ଅଶୋକ କୁମାର ରଥ (ଜନ୍ମ ୨୪ ଜୁନ ୧୯୪୦) ଜଣେ ପ୍ରାଧ୍ୟାପକ, ଐତିହାସିକ, ଅଭିନେତା ଓ କ୍ରୀଡ଼ାବିତ୍ । ସେ ନିଜର ଗବେଷଣା ଗ୍ରନ୍ଥ ଜୈନଧର୍ମ ଓ ସଂସ୍କୃତି ପାଇଁ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଅଶୋକ କୁମାର ରଥ
ଜନ୍ମ ଓ ଜନ୍ମସ୍ଥାନ (1940-06-24) ୨୪ ଜୁନ ୧୯୪୦ (ବୟସ ୮୪)
ଆଙ୍କୁଶପୁର, ବ୍ରହ୍ମପୁର, ଗଞ୍ଜାମ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସମାଲୋଚନା ସାହିତ୍ୟ
ସାହିତ୍ୟ କୃତିଜୈନଧର୍ମ ଓ ସଂସ୍କୃତି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨
ଜୀବନସାଥୀଚାରୁଶୀଳା ରଥ
ପିତାମାତାଆଦିକନ୍ଦ ରଥ (ପିତା), ପଦ୍ମାବତୀ ରଥ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଅଶୋକ କୁମାର ରଥ ୧୯୪୦ ମସିହା ଜୁନ ମାସ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅନ୍ତର୍ଗତ ଆଙ୍କୁଶପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ରଥ ଓ ମା'ଙ୍କ ନାମ ପଦ୍ମାବତୀ ରଥ । ସେ ୧୯୫୪ରେ ମାଟ୍ରିକ, ୧୯୫୮ରେ ରେଭେନସାରୁ ସ୍ନାତକ ଓ ପ୍ରାଚୀନ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ବୃତ୍ତିଗତ ଜୀବନରେ ସେ ଅଧ୍ୟାପକ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗରେ (୧୯୬୦-୬୪) ଶିକ୍ଷାଦାନ ଆରମ୍ଭ କରିଥିଲେ । ପରେ ସେ ୧୯୬୨-୬୪ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷ (କ୍ୟୁରେଟର), ଅଧ୍ୟାପକ-ରେଭେନସା କଲେଜ, ଖଲ୍ଲିକୋଟ କଲେଜ, ଏସ୍ କେ ସି ଜି କଲେଜ-ପାରଳାଖେମୁଣ୍ଡି, ସରକାରୀ ପ୍ରାତଃ ମହାବିଦ୍ୟାଳୟ-ଫୁଲବାଣୀ, ସାରକାରୀ ବଜ୍ଞାନ ମହାବିଦ୍ୟାଳୟ-ଛତ୍ରପୁର, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ-ବ୍ରହ୍ମପୁର ଏବଂ କୁଳସଚିବ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦାୟିତ୍ୱ ସମ୍ପାଦନ କରିଥିଲେ । ଶେଷରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଭାବେ ୩୦ ଜୁନ୍ ୧୯୯୮ରେ ଅବସର ଗ୍ରହଣ କଲେ ।


ଜଣେ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍ ଭାବେ ସେ ଓଡ଼ିଶାର ବିଭିନ୍ନା ଜିଲ୍ଲା ଯଥା ନବରଙ୍ଗପୁର, ଅନୁଗୁଳ, ଗଞ୍ଜାମ ଏବଂ ପ୍ରତ୍ନତାତ୍ତ୍ୱିକ ଉତ୍ତରପ୍ରଦେଶର କୌଶାମ୍ବୀ ଅଞ୍ଚଳରେ ଉତଖନନ କରିବା ସହିତ ଐତିହାସିକ କେଦାରନାଥ ମହାପାତ୍ରଙ୍କ ସହଯୋଗୀ ଭାବେ ଭୁବନେଶ୍ୱରର ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ଶତ୍ରୁଘ୍ନେଶ୍ୱର ମନ୍ଦିରଗୁଡ଼ିକର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିଥିଲେ । ୧୯୬୦ରୁ ଏ ଅବଧି ତାଙ୍କର ଶତାଧିକ ପ୍ରବନ୍ଧ ଓ ଆଲୋଚନା ଝଙ୍କାର, ଡଗର, ପୌରୁଷ, ପୁଷ୍ପଗିରି, ସ୍ପନ୍ଦନ, ଦକ୍ଷିଣାବର୍ତ୍ତ, ମର୍ଦ୍ଦରାଜ ସ୍ମରଣିକା, ସମନ୍ୱୟ, ଦକ୍ଷିଣ ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶା ଇତିହାସ କଂଗ୍ରେସ ସ୍ମରଣିକା, ସମାଜ, ପ୍ରଜାତନ୍ତ୍ର, କଳିଙ୍ଗ ମାତୃଭୂମି। ସମ୍ବାଦ, ଉତ୍କଳ ପ୍ରସଙ୍ଗ ଆଦିରେ ପ୍ରକାଶିତ ।[][]

ରଚନାବଳୀ

ସମ୍ପାଦନା
  • ଅଭିନବ ପୃଥିବୀ ଇତିହାସ
  • ମାଧ୍ୟମିକ ଭାରତ ଇତିହାସ
  • ଅଭିନବ ଓଡ଼ିଶା ଇତିହାସ
  • ଜୈନଧର୍ମ ଓ ସଂସ୍କୃତି[]
  • ଦକ୍ଷିଣ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ବିଭବ ୧ମ ଭାଗ
  • ପ୍ରାଚୀନ ଭାରତ ଇତିହାସ
  • ଓଡ଼ିଶାର ରାଜନୈତିକ ଇତିବୃତ୍ତ
  • ଯୁଗେ ଯୁଗେ ଘୁମୁସର
  • ଗୌରବମୟ ବଡ଼ଖେମୁଣ୍ଡି
  • ଗଞ୍ଜାମର ସାଂସ୍କୃତିକ ବିଭବ

ଇଂରାଜୀ

ସମ୍ପାଦନା
  • Essential of General Studies
  • Studies on some aspects of the History and Culture of Orissa
  • History of India
  • Ancient India

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ୧୯୬୪ - ୧୫ଶ ବିଷୁବ ମିଳନରେ ପ୍ରବନ୍ଧ ରଚନା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପୁରସ୍କୃତ
  • ୧୯୯୦ - ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜୈନଧର୍ମ ଓ ସଂସ୍କୃତି ପାଇଁ
  • ୨୦୦୫ - ଓଡ଼ିଶା ଇତିହାସ କଂଗ୍ରେସ ଦ୍ୱାରା ସମ୍ମାନୀତ
  • ୨୦୦୬ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକାମ୍ର ସମ୍ମାନ
  • ୨୦୦୬ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ସମ୍ମାନ, ପାରଳାଖେମୁଣ୍ଡି
  • ୨୦୧୨ ଫଲଗୁ ସାହିତ୍ୟ ସମ୍ମାନ, ବ୍ରହ୍ମପୁର
  • ୨୦୧ ଫୁଲଚନ୍ଦଜୀ ଜନ୍ମଶତାବ୍ଦୀ ସମାରୋହ ରାଷ୍ଟ୍ରୀୟ ସମିତି, କଲିକତା ଓ ଦିଗମ୍ବର ଜୈନ ସମାଜ ସମ୍ମାନ, ଖଣ୍ଡଗିରି, ଭୁବନେଶ୍ୱର
  • ୨୦୧୬ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ଦ୍ୱାରା ପ୍ରଦତ୍ତ Eminent Person of South Odisha ସମ୍ମାନ
  • ୨୦୧୬ ଉତ୍କଳ ପାଠକ ସଂସଦ ସମ୍ମାନ
  1. http://odishasahityaakademi.org/English/sahitya-award6.php
  2. ରଥ, ଅଶୋକ କୁମାର (୨୦୧୮). ଗଞ୍ଜାମର ସାଂସ୍କୃତିକ ବିଭବ. ବ୍ରହ୍ମପୁର: ତାରାତାରିଣୀ ପୁସ୍ତକାଳୟ. pp. ୩୮୨-୮୭. ISBN 81-87135-71-9.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୧. ISBN 81-903352-1-9.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୦୧. ISBN 81-7400-331-2.