ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୫/ମାର୍ଚ୍ଚ

ମାର୍ଚ୍ଚ ମାସ ୩୦ ତାରିଖ ଦିନ ଏହି ମାସର ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଆଲୋଚନା ବିଷୟ

ସମ୍ପାଦନା
  • ଉଇକିମାନିଆ କମ୍ୟୁନିଟି ପୋଷ୍ଟର
  • ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ବାବଦରେ ଆଲୋଚନା
  • ଆଗାମୀ ମାସ କାମ ପାଇଁ ଯୋଜନା
  • ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଉପରେ ଆଲୋଚନା
  • ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ଉପରେ ଆଲୋଚନା
  • ଇଣ୍ଡିକ୍ ଓରାଲ୍ କଲ୍‌ଚର୍ କନ୍‌ଫରେନ୍ସର ଅଭିଜ୍ଞତା

ଯୋଗଦେଇଥିବା ଉଇକିଆଳି

ସମ୍ପାଦନା
  • ସଂଗ୍ରାମ କେଶରୀ ସେନାପତି
  • ଚିନ୍ମୟୀ ମିଶ୍ର
  • ଜ୍ଞାନରଞ୍ଜନ ସାହୁ

ଆଲୋଚିତ ପ୍ରସଙ୍ଗ

ସମ୍ପାଦନା

ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍‌ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଉଇକିମାନିଆ କମ୍ୟୁନିଟି ପୋଷ୍ଟର

ସମ୍ପାଦନା
ଓଡ଼ିଆ ଉଇକିଆଳି ଚିନ୍ମୟୀ ମିଶ୍ର ଉଇକିମାନିଆ ୨୦୨୫ରେ ଯୋଗଦେବେ, ଏହି କାର୍ଯ୍ୟକ୍ରମରେ, ସେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍‌ର ବାବଦରେ ଏକ ପୋଷ୍ଟର ପ୍ରେଜେଣ୍ଟ କରିବାକୁ ଇଚ୍ଛୁକ । ଏହି ଉପରେ ଚିନ୍ମୟୀ ଏକ ସମ୍ୟକ ବିବରଣୀ ଦେଇଥିଲେ ।

ଆଗାମୀ ମାସ କାମ ପାଇଁ ଯୋଜନା

ସମ୍ପାଦନା
ଅପ୍ରେଲ ମାସରେ କିଛି କୋଲାବୋରେସନ୍ ପାଇଁ କିଛି ସଂସ୍ଥା ସହ ଯୋଡ଼ି ହେବା ପାଇଁ ଆଲୋଚନା କରାଗଲା ଏବଂ ଆମ ଓଡ଼ିଶା ପ୍ରକାଶନ ଦ୍ୱାରା ୨୦୧୪ ମସିହାରେ ପ୍ରଦାନ କରାଯାଇଥିବା ବହିଗୁଡ଼ିକର ରିଲାଇସେନ୍ସ ପାଇଁ ପୁଣିଥରେ ଭେଟିବାକୁ ଆଲୋଚନା କରାଗଲା ।

ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ବାବଦରେ ଆଲୋଚନା

ସମ୍ପାଦନା
ପ୍ରୋଜେକ୍ଟ ପରିଚୟ ୨.୦ ଗ୍ରାଣ୍ଟ ଉପରେ ଗ୍ରାଣ୍ଟ ଆଡ଼ମିନ୍‌ଙ୍କୁ ରିମାଇଣ୍ଡ୍ ମେଲ୍ କରାଯାଇଥିଲା, କିନ୍ତୁ ସିଆଏସ୍‌ର ଅସୁବିଧା ହେତୁ, ଏବେ ଗ୍ରାଣ୍ଟ ମିଳିବା ସମ୍ଭବପର ନୁହେଁ । ତେଣୁ, ଏହି ପ୍ରକଳ୍ପ ବିନା ଗ୍ରାଣ୍ଟରେ ଆଗେଇ ନେବାକୁ ଯୋଜନା କରାଗଲା ଏବଂ ଅପ୍ରେଲ ୬ ତାରିଖରେ ଏକ କାର୍ଯ୍ୟକ୍ରମରେ କିଛି ସାହିତ୍ୟିକଙ୍କର ସାକ୍ଷାତକାର, ଫଟୋ ଓ ଦସ୍ତଖତ ନେବା ଉପରେ ସଂଗ୍ରାମ (ଗପୁ) ଏକ ପ୍ରସ୍ତାବ ରଖିଥିଲେ ।

ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ବାବଦରେ ଆଲୋଚନା

ସମ୍ପାଦନା
  • ଫେବୃଆରୀ ୧ ରୁ ଆରମ୍ଭ ହୋଇଥିବା ଲୋକକଥା ଓ ନାରୀବାଦ ଗଣ-ସମ୍ପାଦନା ଚାଲିଥିଲା । ଏ ଗଣ-ସମ୍ପାଦନାରେ ପ୍ରାୟତଃ ଅଧିକ ଲୋକ ଭାଗ ନେଇନାହାନ୍ତି, କେବଳ ସଂଗ୍ରାମଙ୍କ ଦ୍ୱାରା ୫୫ଟି ପ୍ରସଙ୍ଗ ଏବେଯାଏଁ ଗଢ଼ାହୋଇଛି । ଏହା ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ ।

ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୫ ବାବଦରେ ଆଲୋଚନା

ସମ୍ପାଦନା
  • ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନାର ୨ୟ ସଂସ୍କରଣ ଆସନ୍ତା ଅପ୍ରେଲ ୧ ତାରିଖ, ଉତ୍କଳ ଦିବସରୁ ଆରମ୍ଭ କରିବା ହେବ । ଏହି ଗଣ-ସମ୍ପାଦନା ବାବଦରେ ସଂଗ୍ରାମ ଡିଫ୍‌ରେ ଏକ ବ୍ଲଗ୍ ସମିଟ୍ କରିଛନ୍ତି, ଯାହାକି ଆଗାମୀ କିଛିଦିନରେ ପବ୍ଲିଶ୍ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଇଣ୍ଡିକ୍ ଓରାଲ୍ କଲ୍‌ଚର୍ କନ୍‌ଫରେନ୍ସର ଅଭିଜ୍ଞତା

ସମ୍ପାଦନା
ଓଡ଼ିଆ ଉଇକିଆଳି ସଂଗ୍ରାମ ୨୦୨୨ ମସିହାରୁ ଇଣ୍ଡିକ୍ ଓରାଲ୍ କଲ୍‌ଚର୍ ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି । ପୂର୍ବରୁ ସେ ୨୦୨୨ ମସିହାରେ ଧର୍ମଶାଳାରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ପରେ, ୨୦୨୩ ମସିହାରେ ଓଡ଼ିଆ ଲୋକଗୀତ (କାନ୍ଦଣା ଗୀତ) ଓ ଲୋକନାଟ୍ୟ (ମୋଗଲ ତାମସା) ଉପରେ ଭିଡିଓ ରେକର୍ଡ଼ କରିଥିଲେ । ୨୦୨୪ ମସିହାରେ, ଏହି ପ୍ରକଳ୍ପ ପାଇଁ ସେ ଓଡ଼ିଆ ଲୋକନାଟ୍ୟ (ପାଲା), ଓଡ଼ିଆ ଲୋକକଥା ଓ ଲୋକଗୀତ ଉପରେ କିଛି ଭିଡିଓ କରିଥିଲେ । ୨୦୨୫ ମସିହାର ମାର୍ଚ୍ଚ ୨୦ ଓ ୨୧ ତାରିଖରେ, ବାଙ୍ଗାଲୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ, ଯେଉଁଥିରେ ସେ ନିଜର ଅଭିଜ୍ଞତା ବଖାଣିବା ସହିତ ଲିଙ୍ଗୁଆ ଲିବ୍ରେ ଉପରେ ଏକ କର୍ମଶାଳାରେ ପ୍ରଶିକ୍ଷଣ ଦେଇଥିଲେ ।