ଆଲୋଚନା:ଧନେଶ୍ୱର ମହାପାତ୍ର

ଧନେଶ୍ଵର ମହାପାତ୍ରଙ୍କ ଜନ୍ମଦିନକୁ ନେଇ ଦ୍ଵନ୍ଦ । ପ୍ରମେୟ ୧୦/୦୭/୨୦୧୪ ପୃଷ୍ଠା ୧୯ରେ ଧନେଶ୍ଵର ମହାପାତ୍ରଙ୍କ ଜନ୍ମଦିନ ୦୫/୦୯/୧୯୩୧ ଲେଖିଥିଲା ବେଳେ, ଧରିତ୍ରୀ ୦୬/୦୮/୨୦୧୪ ପୃଷ୍ଠା ୧୦ରେ ଲେଖିଛି ୦୫/୦୮/୧୯୩୨ । କେଉଁ ଜନ୍ମଦିନଟି ଠିକ ହେବ !

ଠିକ ଜନ୍ମଦିନ କେହି ଜାଣିଥିଲେ ଲେଖିବେ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୧୬, ୬ ଅଗଷ୍ଟ ୨୦୧୪ (UTC)

ସାଧାରଣତଃ ବହିରେ ଲେଖାଥିବା ତଥ୍ୟ ଅଧିକ ଭରସାଯୋଗ୍ୟ ଭାବେ ଗ୍ରହଣ କରାଯାଏ ତେଣୁ ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ WHO'S WHO OF INDIAN WRITERS 1999, End Century Edition, Vol.1 (A-M )ର ୬୮୯ ପୃଷ୍ଠାରେ ଲିଖିତ ୫ ଅଗଷ୍ଟ ୧୯୩୨ କୁ ଧନେଶ୍ଵର ମହାପାତ୍ରଙ୍କ ଜନ୍ମଦିନ ଭାବେ ଲେଖିଲେ ଠିକ ହେବ ଭାବୁଛି । ଏହା ମଧ୍ୟ ଧରିତ୍ରୀରେ ଲିଖିତ ୫ ଅଗଷ୍ଟ ୧୯୩୨ ସହ ମେଳ ହେଉଛି ।
ତେବେ ବହିରେ ମଧ୍ୟ ବେଳେ ବେଳେ ଭୁଲ ଲେଖାଯାଇଥାଏ/ ମୁଦ୍ରଣ ହେଇଥାଏ !
ଠିକ ଏହିଭଳି ଜନ୍ମଦିନ ସମ୍ବନ୍ଧୀୟ ଦ୍ଵନ୍ଦ ସତ୍ୟନାରାୟଣ ରାଜଗୁରୁ ପ୍ରସଙ୍ଗ ଲେଖିବା ସମୟରେ ଆସିଥିଲା ।
  • ସତ୍ୟନାରାୟଣ ରାଜଗୁରୁଙ୍କ ଲିଖିତ ଓଡ଼ିଶାର ଇତିହାସ (ପ୍ରଥମ ମୁଦ୍ରଣ: ଅଗଷ୍ଟ ୧୯୮୫, ପୁନର୍ମୁଦ୍ରଣ: ୨୦୧୨) ବହିରେ ଲେଖକଙ୍କ ସଂକ୍ଷିପ୍ତ ପରିଚୟରେ ଲେଖା ଅଛି: ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୯୦୩ ମସିହା ସେପ୍ଟେମ୍ବର ୯ ତାରିଖ (ଭାଦ୍ରମାସ କୃଷ୍ଣ ଏକାଦଶୀ, ବୁଧବାର) ଦିନ ପାରଳାଖେମୁଣ୍ଡିଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପ୍ରକୃତରେ ୧୯୦୩ ମସିହା ସେପ୍ଟେମ୍ବର ୯ ତାରିଖ ଆଶ୍ଵିନ କୃଷ୍ଣ ଦ୍ଵିତୀୟା ଥିଲା ।
  • ସୀତାକାନ୍ତ ରାଜଗୁରୁ (ସତ୍ୟନାରାୟଣ ରାଜଗୁରୁଙ୍କ ପୁତ୍ର) Orissa Review, April 2010, Page-58ରେ ଲେଖିଛନ୍ତି: My father was born on 19th of August in 1903 in the Rajguru clan of the Ganga dynasty in Parlakhemundi. . It was a 10'0 clock in the morning of Kalia dalan Ekadashi Wednesday, to be precise. ପ୍ରକୃତରେ ୧୯୦୩ ମସିହା ଅଗଷ୍ଟ ୧୯ ତାରିଖ ଭାଦ୍ରବ କୃଷ୍ଣ ଏକାଦଶୀ (କାଳୀୟଦଳନ ଏକାଦଶୀ) ବୁଧବାର ଥିଲା ।
ସେତେବେଳେ ତଥ୍ୟଗତ ପ୍ରମାଣକୁ ଦୃଷ୍ଟିରେ ରଖି ୧୯ ଅଗଷ୍ଟକୁ ପ୍ରସଙ୍ଗରେ ଲେଖିବା ଠିକହେବ ବୋଲି ସ୍ଥିର କରିଥିଲି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୨୫, ୧୮ ସେପ୍ଟେମ୍ବର ୨୦୧୪ (UTC)
Return to "ଧନେଶ୍ୱର ମହାପାତ୍ର" page.