ଇତିଶ୍ରୀ ହତ୍ୟାକାଣ୍ଡ


ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କ ଚାଞ୍ଚଲ୍ୟକର ମୃତ୍ୟୁ ଏକ ହତ୍ୟାକାଣ୍ଡ ରୂପେ ସନ୍ଦେହ ଘେରକୁ ଆସିଥିଲା । ଏହା ୨୦୧୩ ବର୍ଷର ଏକ ଓଡ଼ିଶାରାଜ୍ୟର ଚର୍ଚ୍ଚିତ ଖବର ଭାବେ ଗଣମଧ୍ୟମମାନଙ୍କ ପୃଷ୍ଠା ମଣ୍ଡନ କରିଥିଲା ।

ଘଟଣାକ୍ରମ ସମ୍ପାଦନା

୨୦୧୩ ଅକ୍ଟୋବର ୨୭ ରାତି ସ୍କୁଲ ପରିସରସ୍ଥ ପ୍ରକୋଷ୍ଠରେ ଶିକ୍ଷୟିତ୍ରୀ ଇତିଶ୍ରୀ ନିଆଁରେ ପୋଡ଼ି ହୋଇ ଚିକ୍ରାର କରିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଅକ୍ଟୋବର ୨୭ରେ ତାଙ୍କ ମୃତ୍ୟୁ ହୋଇଥିଲା । ଇତିଶ୍ରୀଙ୍କୁ ପୋଡ଼ି ମାରିଦିଆଯାଇଥିବା ଅଭିଯୋଗ ଗୁରୁତର ରୂପ ନେବାରୁ ରାଜ୍ୟ ସରକାର ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲା କଣାସ ଅଞ୍ଚଳର ଇତିଶ୍ରୀ, ସୁଦୂର ରାୟଗଡ଼ା ଟିକିରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କୁ ବିଭିନ୍ନ ସମୟରେ ବିଦ୍ୟାଳୟ ଅନୁନିରୀକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ନିର୍ଯାତନା ଦେଇଆସୁଥିବା ନେଇ ଅଭିଯୋଗ କରିଥିଲେ । [୧] ତାଙ୍କ ହାତ ଲିଖିତ ଅଭିଯୋଗ ସକାଶେ ତିନୋଟି ଚିଠି ପରେ ହଜିଯାଇଥିବାର ସୂଚନା ମିଳିଥିଲା । [୨]

ତଦନ୍ତ ସମ୍ପାଦନା

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସିବିଆଇ ତାର ତଦନ୍ତ ସପ୍ତମ ଥର ପାଇଁ ଶେଷ କରି ଅଦାଲତରେ ୨୦୧୫ ଅଗଷ୍ଟ ୩ ତାରିଖରେ ଦାଖଲ କରିବା ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ଛଅ ମାସ ଅଧିକା ସମୟ ଦେବା ନିମନ୍ତେ ଆବେଦନ କରିଥିଲେ । ଅଦାଲତ ଛଅ ମାସ ପରିବର୍ତ୍ତେ ତିନି ମାସ ସମୟ ମଧ୍ୟରେ ପ୍ରକୃତ ମାମଲାର ତଦନ୍ତ ଆସନ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ଅଗ୍ରଗତି ସମ୍ପର୍କରେ ତଦାରଖ କରୁଥିବା ସୁପ୍ରିମ କୋର୍ଟ ଇନ୍ସପେକ୍ଟର ଆର ଡି ଶର୍ମା ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ବେଙ୍ଗାଳୁରୁ ଅଧ୍ୟୟନରତ ଆଇନଛାତ୍ରୀ ସୁଦୀପ୍ତା ଲେଙ୍କା ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିବାକୁ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇବାରୁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ଦେହ ବ୍ୟକ୍ତକରି ସୁପ୍ରିମ କୋର୍ଟ ଶେଷରେ ଗତ ୨୦୧୫ ଜାନୁଆରୀ ୨୦ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ୨୦୧୫ ଫେବୃଆରି ୨୫ରେ ମାମଲାର ତଦନ୍ତ ଆରମ୍ଭ କରିଥିଲେ ।[୩]

ଫଳାଫଳ ସମ୍ପାଦନା

ହତ୍ୟା ମାମଲାର ତଦନ୍ତ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚଙ୍କୁ ଦାୟିତ୍ୱ ଦେବା ପରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଶୁଣାଣି ରାୟଗଡ଼ା ଜିଲ୍ଲା ଜଜ ଅଦାଲତରେ ଚାଲୁ ରହିଥିଲା । ତେବେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରା ନ ଯାଇ ରିପୋର୍ଟ ଦାଖଲ କରାଯାଇଥିଲେ ମଧ୍ୟ ଏ ସଂପର୍କରେ ଅଭିଯୁକ୍ତ ଭାବେ ପୂର୍ବତନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା ଏବଂ ସେ ରାୟଗଡ଼ା ଜେଲରେ ଥିଲେ । କ୍ରାଇମ ବ୍ରାଞ୍ଚଦ୍ୱାରା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିବା ଅର୍ଥାତ ପ୍ରକୃତ ଦୋଷୀ ଚିହ୍ନଟ ହୋଇପାରିନଥିବା ଯୋଗୁଁ ଏହି ଘଟଣାର ତଦନ୍ତ ଭାର ଅନ୍ୟ ଏକ ଦରଖାସ୍ତ ବଳରେ ମାନ୍ୟବର ସୁପ୍ରିମ କୋର୍ଟ ଗତ ଜାନୁୟାରୀ ୨୦, ୨୦୧୫ ତାରିଖରେ ସିବିଆଇଦ୍ୱାରା ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । [୪] ତେବେ ଦୌରା ଜଜ ରାୟଗଡା ତା ୨୬.୦୪.୨୦୧୬ ଦିନ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ନିତ୍ୟାନନ୍ଦ ଦଣ୍ଡସେଣାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।[୫] କୋରାପୁଟ ଜେଲରେ ଆଜୀବନ ଦଣ୍ଡ କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନା ୨୦୨୦ ଅଗଷ୍ଟ ୧୬ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ଅଗଷ୍ଟ ୧୭ ସକାଳେ ତାଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଜେଲ ଅଧୀକ୍ଷକ ସୂଚନା ଦେଇଥିଲେ ।[୬]

ଆଧାର ସମ୍ପାଦନା

  1. "Itishree death ignites protests". The Telegraph. Retrieved 7 August 2018.
  2. "କୁଆଡେ ଗଲା ଇତିଶ୍ରୀ ପ୍ରଧାନଙ୍କ ୩ଟି ଚିଠି ? ଏଥିପାଇଁ କିଏ ଦାୟୀ । | Prameya N…". archive.is. 9 October 2015. Retrieved 7 August 2018.
  3. "୩ ମାସରେ ଇତିଶ୍ରୀ ମୃତ୍ୟୁର ତଦନ୍ତ ସାର". ସର୍ବସାଧାରଣ. Retrieved 8 October 2015.[permanent dead link]
  4. Reporter, Staff (21 January 2015). "SC order on Itishree murder hailed". The Hindu (in Indian English). Retrieved 7 August 2018.
  5. "Itishree murder: Ex SI Dandasena gets life term | OTV". odishatv.in. Retrieved 7 August 2018.
  6. "ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ". Samaja Live (in Odia). Cuttack: Samaja Live. 17 August 2020. Archived from the original on 17 August 2020. Retrieved 17 August 2020.{{cite news}}: CS1 maint: unrecognized language (link)