ଇସ୍ପାତ ଏକ୍ସପ୍ରେସ ଟ୍ରେନ

ଇସ୍ପାତ ଏକ୍ସପ୍ରେସ, ଓଡ଼ିଶାର ଟିଟିଲାଗଡ଼ରୁ କଲିକତା ଦୈନିକ ଚଳାଚଳ କରୁଥିବା ଏକ ସୁପରଫାଷ୍ଟ ଟ୍ରେନ ।[୧] ଏହାର ଯାତ୍ରପଥ ୭୪୫ କିଲୋମିଟର ଲମ୍ବ । ଏହି ଟ୍ରେନ ତାର ଯାତ୍ରପଥରେ ଓଡ଼ିଶାର ପଶ୍ଚିମାଞ୍ଚଳ ଟିଟିଲାଗଡ଼ରୁ ବରଗଡ଼, ସମ୍ବଲପୁର ଦେଇ ବିହାର ଓ ପଶ୍ଚିମବଙ୍ଗ ଦେଇ କଲିକତା ପହଞ୍ଚେ । ପ୍ରାୟତଃ ଦିନ ବେଳା ଯାଉଥିବା ଏହି ଟ୍ରେନରେ ଶୀତତାପ ନିୟନ୍ତ୍ରିତ ଚେୟାର କାର ସମେତ ସାଧାରଣ ଚେୟାର କାର ଉପଲବ୍ଢ । ପାଣ୍ଟ୍ରୀ କାର ଜରିଆରେ ଯାତ୍ରୀମାନଙ୍କୁ ଭୋଜନ ମଧ୍ୟ ମିଳିବାର ବ୍ୟବସ୍ଥା ଥାଏ । ଏହି ଟ୍ରେନ ପାଇଁ ୧୦ ଦିନ ଆଗରୁ ସ୍ଥାନ ସଂରକ୍ଷଣ କରାଯାଇପାରେ ।  ପ୍ରଥମରୁ ଜମଶେଦପୁର-କଲିକତା ପାଇଁ ଆରମ୍ଭ ହୋଇଥିବା ଏହି ଟ୍ରେନ କ୍ରମଶଃ ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର ଯାଏ ପରିବର୍ଦ୍ଧିତ ହେଇ ବର୍ତ୍ତମାନ ଟିଟିଲାଗଡ଼ ପର୍ଯ୍ୟନ୍ତ ଚାଲୁଛି । 

ଇସ୍ପାତ ଏକ୍ସପ୍ରେସ 

ମୁଖ୍ୟ ରହଣି  ସମ୍ପାଦନା

  1. ଖଡ଼ଗପୁର
  2. ଟାଟାନଗର 
  3. ଚକ୍ରଧରପୂର 
  4. ରାଉରକେଲା 
  5. ଝାରସୁଗୁଡ଼ା 
  6. ସମ୍ବଲପୁର
  7. ଟିଟିଲାଗଡ଼[୨] 

ଆଧାର  ସମ୍ପାଦନା

  1. "ISPAT EXPRESS (12871) Route, Time Table, Schedule". www.ndtv.com. www.ndtv.com. Retrieved 23 August 2019.
  2. erail.in. erail.in https://erail.in/train-enquiry/12871. Retrieved 23 August 2019. {{cite web}}: Missing or empty |title= (help)