ଆଲୋଚନା:ଜଗନ୍ନାଥଙ୍କ ସେବକ

ନାମ ବଦଳ ("ଜଗନ୍ନାଥଙ୍କ ସେବକ" -> "ଛତିଶା ନିଯୋଗ") ସମ୍ପାଦନା

ଛତିଶା ନିଯୋଗ ଏକ ପାରମ୍ପାରିକ ଓ ଅଧିକ ଜଣା ତଥା ମୂଳ ନାମ । ତେଣୁ ଏହାକୁ ବଦଳାଇ ଜଗନ୍ନାଥଙ୍କ ସେବକ ଲେଖିବାର ଆବଶ୍ୟକତା ଅନୁଭବ କରୁନାହିଁ । ଅଧିକନ୍ତୁ ଅନେକ କାଳ ବ୍ୟବହୃତ ଓ ଦେଉଳ ସମ୍ବନ୍ଧିତ ସବୁ ନଥିରେ ଏହାର ଉଲ୍ଲେଖ ରହିଛି । ଏଣୁ ମୂଳ ପୃଷ୍ଠା ଛତିଶା ନିଯୋଗ ରଖି "ଜଗନ୍ନାଥଙ୍କ ସେବକ" ବନ୍ଧନୀ ଭିତରେ ରଖିବାକୁ ଅନୁରୋଧ । cc MKar. --ସୁଭାସିସ ପାଣିଗାହି (ଆଳାପ) ୦୬:୩୭, ୧୬ ଅଗଷ୍ଟ ୨୦୧୫ (UTC)

ମୁଁ ପ୍ରଥମେ ଏ ବାବଦରେ ଭାବିଥିଲି କିନ୍ତୁ ନିମ୍ନଲିଖିତ କାରଣ ଯୋଗୁଁ ବଦଳାଇ ନଥିଲି ।
ଏହି ପ୍ରସଙ୍ଗଟି ସମସ୍ତ ପ୍ରକାରର (ଶତାଧିକ) ସେବକଙ୍କ ବାବଦରେ ଲେଖାଯାଇଥିବାରୁ ଏଥିରେ ପ୍ରାୟ ୨୫୦ ପ୍ରକାର ସେବାୟତଙ୍କର ବିବରଣୀ ରହିବ ତେଣୁ 'ଛତିଶା ନିଯୋଗ' ନାମଟି ଭ୍ରମାତ୍ମକ ମନେହେଲା ।
ମୂଳ ଛତିଶା ନିଯୋଗ ବାବଦରେ ଯଥେଷ୍ଟ ତଥ୍ୟ ନଥିଲା/ ନାହିଁ ।
ଛତିଶା ନିଯୋଗମଧ୍ୟରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସେବକ 'ଗଜପତି ମହାରାଜା' ଓ ଏବେକାର ସମୟରେ ନିହାତି ଦରକାରୀ ସେବା ଦାୟିତ୍ଵ ନିର୍ବାହ କରୁଥିବ 'ମହାଜନ ସେବକ'ଙ୍କ ଭଳି ଅନେକ ସେବକ ଅନ୍ତର୍ଭୁକ୍ତ ନୁହନ୍ତି ।
ତେବେ କାହାର କିଛି ଆପତ୍ତି ନଥିଲେ ୨୩ ଅଗଷ୍ଟ ପରେ ଯେକୌଣସି ସମୟରେ ଏହାକୁ ଘୁଞ୍ଚାଇ ଦିଆଯାଇ ପାରିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୪୪, ୧୭ ଅଗଷ୍ଟ ୨୦୧୫ (UTC)
  • ମୁଁ ମଧ୍ୟ ମୃତ୍ୟୁଞ୍ଜୟ ଭାଇଙ୍କ ସହ ଏକମତ। ଏହି ପ୍ରସଙ୍ଗରେ ସମସ୍ତ ପ୍ରକାରର ସେବକଙ୍କ ବାବଦରେ ଲେଖା ଅଛି,ଛତିଶା ନିଯୋଗ ବାବଦରେ ଅଧିକ ତଥ୍ୟ ନାହିଁ। ତେଣୁ ଜଗନ୍ନାଥଙ୍କ ସେବକ ଠିକ ହେବ ଓ ଏଠାରେ ସବୁ ସେବକଙ୍କ ଅଧିକ ତଥ୍ୟ ଯୋଡି ହେବ। --ଆଦିତ୍ୟ ମହାର (ଆଲୋଚନା) ୦୮:୨୩, ୧୮ ଅଗଷ୍ଟ ୨୦୧୫ (UTC)

ନାମ ବଦଳ "ଜଗନ୍ନାଥଙ୍କ ସେବକ" -> "ଜଗନ୍ନାଥ ମନ୍ଦିର ସେବକ" ସମ୍ପାଦନା

ମୋ ମତରେ ନାମ 'ଜଗନ୍ନାଥ ମନ୍ଦିର ସେବକ' ରହିଲେ ଭଲ ହେବ । କାରଣ ଏହା କେବଳ ଜଗନ୍ନାଥଙ୍କ ସହ ଜଡ଼ିତ ନୁହେଁ ।--ଶିତିକଣ୍ଠ (ଆଲୋଚନା) ୧୪:୫୨, ୬ ସେପ୍ଟେମ୍ବର ୨୦୧୫ (UTC)

  • ମୋର ସମର୍ଥନ ଜଗନ୍ନାଥ ମନ୍ଦିର ନଲେଖି ଏହାକୁ ଶ୍ରୀମନ୍ଦିର ସେବକ ରଖିଲେ ଭଲ ହୁଅନ୍ତା । ଜଗନ୍ନାଥ ମନ୍ଦିର ଅନେକ ହେଲେ ଶ୍ରୀମନ୍ଦିର ଗୋଟିଏକୁ ବୁଝାଉଛି ।

ଏହି ପୃଷ୍ଠାକୁ ଭାଙ୍ଗି ଛତିଶା ନିଯୋଗ (କୁ ଅଲଗା) ଏବଂ ଶ୍ରୀମନ୍ଦିର ସେବକ (ରେ ସବୁ ସଂକ୍ଷିପ୍ତରେ) ରଖିଲେ ଭଲ ହୁଅନ୍ତା । -- ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୦୪, ୬ ସେପ୍ଟେମ୍ବର ୨୦୧୫ (UTC)

 N ହେଇନି ଉପରେ ଲେଖିଥିବା ଭଳି ମୂଳ ଛତିଶା ନିଯୋଗ ବାବଦରେ ଯଥେଷ୍ଟ ତଥ୍ୟ/ ଆଧାର ଏପର୍ଯ୍ୟନ୍ତ ନାହିଁ । ତେଣୁ ଅଳ୍ପ କିଛି ଲେଖା ଓ କେବଳ ଗୋଟିଏ ଆଧାରକୁ ନେଇ ଏହାକୁ ଏକ ସ୍ଵତନ୍ତ୍ର ପ୍ରସଙ୍ଗ କରିବା ଠିକ ହେବନି । ତେଣୁ ବର୍ତ୍ତମାନ ନିମନ୍ତେ କରାଯାଉ ନାହିଁ ।
  Done ଦ୍ଵିତୀୟ ପ୍ରସ୍ତାବ ଅନୁସାରେ ପ୍ରସଙ୍ଗର ନାମ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୧୦, ୧୩ ସେପ୍ଟେମ୍ବର ୨୦୧୫ (UTC)
  • ପ୍ରସଙ୍ଗ ଅନ୍ତର୍ଗତ ତାଲିକା ଅନୁସାରେ ସମସ୍ତଙ୍କୁ ଜଗନ୍ନାଥଙ୍କ ସେବକ କହିପାରିବା ହେଲେ ଶ୍ରୀମନ୍ଦିର ସେବକ ନୁହେଁ । ଉଦାହରଣ : ,ଗଜପତି, ମୁଦିରଥ ତଥା ରଥଯାତ୍ରା, ଚନ୍ଦନ ଯାତ୍ରା, ଦୋଳବେଦୀ ଆଦିରେ ସେବା କରୁ ଥିବା ଅଧିକାଂଶ ସେବକଙ୍କର ଶ୍ରୀମନ୍ଦିର ସହିତ ସଂମ୍ପର୍କ ନାହିଁ ହେଲେ ମଧ୍ୟ ସେମାନେ ଜଗନ୍ନାଥଙ୍କ ସେବକ । ତେଣୁ ପ୍ରସଙ୍ଗର ନାମ ଜଗନ୍ନାଥଙ୍କ ସେବକ ହିଁ ଠିକ ଥିଲା । --ଆଦିତ୍ୟ ମହାର (ଆଲୋଚନା) ୦୬:୦୪, ୨୫ ସେପ୍ଟେମ୍ବର ୨୦୧୫ (UTC)
Return to "ଜଗନ୍ନାଥଙ୍କ ସେବକ" page.