ଆଳୁ ଭଜା

ଓଡ଼ିଆ ଖାଦ୍ୟ

ଆଳୁ ଭଜା ଭାତ ଓ ରୁଟି ସହିତ ଖିଆ ଯାଉଥିବା ଏକ ପାର୍ଶ୍ୱ ଭୋଜନ । ଓଡ଼ିଶାରେ ସାଧାରଣତଃ ପଖାଳ ସହ ଏହାକୁ ପସନ୍ଦ କରାଯାଏ। ସାଧାରଣତଃ ଆମେ ରୋଷେଇ ଶିଖିଲା ବେଳେ ଆଳୁ ଭଜା ରହ ଶିଖିଥାଉ।

ଆଳୁ ଭଜା
ପିଆଜ ଓ ପଞ୍ଚୁ ଫୁଟଣ ପଡ଼ି ହୋଇଥିବା ଆଳୁ ଭଜା ।
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଆଳୁ

ଉପାଦାନ ସମ୍ପାଦନା

  • ଆଳୁ - ୫-୬ଟି
  • ତେଲ - ଆବଶ୍ୟକତା ଅନୁସାରେ
  • ଲୁଣ - ଆବଶ୍ୟକତା ଅନୁସାରେ
  • ହଳଦୀ - ୧ ଚାମଚ
  • ପଞ୍ଚଫୁଟଣ - ଆବଶ୍ୟକତା ଅନୁସାରେ
  • ଶୁଖିଲା ଲଙ୍କା -୨ରୁ ୩ଟି

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ଆଳୁକୁ ଧୋଇ , ପନିକି କିମ୍ବା ଛୁରିରେ ଛୋଟ ଛୋଟ କରି କାଟି ରଖନ୍ତୁ। ଆଳୁ ଭଜା ପାଇଁ ଆଳୁକୁ ଟିକିଓ ଲମ୍ବାଳିଆ କରି କାଟିବା ଦରକାର । ଅଳ୍ପ ଟିକେ ତେଲ କଡେଇରେ ଢାଳି ଗରମ ହେଲା ଯାଏ ରଖି ସେଥିରେ ଅଳ୍ପ କିଛି ପଞ୍ଚଫୁଟଣ,ଶୁଖିଲା ଲଙ୍କା ପକେଇ ଫୁଟିବା ପାଇଁ ଛାଡିଦେବେ । ପଞ୍ଚଫୁଟଣ ଫୁଟିଲା ପରେ ସେଥିରେ କଟା ଆଳୁ ପକେଇ ଦିଅନ୍ତୁ,ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଆଞ୍ଚ କମ ଦେଇ ଢାଙ୍କୁଣୀ ଘୋଡେଇ ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀ ଖୋଲି ଗୋଳେଇ ଦିଅନ୍ତୁ । ଆଳୁ ହୋଇଗଲା ପରେ ତାକୁ ବାହାର କରି ଏକ ଥାଳିରେ ପରସି ଦିଅନ୍ତୁ ।

ଆଧାର ସମ୍ପାଦନା