ଉଇକିପିଡ଼ିଆ:ଭିଡିଓୱିକି/ସେପ୍ସିସ

ଭିଡିଓୱିକି/ସେପ୍ସିସ
ଫାଇଲ:Wikipedia-VideoWiki-ସେପ୍ସିସ.webm
ଭିଡିଓ ତିଆରି କରିବାର ସୋପାନ
ସୋପାନ ୧ସ୍ୱର ଯୋଡ଼ନ୍ତୁ
ସୋପାନ ୨କମନ୍ସରେ ଅପଲୋଡ଼ କରନ୍ତୁ (୧୦ ମିନିଟ୍)


ସଂଜ୍ଞା ସମ୍ପାଦନା

ସେପ୍ସିସ ଏକ ପ୍ରାଣ ଘାତକ ଅବସ୍ଥା ଯେଉଁଥିରେ ଶରୀରରେ ସଂକ୍ରମଣ ପ୍ରତିକ୍ରିୟା ହେବା ଯୋଗୁ ନିଜସ୍ୱ ତନ୍ତୁ ଓ ଅଙ୍ଗ ଆଘାତ ପ୍ରାପ୍ତ ହୋଇଥାଆନ୍ତି । [୧]

 

ଏହି ଅବସ୍ଥା ଉପୁଜିଲେ ସାଧାରଣତଃ ଜ୍ୱର, ଦୃତ ହୃତ୍‌ପିଣ୍ଡ ଗତି, ଅଧିକ ଶ୍ୱାସକ୍ରିୟ ହାର ଓ ମାନସିକ ଦ୍ୱନ୍ଦ୍ୱ ଆଦି ଲକ୍ଷଣ ଦେଖାଯାଏ । [୨]

 

ଅଧିକ ନିର୍ଦ୍ଦିଷ୍ଟ ଲକ୍ଷଣ ସମ୍ପାଦନା

ଏହା ସ‌ହିତ ନିର୍ଦ୍ଦିଷ୍ଟ ରୋଗର ଲକ୍ଷଣ, ଯେପରିକି ନିମୋନିଆରେ କାଶ ବା ପାଏଲୋନେଫ୍ରାଇଟିସରେ ଯନ୍ତ୍ରଣା ଦାୟକ ପରିସ୍ରା, ପ୍ରକାଶ ପାଏ । [୩]

 

ଯୁବାବସ୍ଥା ଓ ବୃଦ୍ଧାବସ୍ଥା ସମ୍ପାଦନା

ଅଳ୍ପ ବୟସ, ବୃଦ୍ଧାବସ୍ଥା ଓ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ ଥିଲେ କିଛି ଲକ୍ଷଣ ନ ମିଳିପାରେ । ଜ୍ୱର ପରିବର୍ତ୍ତେ ଅଳ୍ପ ଶାରୀରିକ ଉତ୍ତାପ ରହେ । [୩]

 

ସାଂଘାତିକ ସେପ୍ସିସର ଲକ୍ଷଣ ସମ୍ପାଦନା

ସାଂଘାତିକ ସେପ୍ସିସ ହେଲେ ଅଙ୍ଗମାନଙ୍କର କ୍ରିୟାକଳାପ କମିଯାଏ ବା ଶରୀରକୁ ଯଥେଷ୍ଟ ରକ୍ତ ସରବରାହ ହୁଏନି । [୪] ରକ୍ତ ସରବରାହ କମିବା ଫଳରେ ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତ ଲାକ୍ଟେଟ ସ୍ତର ବା ଅଳ୍ପ ପରିସ୍ରା ନିଷ୍କାସନ ହୁଏ । [୪]

 

ସେପ୍ଟିକ ସକ୍ ସମ୍ପାଦନା

ସେପ୍ଟିସ ଯୋଗୁ ହେଉଥିବା ନିମ୍ନ ରକ୍ରଚାପ ଚିକିତ୍ସାରେ ତରଳ ପଦାର୍ଥ ଦେଇ ମଧ୍ୟ ଉପଶମ ନହେଲେ ତାହାକୁ ସେପ୍ଟିକ କୁହାଯାଏ । [୪]

 

ସଂକ୍ରମଣ ଯୋଗୁ ଅହେତୁକ ପ୍ରଦାହ ସୃଷ୍ଟିକାରୀ ଇମ୍ମ୍ୟୁନ ପ୍ରତିକ୍ରିୟା କାରଣରୁ ସେପ୍ସିସ ସୃଷ୍ଟି ହୁଏ । [୩][୫]

 

ସୁକ୍ଷ୍ମଜୀବ ବିଜ୍ଞାନ ସମ୍ପାଦନା

ଅଧିକାଂଶ ସଂକ୍ରମଣ ଜୀବାଣୁ କାରଣରୁ ହେଲେ ମଧ୍ୟ କବକ, ଭୂତାଣୁ ବା ପ୍ରୋଟୋଜୋଆ ଯୋଗୁ ମଧ୍ୟ ହୋଇପାରେ । [୩] ଫୁସଫୁସ, ମସ୍ତିଷ୍କ, ମୂତ୍ରାଙ୍ଗ ପରିସ୍ରାନଳୀ ଶୈଳୀ, ଚର୍ମ ଓ ଉଦରର ଅଙ୍ଗମାନଙ୍କରେ ପ୍ରାଥମିକ ସଂକ୍ରମଣ ହୋଇପାରେ । [୩]

 

ସଙ୍କଟ କାରକମାନ ସମ୍ପାଦନା

ଅତ୍ୟଧିକ ଅଳ୍ପ ବୟସ, ବୃଦ୍ଧ ବୟସ ଓ କର୍କଟ ରୋଗ, ମଧୁମେହ, ବଡ଼ ଅଘାତ ବା ଦଗ୍ଧ ଯୋଗୁ ହୋଇଥିବା ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ ଏହାର ସଙ୍କଟ କାରକ ରୂପେ ପରିଗଣିତ ହୁଅନ୍ତି । [୨]

 

ରୋଗ ନିର୍ଣ୍ଣୟ ସମ୍ପାଦନା

ସଂକ୍ରମଣ କାରଣରୁ ପୁରୁଣା ଉପାୟ ଅନୁସାରେ 'ସିସ୍ଟମିକ ଇନଫ୍ଲାମେଟରି ରେସପନ୍ସ ସିଣ୍ଡ୍ରୋମ' ବା ଏସଆଇଆରଏସ ସ୍ଥିତ ଦୁଇଟି କ୍ରାଇଟେରିଆ ପୂରଣ କରିପାରୁଥିଲେ ରୋଗ ନିର୍ଣ୍ଣୟ କରାଯାଏ । [୩]

 

ଆଧୁନିକ ରୋଗ ନିର୍ଣ୍ଣୟ ସମ୍ପାଦନା

ସନ ୨୦୧୬ରେ ପୁରୁଣା ଏସଆଇଆରଏସ ବଦଳେଇ ନୂଆ ସେକ୍ୱିନ୍‌ସିଆଲ ଅର୍ଗାନ ଫେଲ୍ୟୁର ଆସେସ୍‌ମେଣ୍ଟ ସ୍କୋର ବା ସୋଫା ସ୍କୋର ଅନୁସାରେ ଅଧିକ ଶ୍ୱାସକ୍ରିୟା ହାର, ଚେତନା ସ୍ତର ପରିବର୍ତ୍ତନ ଓ ନିମ୍ନ ରକ୍ତଚାପ ମଧ୍ୟରୁ ଦୁଇଟି ସ୍କୋର ପୂରଣ ହେଲେ ରୋଗ ନିର୍ଣ୍ଣୟ କରାଗଲା । [୧]

 

ରକ୍ତ କଲଚର ସମ୍ପାଦନା

ଆଣ୍ଟିବାୟୋଟିକ ଦେବା ପୂର୍ବରୁ ରକ୍ତ କଲଚର କଲେ ସ୍ପୃହଣୀୟ ହୁଏ କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତରେ ଜୀବାଣୁ ମିଳିବା ଅନାବଶ୍ୟକ ଅଟେ । [୩]

 

ମେଡିକାଲ ଇମେଜିଙ୍ଗ ସମ୍ପାଦନା

ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ସଂକ୍ରମଣର ସଠିକ ସ୍ଥାନ ନିରୁପଣ କରିବା ଆବଶ୍ୟକ । [୪]

 

ଭେଦାତ୍ମକ ରୋଗ ନିର୍ଣ୍ଣୟ ସମ୍ପାଦନା

ଅନୁରୂପ ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ଆନାଫାଇଲାକ୍‌ସିସ, ଆଡ୍ରେନାଲ ଇନସଫିସିଏନ୍ସି, ସ୍ୱଳ୍ପ ରକ୍ତ ପରିମାଣ, ହୃଦ୍‌ପାତପଲ୍‌ମୋନାରି ଏମ୍ବୋଲିଜ୍ମ ରହିବା ସମ୍ଭାବନା ଥାଏ ।[୩]

 

ଚିକିତ୍ସା ସମ୍ପାଦନା

ସେପ୍ସିସ‌ ଚିକିତ୍ସାରେ ସାଧାରଣତଃ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ଆଣ୍ଟିବାୟୋଟିକ ଦିଆଯାଏ । [୨][୬]

 

ଆଣ୍ଟିବାୟୋଟିକ ସମ୍ପାଦନା

ସ୍ୱାଭାବିକ ଭାବରେ ଯେତେଦୂର ସମ୍ଭବ ତୁରନ୍ତ ଆଣ୍ଟିବାୟୋଟିକ ଦେବା ଉଚିତ,[୨] ଓ ତା ସ‌ହିତ ଇଣ୍ଟେନସିଭ କେୟାର ଯୁନିଟରେ ଉଚ୍ଚ ଧରଣର ଯତ୍ନ ନେବା ଆବଶ୍ୟକ । [୨]

 

ତରଳ ପଦାର୍ଥ ପ୍ରତିସ୍ଥାପନ ସମ୍ପାଦନା

ତରଳ ପଦାର୍ଥ ପ୍ରତିସ୍ଥାପନରେ ଅବସ୍ଥା ନ ସୁଧୁରିଲେ ରକ୍ତଚାପ ବୃଦ୍ଧି କରିବା ପାଇଁ ଔଷଧ ବ୍ୟବ‌ହାର କରାଯାଇପାରେ ।[୨] ଫୁସଫୁସ ଓ ବୃକ୍‌କର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମେକାନିକାଲ ଭେଣ୍ଟିଲେସନ ଓ ଡାଏଲିସିସ୍ ଆବଶ୍ୟକ ହୋଇପାରେ । [୨]

 

ରକ୍ତଚାପ ନିୟନ୍ତ୍ରଣ ସମ୍ପାଦନା

ମାର୍ଗଦର୍ଶନ ନିମନ୍ତେ ରକ୍ତ ସ୍ରୋତରେ କେନ୍ଦ୍ରୀୟ ଶିରା କାଥେଟର ଓ ଧମନୀ କାଥେଟର ରଖାଯାଇପାରେ । [୪] କାର୍ଡ଼ିଆକ ଆଉଟପୁଟ ଓ ଅମ୍ଳଜାନ ସାଚୁରେସନ ମଧ୍ୟ ବ୍ୟବ‌ହାର କରାଯାଇପାରେ । [୪]

 

ସ୍ଟିରଏଡ ବ୍ୟବ‌ହାର ସମ୍ପାଦନା

କର୍ଟିକୋସ୍ଟିରଏଡ ବ୍ୟବ‌ହାର ଫଳ ବିବାଦାସ୍ପଦ ଅଛି । [୭] ସନ ୨୦୧୫ର କ‌କ୍ରେନ ସମୀକ୍ଷାରେ ଅଳ୍ପ ପରିମାଣର ଉପକାରୀତା ମିଳିଛି,[୮] ଓ ଜେଏଏମଏ ସମୀକ୍ଷାରେ ମଧ୍ୟ ଅନୁରୂପ ଫଳ ମିଳିଛି । [୯]

 

ପୂର୍ବାନୁମାନ ସମ୍ପାଦନା

ରୋଗର ତୀବ୍ରତା ଉପରେ ଫଳାଫଳ ନିର୍ଭର କରେ । [୧୦] ସେପ୍ସିସରେ ମୃତ୍ୟୁ ସଙ୍କଟ ପ୍ରାୟ ୩୦%, ସାଂଘାତିକ ସେପ୍ସିସରେ ୫୦% ଓ ସେପ୍ଟିକ ସକ୍‌ରେ ୮୦% ରହେ । [୧୦]

 

ରୋଗାନୁଶୀଳନ ସମ୍ପାଦନା

ପ୍ରତି ବର୍ଷ ନିୟୁତ ନିୟୁତ ଲୋକଙ୍କର ସେପ୍ସିସ ହୁଏ; ବିକଶିତ ଦେଶମାନଙ୍କରେ ପ୍ରତି ଏକ ହଜାର ଲୋକରେ ଏହି ରୋଗ ହାର ୦.୨-୩ ଥାଏ । [୧୦][୧୧] ବିକାଶଶୀଳ ଦେଶମାନଙ୍କରେ ସ୍ୱଳ୍ପ ଡାଟା ମିଳୁଥିବାରୁ ଏହାର ପ୍ରଭାବ ଅଜ୍ଞାତ ରହୁଛି । [୧୦].

 

ରୋଗ ହାରରେ ପରିବର୍ତ୍ତନ ସମ୍ପାଦନା

ଏହି ରୋଗ ହାର ବୃଦ୍ଧି ପାଉଥିବା ବିଶ୍ୱାସ କରାଯାଉଛି । [୪] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ସେସ୍ସିସ ରୋଗ ଅଧିକ ହୁଏ ।[୩]

 

ଇତିହାସ ସମ୍ପାଦନା

ହିପୋକ୍ରେଟସ ଅମଳରୁ ଏହି ରୋଗର ବର୍ଣ୍ଣନା ଅଛି ।[୧୨] ପୂର୍ବତନ ସେପ୍ଟିସେମିଆ ଓ ରକ୍ତ ବିଷାକ୍ତ‌ତା ଶବ୍ଦ ଗୁଡ଼ିକର ପ୍ରଚଳନ ମନା କରାଯାଉଛି । [୧୨][୧୩]

 
  1. ୧.୦ ୧.୧ Singer M, Deutschman CS, Seymour CW, Shankar-Hari M, Annane D, Bauer M, et al. (February 2016). "The Third International Consensus Definitions for Sepsis and Septic Shock (Sepsis-3)". JAMA. 315 (8): 801–10. doi:10.1001/jama.2016.0287. PMC 4968574. PMID 26903338.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Sepsis Questions and Answers". cdc.gov. Centers for Disease Control and Prevention (CDC). 22 May 2014. Archived from the original on 4 December 2014. Retrieved 28 November 2014. {{cite web}}: Unknown parameter |deadurl= ignored (|url-status= suggested) (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Jui, Jonathan; et al. (American College of Emergency Physicians) (2011). "Ch. 146: Septic Shock". In Tintinalli, Judith E.; Stapczynski, J. Stephan; Ma, O. John; Cline, David M.; Cydulka, Rita K.; Meckler, Garth D. (eds.). Tintinalli's Emergency Medicine: A Comprehensive Study Guide (7th ed.). New York: McGraw-Hill. pp. 1003–14. Archived from the original on 15 January 2014. Retrieved 11 December 2012 – via AccessMedicine. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help); Unknown parameter |deadurl= ignored (|url-status= suggested) (help)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Dellinger RP, Levy MM, Rhodes A, Annane D, Gerlach H, Opal SM, et al. (February 2013). "Surviving sepsis campaign: international guidelines for management of severe sepsis and septic shock: 2012" (PDF). Critical Care Medicine. 41 (2): 580–637. doi:10.1097/CCM.0b013e31827e83af. PMID 23353941. Archived from the original (PDF) on 2 February 2015. {{cite journal}}: Unknown parameter |deadurl= ignored (|url-status= suggested) (help)
  5. Deutschman CS, Tracey KJ (April 2014). "Sepsis: current dogma and new perspectives". Immunity. 40 (4): 463–75. doi:10.1016/j.immuni.2014.04.001. PMID 24745331.
  6. Rhodes A, Evans LE, Alhazzani W, Levy MM, Antonelli M, Ferrer R, et al. (March 2017). "Surviving Sepsis Campaign: International Guidelines for Management of Sepsis and Septic Shock: 2016". Intensive Care Medicine. 43 (3): 304–377. doi:10.1097/CCM.0000000000002255. PMID 28101605. 
  7. Patel GP, Balk RA (January 2012). "Systemic steroids in severe sepsis and septic shock". American Journal of Respiratory and Critical Care Medicine. 185 (2): 133–9. doi:10.1164/rccm.201011-1897CI. PMID 21680949.
  8. Annane D, Bellissant E, Bollaert PE, Briegel J, Keh D, Kupfer Y (December 2015). "Corticosteroids for treating sepsis". The Cochrane Database of Systematic Reviews. 12 (12): CD002243. doi:10.1002/14651858.CD002243.pub3. PMID 26633262.
  9. Fang, F; Zhang, Y; Tang, J; Lunsford, LD; Li, T; Tang, R; He, J; Xu, P; Faramand, A; Xu, J; You, C (21 December 2018). "Association of Corticosteroid Treatment With Outcomes in Adult Patients With Sepsis: A Systematic Review and Meta-analysis". JAMA Internal Medicine. 179 (2): 213–223. doi:10.1001/jamainternmed.2018.5849. PMID 30575845.
  10. ୧୦.୦ ୧୦.୧ ୧୦.୨ ୧୦.୩ Jawad I, Lukšić I, Rafnsson SB (June 2012). "Assessing available information on the burden of sepsis: global estimates of incidence, prevalence and mortality". Journal of Global Health. 2 (1): 010404. doi:10.7189/jogh.01.010404. PMC 3484761. PMID 23198133.
  11. Martin GS (June 2012). "Sepsis, severe sepsis and septic shock: changes in incidence, pathogens and outcomes". Expert Review of Anti-Infective Therapy. 10 (6): 701–6. doi:10.1586/eri.12.50. PMC 3488423. PMID 22734959.
  12. ୧୨.୦ ୧୨.୧ Angus DC, van der Poll T (August 2013). "Severe sepsis and septic shock". The New England Journal of Medicine. 369 (9): 840–51. doi:10.1056/NEJMra1208623. PMID 23984731. {{cite journal}}: Unknown parameter |laydate= ignored (help); Unknown parameter |layurl= ignored (help)
  13. Bone RC, Balk RA, Cerra FB, Dellinger RP, Fein AM, Knaus WA, et al. (June 1992). "Definitions for sepsis and organ failure and guidelines for the use of innovative therapies in sepsis. The ACCP/SCCM Consensus Conference Committee. American College of Chest Physicians/Society of Critical Care Medicine". Chest. 101 (6): 1644–55. doi:10.1378/chest.101.6.1644. PMID 1303622. Septicemia... has been used... in a variety of ways... We therefore suggest that this term be eliminated from current usage.