ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା


ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା, ( ହିନ୍ଦୀ ରେ उच्च शिक्षा विभाग, ओडिशा, ଇଂରାଜୀରେ Department of Higher Education , Odisha ) ଓଡ଼ିଶା ସରକାରଙ୍କ ଏକ ବିଭାଗ, ଯାହା ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷା (+୨) ,କଲେଜ ସ୍ତରୀୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷାର ପରିଚାଳନା କରେ ।[୧] ଏହା ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଶିକ୍ଷ୍ୟନୁଷ୍ଠାନ ପାଇଁ ପରିଚାଳନାଗତ ନିୟମାବଳୀ ପ୍ରଣୟନ କରେ ଓ ସରକାରୀ ଓ ସରକାରଙ୍କ ଅନୁଦାନ ପାଉଥିବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ପରିଚାଳନାଗତ ଆର୍ଥିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ । ଏହା ସରକାରୀ ମହାବିଦ୍ୟାଳୟ ସହ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚତର ମାଧ୍ୟମିକ ସ୍ତରର ବିଦ୍ୟାଳୟମାନଙ୍କରେ ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତି ଓ ସଂସ୍ଥାପନା ବ୍ୟବସ୍ଥା କରେ । ଏହା ସହିତ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ ସମୂହ, ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପରିଚାଳନା କରିଥାଏ । 

ସୁବିଧା ସୁଯୋଗ ଓ ଆଧୂନିକୀକରଣ  ସମ୍ପାଦନା

୨୦୧୦ ମସିହାରୁ ଉଚ୍ଚଶିକ୍ଷା ବିଭାଗ " ଛାତ୍ର ଅଧ୍ୟୟନ ପରିଚାଳନା ବ୍ୟବସ୍ଥା " ବା Students Academic Management System ( SAMS)ର ପ୍ରଣୟନ କଲେ । ଏହାଦ୍ୱାରା +୨ ଓ +୩ ସ୍ତରର ଇ-ଆଡମିସନ ଯୋଗେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେକୌଣସି ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାକୁ ଆବେଦନ କରିପାରିଲେ । ଯୋଗ୍ୟତା ଅନୁସାରେ ସୁବିଧାରେ ନିଜ ପସନ୍ଦର ଅନୁଷ୍ଠାନରେ ସୁବିଧାରେ ଆଡମିସନ ନେଇ ପାରିଲେ ।[୨] 

DHE Odisha ୱେବସାଇଟ ଜରିଆରେ RTI ସେବା , ଇ-ସ୍ପେସ ଓ ଇ-ପ୍ରେରଣଦ୍ୱାରା ରାଜ୍ୟର ସବୁ ଅଞ୍ଚଳରୁ ଲୋକମାନେ ସୁବିଧାରେ ସେବାର ଲାଭ ପାଇପାରୁଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କର ବିଷୟରେ ଏଥିରେ ସବିଶେଷ ତଥ୍ୟ ଉପଲବ୍ଧ ହେଇଥାଏ । ବିଭାଗ ତରଫରୁ ପ୍ରକାଶିତ ଚିଠିପତ୍ର , ନିର୍ଦ୍ଦେଶାବଳୀ ଏହି ସାଇଟ ଜରିଆରେ ଓଡ଼ିଶାର ସବୁ ଶିକ୍ଷାନୁଷ୍ଠାନ ସମେତ ଜନସାଧାରଣ ମଧ୍ୟ ଜାଣିବାର ସୁବିଧା ପାଉଛନ୍ତି ।  ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷଣ ( ଛାତ୍ରୀମାନଙ୍କ ପାଇଁ ), ପ୍ରାକୃତିକ ବିପର୍ଯ୍ୟାୟରେ ସହାୟତା ଶିକ୍ଷଣ , ରେଡ଼କ୍ରସ ଆଦି ବିଭିନ୍ନ ଉପାଦେୟ କାର୍ଯ୍ୟକ୍ରମ ମଧ୍ୟ ବିଭାଗ ତରଫରୁ ସଞ୍ଚାଳନ କରାଯାଇଥାଏ ।

ଆଧାର ସମ୍ପାଦନା

  1. Shaikh Sahu (2011). Business Environment: For Universities and Autonomous Colleges of Odisha. Pearson Education India. pp. 169–. ISBN 978-93-325-1092-0.
  2. Ronghuai Huang; Kinshuk; Jon K. Price (30 July 2014). ICT in Education in Global Context: Emerging Trends Report 2013-2014. Springer. pp. 276–. ISBN 978-3-662-43927-2.

ଆହୁରି ଦେଖନ୍ତୁ  ସମ୍ପାଦନା