ଇନ୍ଦ୍ରାଣୀ ରହମାନ
ଇନ୍ଦ୍ରାଣୀ ରହମାନ (ସେପ୍ଟେମ୍ବର ୧୮, ୧୯୩୦, ଚେନ୍ନଇରୁ ଫେବ୍ରୁଆରୀ ୫, ୧୯୯୯ ନିଉ ୟୋର୍କ) ଜଣେ ଭାରତୀୟ କ୍ଲାସିକାଲ ନର୍ତ୍ତକୀ ଥିଲେ ଯେ ଭାରତ ନାଟ୍ୟମ, କୁଚିପୁଡ଼ି, କଥାକଲି ଓ ଓଡ଼ିଶୀ ନୃତ୍ୟରେ ପ୍ରବୀଣା ଥିଲେ ଓ ପଶ୍ଚିମ ଦେଶମାନଙ୍କରେ ଏହାକୁ ଲୋକପ୍ରିୟ କଲାପରେ ୧୯୭୬ରେ ନିଉୟୋର୍କରେ ବାସ କଲେ ।
ଇନ୍ଦ୍ରାଣୀ ରହମାନ | |
---|---|
ଜନ୍ମ | ଇନ୍ଦ୍ରାଣୀ ବାଜପାଇ ୧୯ ସେପ୍ଟେମ୍ବର ୧୯୩୦ |
ମୃତ୍ୟୁ | ୫ ଫେବୃଆରୀ ୧୯୯୯ | (ବୟସ ୬୮)
ବୃତ୍ତି(ସମୂହ) | ଭାରତୀୟ କ୍ଲାସିକାଲ ନର୍ତ୍ତକୀ, ନୃତ୍ୟ ନିର୍ଦ୍ଦଶିକା, |
ବୈବାହିକ-ସାଥୀ(s) | ହବିବ ରହମନ, ଭାରତ ସରକାରଙ୍କ ମୂଖ୍ୟ ସ୍ଥପତି (Chief Architect) |
ପୁରସ୍କାର | ୧୯୬୯: ପଦ୍ମଶ୍ରୀ ୧୯୮୧:ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ସନ ୧୯୫୨ରେ ସେ ମିସ୍ ଇଣ୍ଡିଆ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ତାଙ୍କର ମାତା ରାଗିଣୀ ଦେବୀଙ୍କ କମ୍ପାନୀରେ ଯୋଗଦାନ କଲେ । ଆନ୍ତର୍ଜାତୀୟ ପରିଭ୍ରମଣ ସମୟରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରେଇଥିଲେ । ଇନ୍ଦ୍ରାଣୀ ସନ ୧୯୬୯ରେ ପଦ୍ମଶ୍ରୀ ପାଇଥିଲେ ଓ କଳା ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତଥା ତାରକନାଥ ପୁରସ୍କାର ପାଇଥିଲେ ।
ପ୍ରାକ୍ ଜୀବନ
ସମ୍ପାଦନାଇନ୍ଦ୍ରାଣୀ ରହମାନ ଉକ୍ତ ସମୟର ମାଡ୍ରାସ ଓ ବର୍ତ୍ତମାନର ଚେନଇର ଜଣେ ଭରତୀୟ ଜାତୀୟତାବାଦୀ ଓ ଇଣ୍ଡୋ-ଆମେରିକାନ ଲିଗର ପ୍ରେସିଡେଣ୍ଟ ରାମଲାଲ ବଳରାମ ବାଜପାଇ (୧୮୮୦-୧୯୬୨) ଓ ଲୁଏଲା ସରମ୍ୟାନଙ୍କ (ପେଟସ୍କି, ମିସିଗାନ) ଔରସରୁ ସନ ୧୮୯୩ରେ ଜନ୍ମ ଗ୍ରହଣ କରିଥିଲେ ,[୧] (ମୃତ୍ୟୁ ୧୯୮୨),[୨] ଯିଏ ସନ ୧୯୨୦ରେ ଭାରତକୁ ଆସି ନାମକୁ ରାଗିଣୀ ଦେବୀରେ ପରିବର୍ତ୍ତନ କରିଥିଲେ, [୩] ଯେତେବେଳେ କେମିଷ୍ଟ ରାମଲାଲ ବାଜପାଇ ଆମେରିକାର ଜଣେ ସଫଳ ଆମଦାନୀକାରୀ ହୋଇପାରିଥିଲେ ଓ ଭାରତକୁ ଫେରି ଲାଲା ଲଜପତ ରାଏଙ୍କଦ୍ୱାରା ସ୍ଥାପିତ ୟଙ୍ଗ ଇଣ୍ଡିଆର ସହକାରୀ ସମ୍ପାଦକ ହେଲେ ଓ ଭାରତ ସ୍ୱାଧୀନ ହେବା ପରେ ଆମେରିକାରେ ଭାରତର କନସୁଲେଟ ଜେନେରାଲ ହେଲେ । [୪] ରାଗିଣୀ ମଧ୍ୟ ସନ ୧୯୩୦ ସୁଦ୍ଧା ସାରା ପୃଥିବୀରେ ଭାରତୀୟ କ୍ଲାସିକାଲ ନାଚ ନିମନ୍ତେ ତାଙ୍କର ଅବଦାନ ଯୋଗୁ ବିଖ୍ୟାତ ହୋଇପାରିଥିଲେ, ବିଶେଷତଃ କଥାକଲି ଓ ଭାରତ ନାଟ୍ୟମ୍ ଯାହା ସେ କର୍ଣ୍ଣାଟକର ରାଜଦାସୀ ଓ ଜେଟ୍ଟୀ ତୟାମ୍ମାଙ୍କଠାରୁ ଶିଖିଥିଲେ ଓ ପରେ ଚେନ୍ନଇର ଗଉରୀ ଆମ୍ମାଙ୍କଠାରୁ ଶିଖିଥିଲେ । [୫][୬][୭]
ବ୍ୟବସାୟ
ସମ୍ପାଦନାଇନ୍ଦ୍ରାଣୀ ତାଙ୍କ ମାତାଙ୍କ ଗହଣରେ ତାଙ୍କ କମ୍ପାନୀରୁ ୯ ବର୍ଷ ବୟସରୁ ନାଚ ଶିକ୍ଷା ଆରମ୍ଭ କରିଥିଲେ ଓ ତାଙ୍କ ସହିତ ଆମେରିକା, ୟୁରୋପ ଆଦି ବୁଲିଥିଲେ । ବୃତ୍ତି ହିସାବରେ ସେ ପ୍ରଥମେ ଗୁରୁ ଚୋକ୍କଲିଙ୍ଗମ ପିଲ୍ଲାଇଙ୍କଠାରୁ(୧୮୯୩ରୁ ୧୯୬୮) ଭାରତ ନାଟ୍ୟମର ପାଣ୍ଡାନାଲୁର ପଦ୍ଧତି ସନ ୧୯୪୦ରେ ଶିଖିଥିଲେ । ଅଳ୍ପ ସମୟ ମଧ୍ୟରେ ସେ କୋରଡ଼ ନରସିମହା ରାଓଙ୍କଠାରୁ କୁଚିପୁଡ଼ି ଶିଖି ତାଙ୍କ ସହିତ ପୃଥିବୀର ଅନେକ ଦେଶ ଭ୍ରମଣ କରିଥିଲେ ।[୮]
ସନ ୧୯୪୭ରେ ବିଖ୍ୟାତ ନୃତ୍ୟ ଓ କଳା ସମାଲୋଚକ ଡଃ ଚାର୍ଲ୍ସ୍ ଇନ୍ଦ୍ରାଣୀଙ୍କୁ ସେତେବେଳର ସାମାନ୍ୟ ଜଣାଶୁଣା ଓଡ଼ିଶୀ ନାଚ ଶିଖିବାକୁ ପ୍ରବର୍ତ୍ତେଇଥିଲେ । ଇନ୍ଦ୍ରାଣୀ ପ୍ରଥମ ବ୍ୟବସାୟୀକ ନୃତ୍ୟାଙ୍ଗନା ଭାବରେ ଓଡ଼ିଶୀର ବିଦ୍ୟାର୍ଥୀ ହୋଇଥିଲେ । ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ତିନି ବର୍ଷ ଶିକ୍ଷା ଲାଭ ପରେ ଭାରତ ତଥା ପୃଥିବୀର ବିଭିନ୍ନ ସ୍ଥାନରେ ବୁଲି ଓଡ଼ିଶୀକୁ ଲୋକପ୍ରିୟ କରିଥଲେ । [୯][୧୦]
ବିବାହିତା ଓ ଗୋଟିଏ ଛୁଆ ଥିବା ସତ୍ତ୍ୱେ ସେ ସନ ୧୯୫୨ରେ ହୋଇଥିଲେ ପ୍ରଥମ ମିସ୍ ଇଣ୍ଡିଆ,[୧୧][୧୨] ଓ ଲଙ୍ଗ୍ ବିଚ୍, କାଲିଫର୍ନିଆରେ ଅନଷ୍ଠିତ ହୋଇଥିବା ମିସ ୟୁନିଭର୍ସ୍ ୧୯୫୨ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । [୧୩] ଏହା ପରେ ସେ ତାଙ୍କ ମାତାଙ୍କ ସହିତ ସମୁଦାୟ ପୃଥିବୀରେ ନୃତ୍ୟ ପ୍ରଦର୍ଶନ କରିଥିଲେ । [୧୪] ସନ ୧୯୬୧ରେ ପ୍ରଥମ ନର୍ତ୍ତକୀ ଭାବରେ ତାଙ୍କୁ ଏସିଆଟିକ ସୋସାଇଟିର ଜାତୀୟ ଭ୍ରମଣରେ ନୃତ୍ୟ ପ୍ରଦର୍ଶନ କରିବାକୁ ଉପସ୍ଥାପନ କରାଯାଇଥିଲା ଓ ଭାରତର ପ୍ରଧାନ ମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ଅଫିସିଆଲ ଗସ୍ତ ସମୟରେ ତାଙ୍କର ଓ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ଜନ୍ ଏଫ୍ କେନେଡ଼ିଙ୍କ ସମ୍ମୁଖରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ,[୧୫] ଓ ତା ପର ବର୍ଷ ସମ୍ରାଟ ହେଲେ ସେଲାସିଏ, ରାଣୀ ରାଣୀ ଏଲିଜାବେଥ ୨, ମାଓ ସେ ତୁଙ୍ଗ, ନିକିତା କୃଶ୍ଚେଭ୍ ଓ ଫିଡେଲ୍ କାଷ୍ଟ୍ରୋଙ୍କ ସମ୍ମୁଖରେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । [୩][୧୬] ସନ ୧୯୭୬ରେ ନିଉୟୋର୍କସ୍ଥିତ ଲିଙ୍କନ ସେଣ୍ଟର୍ ଫର ଦି ପର୍ଫର୍ମିଙ୍ଗ ଆର୍ଟସର ନୃତ୍ୟ ବିଭାଗରେ ସେ ଫ୍ୟାକଲ୍ଟି ମେମ୍ବର ହୋଇ ହାର୍ଭାର୍ଡ଼ ସହିତ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦାନ କରିଥିଲେ । ଆମେରିକାରେ ସେ ଶେଷ ଦୁଇ ଦଶନ୍ଧି ବ୍ୟାପକ ଗସ୍ତ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ହବିବ୍ ରହମାନ (୧୯୧୫-୧୯୯୫), ଜଣେ ସୁପରିଚିତ ସ୍ଥପତିଙ୍କୁ ସନ ୧୯୪୫ରେ ବିବାହ କରିଥିଲେ, ତାଙ୍କର ଗୋଟିଏ ପୁଅ ରାମ ରହମାନ(କଳାକାର) ଓ ଗୋଟିଏ ଝିଅ ସୁକନ୍ୟା ରହମାନ ଥିଲେ,[୧୭] ଯିଏ ତାଙ୍କ ମାତା ଓ ଜେଜେମାଆଙ୍କ ସହିତ ମଧ୍ୟ ନୃତ୍ୟ କରିଥିଲେ ।
ମୃତ୍ୟୁ
ସମ୍ପାଦନାନିଉ ୟୋର୍କର ମାନହାଟାନରେ ଇନ୍ଦ୍ରାଣୀ ରହମାନ ଫେବୃଆରୀ ୫, ୧୯୯୯ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ପୁରସ୍କାର
ସମ୍ପାଦନା- ୧୯୫୨: ଫେମିନା ମିସ୍ ଇଣ୍ଡିଆ
- ୧୯୬୯: ପଦ୍ମଶ୍ରୀ[୧୮]
- ୧୯୮୧: ସଙ୍ଗୀତ ନାଟକ ଏକାଡେମି ପୁରସ୍କାର[୧୯]
ଅଧିକ ପଠନ
ସମ୍ପାଦନା- Dancing In The Family, by Sukanya Rahman. 2001, Harper Collins India, ISBN 81-7223-438-4.
- Dance dialects of India, by Ragini Devi. Motilal Banarsidass Publ., 1990. ISBN 81-208-0674-3, ISBN 978-81-208-0674-0.
ଆଧାର
ସମ୍ପାଦନା- ↑ Ragini Devi Biography Notable American Women: A Biographical Dictionary Completing the Twentieth Century, by Susan Ware, Stacy Lorraine Braukman, Radcliffe Institute for Advanced Study. Harvard University Press, 2004. ISBN 0-674-01488-X, 9780674014886. Page 172-173.
- ↑ Book Review South Asian Women Forum
- ↑ ୩.୦ ୩.୧ Obituary: Indrani Rehman by Kuldip Singh, The Independent (London), Feb 18, 1999
- ↑ Ramalal Balram Bajpai - Biography[permanent dead link]
- ↑ Rhythm of the new millennium Archived 2010-07-21 at the Wayback Machine. Leela Venkatraman, The Hindu, Oct 28, 2001.
- ↑ Dancing through their lives The Hindu, September 22, 2002.
- ↑ HINDU DANCES PRESENTED; Ragini Devi Seen in Theatre of All Nations Performance New York Times, December 9, 1944.
- ↑ Indrani Rahman Kuchipudi: Kūcipūdi : Indian Classical Dance Art, by Sunil Kothari, Avinash Pasricha. Abhinav Publications, 2001. ISBN 81-7017-359-0, ISBN 978-81-7017-359-5. 190.
- ↑ Indrani Rahman India's Dances: Their History, Technique, and Repertoire, by Reginald Massey. Abhinav Publications, 2004. ISBN 81-7017-434-1. page 210.
- ↑ Guests Archived 2011-07-19 at the Wayback Machine. Stuttgart - Bharatiya Mujlis.
- ↑ MISS INDIA' IS PICKED; Architect's Wife Wins Boycotted Beauty Contest's Final New York Times, April 4, 1952.
- ↑ Indian Press Hails National Beauty Contest Won by Shapely Half-American in Her Sari New York Times, April 5, 1952.
- ↑ "Miss India". Archived from the original on 2009-10-26. Retrieved 2016-06-13.
{{cite web}}
: CS1 maint: bot: original URL status unknown (link) - ↑ Indrani Rahman National Library of Australia.
- ↑ Indrani, Performer of Classical Indian Dance, Dies at 68 New York Times, February 8, 1999.
- ↑ In Remembrance Archived 2010-07-21 at the Wayback Machine. Indian Express, April 15, 1999.
- ↑ Sukanya Rahman Website
- ↑ Padma Shri - Indrani Rahman Archived 2009-01-31 at the Wayback Machine. Padma Shri Official listing at Govt. of India website.
- ↑ Sangeet Natak Akademi Award – “Bharata Natyam Archived 2009-02-12 at the Wayback Machine. Sangeet Natak Akademi Award official listing.