ଆନନ୍ଦ ଶଙ୍କର ଜୟନ୍ତ

ନର୍ତ୍ତକୀ, କୋରିଓଗ୍ରାଫର

ଆନନ୍ଦ ଶଙ୍କର ଜୟନ୍ତ (ଇଂରାଜୀ ଭାଷାରେ Ananda Shankar Jayant) ଜଣେ ଭାରତରେ ଜନ୍ମିତ ଶାସ୍ତ୍ରୀୟ ନୃତ୍ୟର ନର୍ତ୍ତକୀ, ନୃତ୍ୟ ନିର୍ଦ୍ଦେଶିକା, ପଣ୍ଡିତ ଓ ବୁରୋକ୍ରାଟ ଅଟନ୍ତି ଓ ଭାରତନାଟ୍ୟମ ତ‌ଥା କୁଚିପୁଡ଼ି ନୃତ୍ୟରେ ତାଙ୍କର ପ୍ରବୀଣତା ନିମନ୍ତେ ଜଣାଶୁଣା ଅଛନ୍ତି ।[୨] ଭାରତୀୟ ରେଲ‌ୱେ ଟ୍ରାଫିକ ସର୍ଭିସରେ (Indian Railway Traffic Service) ସେ ପ୍ରଥମ ମହିଳା ଭାବରେ ଯୋଗ ଦେଇଥିଲେ ।[୩] ତାଙ୍କର କର୍କଟ ରୋଗ ଉପରେ ଟେଡ ବାର୍ତ୍ତା (TED talk) ସବୁଠାରୁ ଭଲ ୧୨ଟି ବାର୍ତ୍ତାର ଚିଠାରେ ଲିପିବଦ୍ଧ ଅଛି ।[୪] ତାମିଲନାଡ଼ୁ ସରକାରଙ୍କଠାରୁ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କଲାଇମଣି ପୁରସ୍କାର ଓ ଆନ୍ଧ୍ର ସରକାରଙ୍କଠାରୁ କଳା ରତ୍ନ ଉପାଧି ପାଇଛନ୍ତି । ସନ ୨୦୦୭ରେ ଭାରତ ସରକାର ଆନନ୍ଦଙ୍କର କଳା ଅବଦାନ ନିମନ୍ତେ ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ପଦ୍ମଶ୍ରୀ ସମ୍ମାନ ଦେଇଛନ୍ତି । [୫]

ଆନନ୍ଦ ଶଙ୍କର ଜୟନ୍ତ
Born1961 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । [note ୧]
ତିରୁନେଲଭେଲି ଜିଲ୍ଲା (Tirunelveli district), ତାମିଲନାଡ଼ୁ of Tamil Nadu, India
Occupation(s)ଶାସ୍ତ୍ରୀୟ ନର୍ତ୍ତକୀ
ନୃତ୍ୟା ନିର୍ଦ୍ଦେଶିକା
Years active୧୯୭୨ରୁ ଅଦ୍ୟାବଧି
Known forଭାରତନାଟ୍ୟମ Bharatanatyam
କୁଚିପୁଡ଼ି Kuchipudi
Spouseଜୟନ୍ତ
Parent(s)ଜି. ଏସ. ଶଙ୍କର
ଶୁଭାସିନି ଶଙ୍କର
Awardsପଦ୍ମଶ୍ରୀ
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
କଳା ରତ୍ନ ପୁରସ୍କାର
ନୃତ୍ୟ ଚୁଡ଼ାମଣି
କଳାଇମଣୀ ପୁରସ୍କାର
ନାଟ୍ୟ ଇଲ୍ଲାବରସି
ନୃତ୍ୟ ଚୁଡ଼ାମଣି
ନୃତ୍ୟ କଳାସାଗର
ନାଟ୍ୟ କଳାସାଗର
ଗୁରୁ ଦେବପ୍ରସାଦ ପୁରସ୍କାର
ଇଣ୍ଡିଆନ ଏକ୍ସପ୍ରେସ ଦେବୀ ପୁରସ୍କାର
ଆଇଆନ୍ସ ୟୁନିଭରସିଟି ନୃତ୍ୟ ସରସ୍ୱତୀ
ବିଦ୍ୟା ରପସ୍ୱୀ ପୁରସ୍କାର
Websiteanandashankarjayant.com

ଜୀବନୀ ସମ୍ପାଦନା

ତାମିଲନାଡ଼ୁର ତିରୁନେଲଭେଲି ଜିଲ୍ଲାର ଏକ ବ୍ରାହ୍ମଣ ପରିବାରରେ ଭାରତୀୟ ରେଲ‌ୱେରେ କାମ କରୁଥିବା ଜି ଏସ ଶଙ୍କର ଓ ସ୍କୁଲ ଶିକ୍ଷୟିତ୍ରୀ ତ‌ଥା ସଙ୍ଗୀତଜ୍ଞ ସୁଭାସିନୀଙ୍କ ଔରଷରୁ ଆନନ୍ଦ ଜନ୍ମ ଗ୍ରହଣ କରିଥିଲେ ଓ ହାଇଦରାବାଦରେ ବଢ଼ିଥିଲେ ଓ ପରେ ସିକନ୍ଦରାବାଦରେ ଥିବା ସେଣ୍ଟ ଆନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । [୬] ଶାରଦା କେଶବ ରାଓଙ୍କଠାରୁ ସେ ମାତ୍ର ଚାରି ବର୍ଷ ବୟସରୁ ଶାସ୍ତ୍ରୀୟ ନୃତ୍ୟା ଶିକ୍ଷା ଲାଭ କରିବାକୁ ଆରମ୍ଭ କରିବା ପରେ କେ ଏନ ପକ୍କିରିସ୍ୱାମୀ ପିଲ୍ଲାଇଙ୍କଠାରୁ ଶିଖିଥିଲେ ଓ ଏଗାର ବର୍ଷ ବୟସରେ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ କଳକ୍ଷେତ୍ରରେ ଯୋଗଦାନ କରି ପଦ୍ମ ବାଳଗୋପାଳ ତ‌ଥା ଶାରଦା ହଫମ୍ୟାନ ଓ କୃଷ୍ଣବେନୀ ଲକ୍ଷ୍ମଣଙ୍କଠାରୁ ଭାରତନାଟ୍ୟମ ଶିକ୍ଷାଲାଭ କରିଥିଲେ । ଛଅ ବର୍ଷ ମଧ୍ୟରେ ସେ ଭାରତନାଟ୍ୟମ, କର୍ଣ୍ଣାଟକୀ ସଙ୍ଗୀତ, ବୀଣା, ନୃତ୍ୟ ଥିଓରୀ ଓ ଫିଲୋସୋଫି ବିଦ୍ୟା ଶିକ୍ଷାଲାବ କରିଥିଲେ । ସତର ବର୍ଷ ପରେ ସେ ହାଇଦରାବାଦ ଫେରି ଶଙ୍କରାନନ୍ଦ କଳାକେନ୍ଦ୍ର ନୃତ୍ୟ ସ୍କୁଲ ଖୋଲିଥିଲେ ଯେଉଁଥିରେ ପ୍ରଥମେ ମାତ୍ର ୮ ଜଣ ବିଦ୍ୟାର୍ଥୀ ଥିଲେ ଓ ପରେ ବୃଦ୍ଧି ପାଇ ଏହ ନୃତ୍ୟ ଏକାଡେମୀରେ ପରିଣତ ହୋଇଛି ଯେଉଁଥିରେ ପାର୍ଥ ଘୋଷ, ମୃଣାଳିନୀ ଚୁନ୍ଦୁରି, ସତିରଜୁ ବେଣୁମାଧବ ଓ ଡୋଲାନ ବାନର୍ଜୀ ଭଳି କଳାକାର ସ‌ହ‌ଯୋଗ କରିଛନ୍ତି । [୭] ହାଇଦରାବାଦରେ ସେ ପଶୁମାର୍ଥି ରାମଲିଙ୍ଗମ ଶାସ୍ତ୍ରୀଙ୍କଠାରୁ କୁଚିପୁଡ଼ି ନୃତ୍ୟ ମଧ୍ୟ ଶିଖିଥିଲେ । [୮] ଏହା ସାଥିରେ ସେ ଭାରତୀୟ ଇତିହାସ ଓ ସଂସ୍କୃତି ବିଷୟରେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ମାସ୍ଟର ଡିଗ୍ରୀ ହାସଲ କରି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ରେଲ‌ୱେ ଟ୍ରାଫିକ ସର୍ଭିସରେ ପ୍ରଥମ ମହିଳା ଭାବରେ ସାଉଥ ସେଣ୍ଟ୍ରାଲ ରେଲ‌ୱେରେ ଯୋଗଦାନ କରିଥିଲେ । [୯] ରେଲ‌ୱେରେ ଚାକିରୀ କରିବା ସାଥିରେ ସେ ୟୁନିଭରସିଟି ଗ୍ରାଣ୍ଟସ କମିଶନରୁ ଗବେଷଣା ସ୍କଲାରସିପ ପାଇ ସେ କଳା ଇତିହାସରେ ଏମଫିଲ ଡିଗ୍ରୀ ହାସଲ କରିଥିଲେ ଓ ଟୁରିଜିମ ଉପରେ ଗବେଷଣା କରି ପିଏଚଡି ପାଇଥିଲେ ଯେଉଁଥିରେ 'ଟୁରିଜିମ ବୃଦ୍ଧିରେ ଭାରତୀୟ ରେଲ‌ୱେର ଅବଦାନ' ଥେସିସ ଲେଖିଥିଲେ ।[୮]

ଆଧାର ସମ୍ପାଦନା

  1. "A life in 'mudra'". Live Mint. 26 August 2015. Retrieved 25 August 2016.
  2. "Ananda Shankar Jayant: She who danced her way through cancer and conquered it". India Today. 3 November 2015. Retrieved 25 August 2016.
  3. "Ananda Shankar Jayant : The First Lady IRTS Officer of South Central Railway, Indian Railways" (PDF). Delhi University. 2015. Retrieved 24 August 2016.
  4. "12 Incredible TED Talks on Cancer". Masters in Healthcare. 2016. Retrieved 25 August 2016.
  5. "Padma Awards" (PDF). Ministry of Home Affairs, Government of India. 2013. Archived from the original (PDF) on 15 November 2014. Retrieved 20 August 2016.
  6. "Padmashri Ananda Shankar Jayant – Part 1". August 20, 2011. Coffee with Sundar. Retrieved 25 August 2016.
  7. "Shankarananda Kalakshetra presents Kavyanjali". Narthaki. 23 August 2016. Archived from the original on 20 December 2016. Retrieved 25 August 2016.
  8. ୮.୦ ୮.୧ Lalitha Venkat (23 November 2006). "Dance - the essence of my life". Narthaki. Retrieved 25 August 2016.
  9. "The cancer conqueror". ReDiff. 1 June 2015. Retrieved 25 August 2016.
  1. 53 years old as of 2015[୧]