ଉଇକିପିଡ଼ିଆ:ଭିଡିଓୱିକି/ପେରିଓଡୋଣ୍ଟାଇଟିସ

Hassan.m.amin deleted audio in section ଉପକ୍ରମ on 14 September 2019
Hassan.m.amin updated audio in section ଉପକ୍ରମ on 14 September 2019

ଭିଡିଓୱିକି/ପେରିଓଡୋଣ୍ଟାଇଟିସ
ଫାଇଲ:Wikipedia-VideoWiki-ପେରିଓଡୋଣ୍ଟାଇଟିସ.webm
ଭିଡିଓ ତିଆରି କରିବାର ସୋପାନ
ସୋପାନ ୧ସ୍ୱର ଯୋଡ଼ନ୍ତୁ
ସୋପାନ ୨କମନ୍ସରେ ଅପଲୋଡ଼ କରନ୍ତୁ (୧୦ ମିନିଟ୍)

ଉପକ୍ରମ ସମ୍ପାଦନା

ଦାନ୍ତ ଓ ମାଢ଼ିର ପ୍ରଦାହକୁ ପେରିଓଡୋଣ୍ଟାଇଟିସ କୁହାଯାଏ ।[୧] ୩୦ ବର୍ଷ ବୟସ ଉପରେ ୫୦% ଓ ୭୦ ବର୍ଷ ବୟସ ଉପରେ ପ୍ରାୟ ୭୦% ଲୋକଙ୍କର ଏ ରୋଗ ହୁଏ । [୧]

 

ଦୁର୍ବଳ ପାଟି ସ୍ୱାସ୍ଥ୍ୟ ଯୋଗୁ ଦାନ୍ତରେ ଚକଡ଼ା ବା ପ୍ଲେକ ଆକାରରେ ଜୀବାଣୁ ଜମିବାଦ୍ୱାରା ପେରିଓଡୋଣ୍ଟାଇଟିସ ରୋଗ ହୁଏ ।

 

କାଲକୁଲସ ସମ୍ପାଦନା

ପ୍ଲେକ ରହିଗଲେ କାଲକୁଲସ, ଟାର୍ଟାର ବା ପଥୁରି ହେବା ଫଳରେ ପ୍ରଦାହ, ଅସ୍ଥି କ୍ଷୟ ଓ ଢ଼ିଲା ଦାନ୍ତ ହୋଇଯାଏ । [୨]

 

ଦାନ୍ତ କ୍ଷୟ ଓ ଢ଼ିଲା ଦାନ୍ତ ସମ୍ପାଦନା

ଅବଶେଷରେ ମାଢ଼ି ଦାନ୍ତରୁ ଅଲଗା ହୋଇ ପକେଟ ହୋଇଯାଏ, ଅସ୍ଥି କ୍ଷୟ ହୁଏ, ଦାନ୍ତ ଢିଲା ହୋଇ ଖସିପଡ଼େ । [୨]

 

ସ‌ହାୟକ କାରଣମାନ ସମ୍ପାଦନା

ପ୍ଲେକ ବ୍ୟତୀତ ଧୂମ‌ପାନ, ମଧୁମେହ, ପାରିବାରିକ ଇତିହାସ ଓ କତିପୟ ରୋଗ ତ‌ଥା ଔଷଧ ମଧ୍ୟ ଏହାର କାରଣ ହୋଇପାରନ୍ତି । [୩]

 

ଏହି ରୋଗ ଥିବା ସ୍ଥାନ ଲାଲ ପଡ଼ିଯାଏ,ଫୁଲା ଓ ରକ୍ତସ୍ରାବ ହୁଏ, ମାଢ଼ି କମିଯାଏ କିନ୍ତୁ ସାଧାରଣତଃ ଯନ୍ତ୍ରଣା ହୁଏ ନାହିଁ ଓ ଦୁର୍ଗନ୍ଧ‌ଯୁକ୍ତ ହୁଏ ।[୧]

 

ରୋଗ ନିର୍ଣ୍ଣୟ ସମ୍ପାଦନା

ମାଢ଼ି ଓ ଦାନ୍ତ ମଧ୍ୟରେ ଦୁରତ୍ୱର ମାପ ଓ ଦାନ୍ତ ଏକ୍ସ-ରେ ଚିତ୍ରରେ ଅସ୍ଥି କ୍ଷୟ ଦେଖାଗଲେ ରୋଗ ନିର୍ଣ୍ଣୟ ହୁଏ ।

 

ସାଂଘାତିକ ସମ୍ପାଦନା

ଦାନ୍ତ-ମାଢ଼ି ଫାଙ୍କ, ଅସ୍ଥି କ୍ଷୟ, ମଧୁମେହ ଓ ଧୂମ‌ପାନ ପରିମାଣ ଅନୁସାରେ ସାଂଘାତିକ ମାତ୍ରା ନିରୁପଣ କରାଯାଏ ।[୪]

 

ଚିକିତ୍ସା ସମ୍ପାଦନା

ଏହି ରୋଗରେ ଆଣ୍ଟିବାୟୋଟିକ ଦେଲେ ବା ପାଟି ଧୋଇଲେ ପ୍ରତିକ୍ରିୟା ହୁଏନି ।

 

ସ୍ୱାସ୍ଥ୍ୟରକ୍ଷା ଓ ସ୍କେଲିଙ୍ଗ ସମ୍ପାଦନା

କିନ୍ତୁ ଦାନ୍ତ ପରିସ୍କାର ରଖିବା, ସଙ୍କଟ କାରକମାନଙ୍କର ପ୍ରବନ୍ଧ କରିବା ଓ ନିୟମିତ ସ୍କେଲିଙ୍ଗ ଓ ରୁଟ ପ୍ଲେନିଙ୍ଗ କରି ପ୍ଲେକ କାଢ଼ିବା ଆବଶ୍ୟକ ।

 

ଅପରେଶନ ଚିକିତ୍ସା ସମ୍ପାଦନା

ପକେଟ ଗଭୀର ହୋଇଥିଲେ ପେରିଓଡୋଣ୍ଟାଲ ଅପରେଶନ ଆବଶ୍ୟକ ହୁଏ । ଜୀବାଣୁ ନ ରହିବା ବନ୍ଦବୋସ୍ତ କରିବାକୁ ମାଢ଼ି ଟାଣି ଦାନ୍ତ ପରିଷ୍କାର କରି ଖଦଡ଼ା ଅସ୍ଥିକୁ ଚିକ୍କଣ କରି ପୁର୍ବ ଅବସ୍ଥାକୁ ଅଣାଯାଏ ।

 

ପୁନରୁତ୍ପତ୍ତି ସମ୍ପାଦନା

କେତେକ କ୍ଷେତ୍ରରେ ନଷ୍ଟ ହୋଇଥିବା ତନ୍ତୁମାନମାନଙ୍କୁ ଗ୍ରାଫ୍ଟ ଓ ଅନ୍ୟାନ୍ୟ ପଦାର୍ଥ ସାହାଯ୍ୟରେ ପୁନରୁତ୍ପତ୍ତି କରାଯାଏ ।

 

ପୂର୍ବାନୁମାନ ସମ୍ପାଦନା

ପ୍ରତ୍ୟହ ଦାନ୍ତ ପରିଷ୍କାର ଓ ପ୍ରତି ବର୍ଷ ଅନେକ ଥର ସ୍କେଲିଙ୍ଗ ଓ ରୁଟ ପ୍ଲେନିଙ୍ଗ କରି ପ୍ରଦାହ ଦୂରିଭୁତ କଲେ ରୋଗ ଉପଶମ ହୋଇଯାଏ ।

 


  1. ୧.୦ ୧.୧ ୧.୨ "Periodontal Disease". CDC. 10 March 2015. Retrieved 13 March 2018.
  2. ୨.୦ ୨.୧ "Gingivitis". Mayo Clinic. Rochester, Minnesota: MFMER. 2017-08-04. Retrieved 10 May 2018.
  3. "Gum Disease Complications". nhs.uk. Retrieved 13 March 2018.
  4. Jepsen S, Caton JG, Albandar JM, Bissada NF, Bouchard P, Cortellini P, Demirel K, de Sanctis M, Ercoli C, Fan J, Geurs NC, Hughes FJ, Jin L, Kantarci A, Lalla E, Madianos PN, Matthews D, McGuire MK, Mills MP, Preshaw PM, Reynolds MA, Sculean A, Susin C, West NX, Yamazaki K (June 2018). "Periodontal manifestations of systemic diseases and developmental and acquired conditions: Consensus report of workgroup 3 of the 2017 World Workshop on the Classification of Periodontal and Peri-Implant Diseases and Conditions". Journal of Clinical Periodontology. 45 Suppl 20: S219–S229. doi:10.1111/jcpe.12951. PMID 29926500.