ ମନ୍ଦିର|ମିନାକ୍ଷୀ ଆମ୍ମାନ ମନ୍ଦିର ରେ]] ରହିଥିବା ଦ୍ରାବିଡିୟ ସ୍ଥାପତ୍ୟ କଳାର ନକଲ ଦେଖିବାକୁ ମିଳେ । 


ହିନ୍ଦୁ ଧର୍ମରେ ଭଗବାନ ସ୍ୱାମୀନାଥ ( କାର୍ତିକେୟ )ଙ୍କ ବାହନ ଭାବରେ ମୟୁର  ରହିଥିବାରୁ ଏହି ମନ୍ଦିର ପରିସରରେ ମଧ୍ୟ ଏକ ଜୀବନ୍ତ ମୟୂରକୁ ପୌଷ୍ୟ ଭାବରେ ରଖାଯାଇଛି । 

ଇତିହାସ  ସମ୍ପାଦନା

  • ସେପ୍ଟେମ୍ବର ୮, ୧୯୬୫ରେ ମନ୍ଦିରର ଭିତ୍ତି ପ୍ରସ୍ତର ତତ୍କାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭକ୍ତବସ୍ଥାଲମଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । ସେହି ସମାରୋହରେ ଭରତର ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ସଭାପତିତ୍ୱ କରିଥିଲେ ।  
  • ଜୁନ, ୭ , ୧୯୭୩ରେ ମୁଖ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେଇ ମହାକୁମ୍ଭଭିଶେଖମ ଅନୁଷ୍ଠିତ ହେଇଥିଲା । 

ଆଧାର  ସମ୍ପାଦନା

  1. Uttara Swami Malai Temple wikimapia.
  2. "Tunes in the temple: Delhi's famous Malai Mandir marked the occasion of Skanda Shasthi with a series of fine concerts". The Hindu. Nov 24, 2006. Archived from the original on 27 March 2007. Retrieved 27 March 2010.
  3. "Delhi: Urban Village". Outlook (magazine). Feb 3, 2006. Retrieved 27 March 2010.

ବାହାର ଲିଙ୍କ  ସମ୍ପାଦନା