ଇସ୍ଲାମର ସମାଲୋଚ଼ନା

Icono aviso borrar.png

ଇସ୍ଲାମୀୟ ସମାଲୋଚ଼ନାର ଅର୍ଥ ହେଉଛି ଇସ୍ଲାମୀୟ ଧର୍ମର ବିଶ୍ବାସ, ସିଦ୍ଧାନ୍ତ ତଥା ତତ୍ସମ୍ବନ୍ଧୀୟ କୌଣସି ବିଚାରଧାରାର ସମାଲୋଚ଼ନା ।

ଇସ୍ଲାମର ସ୍ଥାପନ କାଳରୁ ଏହାର ସମାଲୋଚ଼ନା ରହିଆସିଛି । ପ୍ରଥମେ ଖୀରସ୍ତାନ ଓ ଇହୁଦିମାନଙ୍କ ଦ୍ୱାରା ଓ ଇବ୍ନ ଅଲ୍-ରୱାଣ୍ଡୀଙ୍କ ପରି କିଛି ଇସ୍ଲାମତ୍ୟାଗୀଙ୍କ ଦ୍ୱାରା ଇସ୍ଲାମର ସମାଲୋଚ଼ନା ହୋଇଥିଲା ।[୧] ପରେ ସମ୍ପୂର୍ଣ୍ଣ ମୁସଲମାନ ବିଶ୍ୱକୁ ଏହି ସମାଲୋଚ଼ନାର ସାମନା କରିବାକୁ ପଡିଲା ।[୨][୩][୪]୧୧ ସେପ୍ଟେମ୍ବରର ଆତଙ୍କୀ ଆକ୍ରମଣ ଓ ଅନ୍ଯାନ୍ଯ ଆତଙ୍କବାଦୀ ଦୁର୍ଘଟଣା ଘଟିବା ଯୋଗୁଁ ଇସଲାମର ଶାସ୍ତ୍ର ତଥା ଶିକ୍ଷା ଉପରେ ପାଶ୍ଚାତ୍ୟ ସମାଲୋଚ଼ନା ବଢି ଚାଲିଲା ।[୫][୬] କାରଣ ଏହା ବିଶ୍ବାସ କରାଯାଏ ଯେ ଇସଲାମରୁ ହିଁ ଆତଙ୍କବାଦ ଓ ଆତଙ୍କବାଦୀ ଚିନ୍ତାଧାରାର ଉଦ୍ଭବ ହୋଇଛି ।[୭][୮] ୨୦୧୪ ମସିହା ପର୍ଯ୍ୟନ୍ତ, ବିଶ୍ୱରେ ପ୍ରାୟ ଏକଚତୁର୍ଥାଂଶ (୨୬%) ରାଷ୍ଟ୍ରମାନଙ୍କରେ ପ୍ରଭୁନିନ୍ଦାବିରୋଧୀଧର୍ମତ୍ୟାଗବିରୋଧୀ ନିୟମ ରହିଛି ।[୯] ୨୦୧୭ ମସିହାରେ, ୧୩ଟି ମୁସଲମାନ ବହୁଳ ରାଷ୍ଟ୍ର, ନିନ୍ଦା କିମ୍ବା ଧର୍ମତ୍ୟାଗ ପାଇଁ ମୃତ୍ଯୁ ଦଣ୍ଡର ବ୍ୟବସ୍ଥା ରହିଛି ।[୧୦]

ଇସଲାମର ପ୍ରତିଷ୍ଠାତା ମହମ୍ମଦଙ୍କ ସାମାଜିକ ଓ ବ୍ୟକ୍ତିଗତ ଜୀବନର ନୈତିକତା[୪][୧୧], ଇସଲାମୀୟ ଶାସ୍ତ୍ର, ଉଭୟ କୁରାନ ଓ ହଦିଥର ସତ୍ୟତା ଏବଂ ନୈତିକତା[୧୨] ଆଦି ସମାଲୋଚନାର ବିଷୟବସ୍ତୁର ଅନ୍ତର୍ଭୁକ୍ତ । ଇସଲାମକୁ ଆରବୀୟ ସାମ୍ରାଜ୍ଯବାଦର ଏକ ରୂପ ବୋଲି ଅଭିହିତ କରି ଭାରତ ଓ ଆଫ୍ରିକାର କେତେକ ବ୍ୟକ୍ତିବିଶେଷ ମୂଳ ସଭ୍ୟତାର ବିନାଶର ଦୋଷାରୋପଣ କରିଛନ୍ତି ।[୧୩] ଇସଲାମ ଦ୍ବାରା ଦାସତ୍ବକୁ ଏକ ସାମାଜିକ ଅନୁଷ୍ଠାନ ରୂପେ ସ୍ୱୀକୃତି[୧୪][୧୫] ଏବଂ ମୁସଲମାନ ବ୍ୟବସାୟୀଙ୍କ ଦ୍ବାରା ପାଖାପାଖି ୧୭ ନିୟୁତ ଦାସଙ୍କର ରପ୍ତାନୀ[୧୬] ସମାଲୋଚ଼ନାର ଆଉ ଏକ ମୁଖ୍ଯ କାରଣ ।[୧୭]

ସମାଲୋଚ଼ନାର ଆଉ ଏକ କାରଣ ହେଉଛି ମୁସଲମାନ ସମାଜରେ ମାନବାଧିକାରର ଅବସ୍ଥା । ଉଭୟ ଐତିହାସିକ ଓ ଆଧୁନିକ ଇସଲାମୀୟ ରାଷ୍ଟ୍ରମାନଙ୍କରେ ବିଭିନ୍ନ ମାନବାଧିକାରର ଉଲଙ୍ଘନ ଯଥା - ଇସଲାମୀୟ ବିଧିରେ ମହିଳା, LGBT, ଧାର୍ମିକ ତଥା ଜାତୀୟ ସଂଖ୍ଯାଲଘୁ ଆଦିଙ୍କ ସହିତ ବ୍ୟବହାର ମଧ୍ଯ ସମାଲୋଚ଼ନାଯୋଗ୍ୟ ।[୧୮][୧୯]

ଇତିହାସସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଇସଲାମସମ୍ପାଦନ କରନ୍ତୁ

 
ଡାମାସ୍କସର ଜୋନ୍, ଏକ ସିରୀୟ ଭିକ୍ଷୁପ୍ରେସ୍ବିଟର, ଊନବିଂଶ ଶତାବ୍ଦୀର ଆରବୀୟ ପ୍ରତୀକ

ପ୍ରାରମ୍ଭିକ ଇସଲାମୀୟ ଖିଲାଫତ ଅଧୀନରେ ଆସିଥିବା ଖ୍ରୀଷ୍ଟୀଆନମାନଙ୍କ ଲେଖାରେ ଇସଲାମର ପ୍ରାରମ୍ଭିକ ସମାଲୋଚ଼ନାର ପ୍ରମାଣ ମିଳେ । ସେହିପରି ଏକ ଖ୍ରୀଷ୍ଟିଆନ ହେଉଛନ୍ତି ଡାମାସ୍କସର ଜୋନ୍ (ଖ୍ରୀଷ୍ଟୀୟ ୬୭୬-୭୪୮), ଯେ ଇସଲାମ ଓ ଆରବି ଭାଷା ସହ ପରିଚିତ ଥିଲେ । ତାଙ୍କ ପୁସ୍ତକ ଜ୍ଞାନର ଝରଣାର ଦ୍ୱିତୀୟ ଅଧ୍ୟାୟ ପାଖଣ୍ଡ ସମ୍ବନ୍ଧୀୟରେ ସେ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ମଧ୍ଯରେ ହୋଇଥିବା କଥୋପକଥନ ବିଷୟରେ ଲେଖିଛନ୍ତି ।


ଇସଲାମର ଅନ୍ୟ ଉଲ୍ଲେଖନୀୟ ପ୍ରାରମ୍ଭିକ ସମାଲୋଚକମାନେ ହେଲେ:

ଆଧାରସମ୍ପାଦନ କରନ୍ତୁ

  1. De Haeresibus by John of Damascus. See Migne. Patrologia Graeca, vol. 94, 1864, cols 763–73. An English translation by the Reverend John W Voorhis appeared in The Moslem World for October 1954, pp. 392–98.
  2. Warraq, Ibn (2003). Leaving Islam: Apostates Speak Out. Prometheus Books. p. 67. ISBN 1-59102-068-9.
  3. Ibn Kammuna, Examination of the Three Faiths, trans. Moshe Perlmann (Berkeley and Los Angeles, 1971), pp. 148–49
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Oussani ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Akyol, Mustafa (13 January 2015). "Islam's Problem With Blasphemy". The New York Times. Retrieved 16 January 2015.
  6. Friedmann, Yohanan (2003). Tolerance and Coercion in Islam: Interfaith Relations in the Muslim Tradition. Cambridge University Press. p. 18, 35. ISBN 978-0-521-02699-4.
  7. "Islam and the Patterns in Terrorism and Violent Extremism". www.csis.org. Retrieved 2019-04-02.
  8. "How Many Muslims Still Support Terrorism?". www.telospress.com. 25 September 2017. Retrieved 2019-04-02.
  9. Which countries still outlaw apostasy and blasphemy?, Pew Research Center, 29 July 2016.
  10. Doré, Louis (May 2017). "The countries where apostasy is punishable by death". The Independent. Retrieved 15 March 2018.
  11. Ibn Warraq, The Quest for Historical Muhammad (Amherst, Mass.:Prometheus, 2000), 103.
  12. Bible in Mohammedian Literature., by Kaufmann Kohler Duncan B. McDonald, Jewish Encyclopedia. Retrieved 22 April 2006.
  13. Karsh, Ephraim (2007). Islamic Imperialism: A History. Yale University Press. ISBN 9780300198171.
  14. Brunschvig. 'Abd; Encyclopedia of Islam
  15. Dror Ze’evi (2009). "Slavery". In John L. Esposito (ed.). The Oxford Encyclopedia of the Islamic World. Oxford: Oxford University Press. Archived from the original on 23 February 2017. Retrieved 2017-02-23.
  16. Focus on the slave trade, in BBC News.
  17. The persistence of history, in The Economist
  18. "Saudi Arabia". Archived from the original on 9 November 2011. Retrieved 7 October 2006.
  19. Timothy Garton Ash (5 October 2006). "Islam in Europe". The New York Review of Books.
  20. ୨୦.୦ ୨୦.୧ Hecht, Jennifer Michael (2003). Doubt: A History: The Great Doubters and Their Legacy of Innovation from Socrates and Jesus to Thomas Jefferson and Emily Dickinson. Harper San Francisco. ISBN 0-06-009795-7.
  21. Reynold Alleyne Nicholson, 1962, A Literary History of the Arabs, p. 319. Routledge
  22. "Abu-L-Ala al-Maarri Facts". biography.yourdictionary.com. Retrieved 13 July 2015.