ମୌଳିକ ଓଡ଼ିଆ ବନାମ ବହୁପ୍ରଚଳିତ ଶବ୍ଦାବଳୀ ସମ୍ପାଦନା

ଶୁଭାଶିଷ ମହୋଦୟ :

  • ଆଲ୍ଲା - ଆରବୀ ଭାଷାରେ ଈଶ୍ବର କିମ୍ବା ପରମାତ୍ମାର ପ୍ରତିଶବ୍ଦ ତେଣୁ ଓଡ଼ିଆରେ ମଧ୍ଯ ଈଶ୍ୱର ବା ପରମାତ୍ମା ଲେଖିଲେ ମୋ ମତରେ କୌଣସି ଭୁଲ ହେବ ନାହିଁ ।
  • ତଃରିଫ - ଇଂରାଜୀରେ tahrif ବୋଲି ଲେଖାଯାଇଥିଲା ତେଣୁ ଉଚ୍ଚାରଣର ସମୀପତା ପାଇଁ ତାହା ଲେଖିଥିଲି ।
  • ଯଦି ଆମେ ସିଧାସଳଖ ଆରବ ଭଳି ଭାଷାରୁ ଶବ୍ଦ ଉଦ୍ଧାର କରିଆଣିବା ତେବେ ଓଡିଆର ମୌଳିକତା ନଷ୍ଟ ହୋଇଯିବ । ତେଣୁ ମୋର ଅନୁରୋଧ, ଶବ୍ଦ ଆଣିବା ବେଳେ ଓଡିଆକରଣ କରି ଆଣିଲେ ଭଲ ହୁଅନ୍ତା ।

Anos Vordigoad (ମୋ ଆଲୋଚନା) ୨୦:୩୯, ୨୩ ଅକ୍ଟୋବର ୨୦୨୦ (IST)Reply

ପରିଚାଳକଗଣ ଦୟାକରି Muslims pageରେ ଥିବା ତଥ୍ଯ ବାକ୍ସ infobox ଟିକୁ ଏହି ପ୍ରସଙ୍ଗକୁ copy କରିଦିଅନ୍ତୁ ।। Anos Vordigoad (ମୋ ଆଲୋଚନା) ୨୦:୪୯, ୨୩ ଅକ୍ଟୋବର ୨୦୨୦ (IST)Reply

@Anos Vordigoad:

  • ଓଡ଼ିଆ ଉଇକିପିଡ଼ିଆ ଭିତରେ ମୌଳିକ ଓଡ଼ିଆ ଶବ୍ଦାବଳୀର ପ୍ରୟୋଗର ଆବଶ୍ୟକତା ବାବଦରେ ମୁଁ ଅବଗତ କିନ୍ତୁ "ଇଶ୍ୱର", "ଭଗବାନ" ଆଦି ମୁଖ୍ୟତଃ ହିନ୍ଦୁ ଧର୍ମଗ୍ରନ୍ଥରୁ ଆନୀତ ଶବ୍ଦ । ଆଲ୍ଲା ଇସଲାମ ଧର୍ମର ଏକ ଶବ୍ଦ ଆଉ ଏକ proper noun । ତାକୁ ଅନୁବାଦ କରିବା କୃଷ୍ଣ କି ବିଷ୍ଣୁ ଭଳି ଶବ୍ଦକୁ ଆଉ ଏକ ଭାରତ ବାହାରର ଭାଷାରେ ଅନୁବାଦ କଲା ଭଳି । ଇସଲାମ ଶବ୍ଦାବଳୀ ବାବଦରେ ମୋର ବେଶୀ ଧାରଣା ନାହିଁ କିନ୍ତୁ ଧର୍ମ ସମ୍ବନ୍ଧୀୟ ମୁଖ୍ୟ ଶବ୍ଦାବଳୀ କେବଳ ଅକ୍ଷରାନ୍ତର କରାଯାଏ (ଯଥା ସଂସ୍କୃତ ସୀତା, ଇଂରାଜୀ ସୀତା; ଇଂରାଜୀ: jesus - ଓଡ଼ିଆ: ଯୀଶୁ) ଆଉ କଲା ବେଳେ ଏକ ଭାଷାର ମୌଳିକ ଶବ୍ଦ ଲିଖନ ଓ ଉଚ୍ଚାରଣ ଶୈଳୀକୁ ଆଖିରେ ରଖି କରାଯାଏ (କାଗଜ, କଲମ, ଖାତା, ବଜାର, ସାବୁନ, ସାଇକେଲ, କିରୋସିନି ଭଳି ବହୁଳ ବ୍ୟବହୃତ ଶବ୍ଦକୁ ବିଭିନ୍ନ ଭାଷାରୁ ଅଣାଗାଲା ଓଡ଼ିଆର ଅନ୍ୟତମ ବୈଶିଷ୍ଟ ଅକାରାନ୍ତ/ସ୍ୱରାନ୍ତ ଶବ୍ଦ କରି ରଖାଯାଇଛି । ଅଣାଯାଇଥିବା ଭାଷାରୁ ସିଧା ଉତ୍ତରାଯାଇନି) ଆଉ ଏଥିରେ ଓଡ଼ିଆର ମୌଳିକତା ନଷ୍ଟ ହେବାର କୌଣସି ଭୟ ନାହିଁ ବୋଲି ମୋର ଧାରଣା ।
  • ଅନ୍ୟ ଭାଷାରୁ ଶବ୍ଦ ସିଧାସଳଖ ଆଣିବା କଷ୍ଟ । ମୋର ଧାରଣା ଆରବୀ ଓ ପାରସୀ ଭାଷାରେ ଲେଖିବା ବେଳେ ଫଳା ଅନେକ ସମୟରେ ରହେନାହିଁ କିନ୍ତୁ ଓଡ଼ିଆରେ ରହେ । ପୁଣି ଶବ୍ଦ ଆହରଣ ବେଳେ ମୂଳ ରୂପ ବଦଳି ନୂଆ ଶବ୍ଦ ସୃଷ୍ଟି ହୁଏ । ଗ୍ରୀକରୁ ଯବନ ଆଉ ଉପରେ ଦିଆ ଉଦାହରଣ ଏ ବାବଦରେ ଧାରଣା ମିଳିବ । ଏକ ସମାଜରେ ଯେଣୁ ବହୁ ସମ୍ପ୍ରଦାୟ ମିଶି ରହନ୍ତି ଆଉ ବିଭିନ୍ନ କାରଣରୁ ଭାଷା-ଭାଷା ଭିତରେ ଶବ୍ଦ ଓ ଶୈଳୀ ଦିଆନିଆ ହୁଏ କୌଣସି ଭାଷା ସମ୍ପୂର୍ଣ୍ଣ ମୌଳିକ ନୁହେଁ କିମ୍ବା ଗୋଟିଏ ଭାଷାରେ ଜଗତର ସବୁ ବିଷୟରେ ଶବ୍ଦ ନଥାଏ । ତେଣୁ ଶବ୍ଦ ଆହରଣ ଏକ ବାସ୍ତବତା ।
  • ଉଇକିପିଡ଼ିଆରେ ମୌଳିକ ଓଡ଼ିଆ ଶବ୍ଦ ଅପେକ୍ଷା ବହୁପ୍ରଚଳିତ ଶବ୍ଦ ଉପରେ ଗୁରୁତ୍ତ୍ୱ ଦିଆଯାଏ । ଏଥି ପାଇଁ ଅନେକ ସମୟରେ ପାଠ୍ୟପୁସ୍ତକ ଅନୁସରଣ ମଧ୍ୟ କରାଯାଏ । ଏ କ୍ଷେତ୍ରରେ ଆଲ୍ଲା ଏକ ବହୁପ୍ରଚଳିତ ଓଡ଼ିଆ ଶବ୍ଦ । ସେ ମୂଳ କେଉଁ ଭାଷାରୁ ଆନୀତ ସେଥିରେ କିଛି ଯାଏ ଆସେ ନାହିଁ । ସେହି ଭଳି ଯୀଶୁ ମଧ୍ୟ ଏକ ବହୁପ୍ରଚଳିତ ଶବ୍ଦ । ତାକୁ କାଢ଼ି ଇଶ୍ୱରଙ୍କ ପୁତ୍ର କି ଆଉ କିଛି ରଖାଯିବ ନାହିଁ ।
  • ଓଡ଼ିଆରେ ଅନ୍ୟ ଭାଷାରୁ ଶବ୍ଦ ଆହରଣ ବେଳେ ଓଡ଼ିଆ ଶବ୍ଦଗଠନ ଶୈଳୀକୁ କାଟି ହେବନି । ତାରିଫ ବୋଲି ଶବ୍ଦ ଓଡ଼ିଆରେ ଆଗରୁ ଥିବାରୁ ତାକୁ ଅଗ୍ରାଧୀକାର ଦିଆଯିବ । ଆଗ ପଏଣ୍ଟରେ ମୁଁ ବହୁପ୍ରଚଳିତ ଶବ୍ଦ କଥା ଲେଖିଛି । ଉଇକିପିଡ଼ିଆରେ ନୂଆ ଶବ୍ଦାବଳୀର ଆରମ୍ଭ କରାଯାଇପାରିବ ନାହିଁ । ବରଂ ଆଗରୁ ସାମଗ୍ରୀକ ଭାବେ ଯାହା ଚଳିଆସିଛି ତାକୁ ଅଗ୍ରାଧୀକାର ଦିଆଯିବ । ଧୀରେଧୀରେ ନୂଆ ଭାବେ ତିଆରି ହେଉଥିବା (ଯଥା: ସଙ୍ଗରୋଧ) ଆଉ ବହୁଳ ବ୍ୟବହାର ହେଉଥିବା ଶବ୍ଦ ସମୟକ୍ରମେ ଏଠି ଯୋଡ଼ାଯିବ ।
  • ଇନଫୋବକ୍ସ ଆପଣ ନିଜେ କପି କରି ତା' ଭିତରେ ଆବଶ୍ୟକୀୟ ଘରଗୁଡ଼ିକ ଅନୁବାଦ କରିପାରିବେ (ସାଧାରଣତଃ "=" ପରେ ଥିବା ଅଂଶ ଅନୁବାଦ କରାଯାଏ) । କୌଣସି ପରିଚାଳକ ଅନୁମତି ଲୋଡ଼ାନାହିଁ ।
  • ଆପଣଙ୍କୁ ମୁଁ ଆଗରୁ ଏଠାରେ ଆଲୋଚନା ପୃଷ୍ଠାରେ କିପରି କଣ ଲେଖିବେ କିଛି ସୂଚନା ଦେଇଥିଲି । ତାକୁ ଆଉଥରେ ମଧ୍ୟ ଦୋହରାଇଥିଲି । ତେଣୁ ଦୟାକରି ଏଭଳି ଆଲୋଚନା ଆରମ୍ଭ କରିବା ବେଳେ "ଉତ୍ସ ସମ୍ପାଦନା" ବଦଳରେ "ନୂଆ ଯୋଡ଼ନ୍ତୁ"କୁ ଯାଇ ଶୀର୍ଷକ ସହ ଆଲୋଚନା ଆରମ୍ଭ କରନ୍ତୁ । ଏ ଆଲୋଚନାରେ ଶୀର୍ଷକ ନଥିବାରୁ ମୋତେ ଯୋଡ଼ିବାକୁ ପଡ଼ିଲା ।

--ସୁଭ (ଆଳାପ) ୦୯:୦୫, ୨୪ ଅକ୍ଟୋବର ୨୦୨୦ (IST)Reply

ଆପଣଙ୍କ କଥା ମୁଁ ବୁଝିଲି । କିନ୍ତୁ ଯୋଉ ତାରିଫ କଥା ଉଠିଛି ସେଥିରେ ଏକ ସମସ୍ଯା ଅଛି । ସାଧାରଣତଃ ତାରିଫ ଅର୍ଥାତ୍ ପ୍ରଶଂସା କିନ୍ତୁ ଏଠାରେ ଶବ୍ଦଟି ତଃରିଫ୍ tahrif ଅର୍ଥ ପ୍ରଶଂସା ନୁହେଁ । ତେଣୁ କରି ମୋ ମତରେ ଓଡ଼ିଆରେ ମଧ୍ଯ ତାରିଫ ଏବଂ ତଃରିଫ ଦୁଇଟି ଭିନ୍ନାର୍ଥକ ଶବ୍ଦ ହେବା ଉଚିତ ।

  • ଇନ୍ଫୋବକ୍ସକୁ ମୁଁ କପି କରିପାରୁନାହିଁ କାରଣ ଏହି ପ୍ରସଙ୍ଗର ଇଂରାଜୀ ପ୍ରତିରୂପ ସୁରକ୍ଷିତ ଅଛି ଯାହାକୁ କେବଳ ପରିଚାଳକ ଗଣ ସଂପାଦନ କରିପାରିବେ ।
Anos Vordigoad (ମୋ ଆଲୋଚନା) ୦୯:୨୪, ୨୪ ଅକ୍ଟୋବର ୨୦୨୦ (IST)Reply

ଯଦି କିଛି ତ୍ରୁଟି ରହି ଯାଇଥାଏ ତେବେ ତାହାକୁ ସୁଧାରି ଦିଅନ୍ତୁ । ଧନ୍ଯବାଦ । ଏବଂ ଦୟାକରି ଇନ୍ଫୋବକ୍ସକୁ ଆଣି ଆସନ୍ତୁ। Anos Vordigoad (ମୋ ଆଲୋଚନା) ୦୮:୨୪, ୨୫ ଅକ୍ଟୋବର ୨୦୨୦ (IST)Reply

@Anos Vordigoad:
  • ଇନଫୋବକ୍ସଟି ଇଂରାଜୀରୁ କପି କରିହେବ କିନ୍ତୁ ଆପଣ ନୂଆ ଉଇକିଆଳି ହୋଇଥିବାରୁ ଆଉ ସେ ପୃଷ୍ଠାଟି କିଳାଯାଇଥିବାରୁ ସମ୍ପାଦନା କରିପାରିବେ ନାହିଁ । ଲଗ ଇନ ନ କରି ମଧ୍ୟ ଭିତରେ ଥିବା ଲେଖା କୋଡ଼ ସହ ଦେଖିପାରିବେ ଓ କପିକରିପାରିବେ ବୋଲି ସେଠି ଲେଖାଯାଇଛି । ତଥାପି ମୁଁ ଇନଫୋବକ୍ସଟି କପି କରି ଏ ପୃଷ୍ଠାରେ ରଖିଦେଇଛି ଆଉ ଅଧା ଅନୁବାଦ ମଧ୍ୟ କରିଦେଇଛି ।
  • ଓଡ଼ିଆରେ "ଫୁଟିବା" ଶବ୍ଦ "ପାଣି ଫୁଟିବା" ଆଉ "ଫୁଲ ଫୁଟିବା" ଆଉ ଅନେକ ପ୍ରକାରେ ବ୍ୟବହୃତ । ସେ କାରଣରୁ ଦ୍ୱନ୍ଦ ଉପୁଜୁଛି କହି ପାଣି ଆଉ ଫୁଲ ପାଇଁ ଅଲଗା ଅଲଗା କ୍ରିୟାପଦ ବ୍ୟବହାର କରାଯାଇନାହିଁ । କାରଣ contextual use ବୋଲି ଗୋଟେ ଜିନିଷ ଅଛି । "ଗଛରେ ସାର ଦେବା" ଆଉ "ସାରଙ୍କ ପାଇଁ ଗୁରୁଦିବସରେ କଣ ଆଣିବା?" ଦୁଇଟି ବାକ୍ୟରେ "ସାର" ଶବ୍ଦର ଅର୍ଥ ଯେ ଭିନ୍ନ ଏହା ପାଠକ ପଢ଼ିଲା ମାତ୍ରେ ବୁଝିପାରିବ । କେଉଁଠି ପ୍ରଶଂସା ପାଇଁ ତାରିଫ ଲେଖାଯାଇଛି ଆଉ କେଉଁଠି ଅନ୍ୟ ଅର୍ଥରେ ତାରିଫ ଲେଖାଯାଇଛି ତାହା ସେମିତି ପାଠକ ସ୍ଥାନ, କାଳ, ପାତ୍ର ଦେଖି ବୁଝିପାରିବ । ନିହାତି ଦ୍ୱନ୍ଦ ଉପୁଜିଲେ ବନ୍ଧନୀ ଭିତରେ ଅର୍ଥ ଏବଂ ତା' ମଧ୍ୟ ଯଥେଷ୍ଟ ନହେଲେ ଆରବୀ ମୂଳ ଶବ୍ଦ ଓ ତାର ଓଡ଼ିଆ ଅର୍ଥ ଲେଖାଯାଇପାରେ । ଉପରେ ଲେଖିଛି । ନୂଆ ଶବ୍ଦାବଳୀ ସୃଷ୍ଟି କରିବାର ସ୍ଥାନ ଉଇକିପିଡ଼ିଆ ନୁହେଁ । ଯାହା ବହୁ ପ୍ରଚଳିତ ତା' ଭିତରୁ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ମାନକସ୍ଥାନୀୟ ପ୍ରକାଶନରେ ବ୍ୟବହାର ହେଉଥିବା ଶବ୍ଦ କେବଳ ଉଇକିପିଡ଼ିଆରେ ବ୍ୟବହାର କରାଯିବ
  • ଆଉଥରେ ଅନୁରୋଧ କରୁଛି "ଆଲ୍ଲା" କି "ଯୀଶୁ" ଭଳି ଓଡ଼ିଆକରଣ ହୋଇଥିବା ଶବ୍ଦକୁ ବଦଳାଇ "ଈଶ୍ୱର" ନ କରିବା ପାଇଁ । ଏକା କାରଣ । ବହୁ ପ୍ରଚଳିତ ଶବ୍ଦ । ପୁଣି "ଅଲ୍ଲାଃ" କି "ଆଲୀ" ଭଳି ନୂଆ ବନାନର ବ୍ୟବହାର ଅନାବଶ୍ୟକ । ମୂଳ ଉଚ୍ଚାରଣ କି ବନାନ ଯାହା ହେଉ ପଛେ ଓଡ଼ିଆରେ "ଆଲ୍ଲା", "ଅଲୀ" ବହୁପ୍ରଚଳିତ । ତା'ଛଡ଼ା ଈଶ୍ୱର ସାମଗ୍ରୀକ ଭାବେ ଏକ ହିନ୍ଦୁଧର୍ମ ପାଇଁ ବିଶେଷ ଭାବେ ବ୍ୟବହାର କରାଯାଉଥିବା ଶବ୍ଦ । ଉଇକିପିଡ଼ିଆରେ ଯାହା ଯେମିତି ଅଛି ତାକୁ ସେମିତି ଲେଖାଯାଏ । euphemism ବା ସମାନାର୍ଥକ ଶବ୍ଦ ବ୍ୟବହାର କରାଯାଏ ନାହିଁ କିମ୍ବା ନାମବାଚକ ଶବ୍ଦ ଅନୁବାଦ କରାଯାଏ ନାହିଁ । କୃଷ୍ଣ, ବିଷ୍ଣୁ, ଯୀଶୁ, ନାନକ, ଆଲ୍ଲା ଏସବୁ ନାମବାଚକ ଓ ଅନୁବାଦ କରାଯିବ ନାହିଁ । ତେଣୁ ଦୟାକରି ମୋର ଅନୁରୋଧ ବାରମ୍ବାର "ଆଲ୍ଲା" ବଦଳରେ "ଈଶ୍ୱର" ନ ଲେଖବା ପାଇଁ । ଉପରେ ଦ୍ୱନ୍ଦ କଥା ଉଲ୍ଲେଖ କରିଥିବାରୁ ଉଦାହରଣଟେ ଦେବି । ଏକ ଗୀତର ପଙ୍‌କ୍ତି ଥିଲା "ଈଶ୍ୱର ଆଲ୍ଲା ତେରୋ ନାମ" । ତାକୁ କଣ ବଦଳାଇ "ଈଶ୍ୱର ଈଶ୍ୱର ତେରୋ ନାମ" କରାଯିବ କି?

--ସୁଭ (ଆଳାପ) ୧୦:୦୩, ୨୫ ଅକ୍ଟୋବର ୨୦୨୦ (IST)Reply

Return to "ମୁସଲମାନ" page.