ଅର୍ଦ୍ଧ ସତ୍ୟ

୨୦୨୧ ଓଡ଼ିଆ କଥାଚିତ୍ର

ଅର୍ଦ୍ଧ ସତ୍ୟ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଅର୍ଦ୍ଧ ସତ୍ୟ
ନିର୍ଦ୍ଦେଶକଭରଦ୍ୱାଜ ପଣ୍ଡା
ପ୍ରଯୋଜକକୌଶିକ ଦାସ
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରହର ରଥ
ଶ୍ରଦ୍ଧା ପାଣିଗ୍ରାହୀ
ଚିତ୍ରଗ୍ରହଣମାତୃପ୍ରସାଦ ପରିଡ଼ା
ସମ୍ପାଦକମନିନ୍ଦର ପଟ୍ଟନାୟକ
ମାତୃପ୍ରସାଦ ପରିଡ଼ା
ମୁକ୍ତିଲାଭ ତାରିଖ
୮ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହର ରଥ ଓ ଶ୍ରଦ୍ଧା ପାଣିଗ୍ରାହୀ । ଆର୍.ଜେ.ଗୁଡ୍ଡି, କ୍ରିଷ୍ଣା ସୌରଭ, ଶୈଲେନ ରାଉତରାୟ, ରବିନ୍ଦ୍ରନାଥ ମିଶ୍ର, ବର୍ଷା ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

୮ ଅକ୍ଟୋବର ୨୦୨୧ରେ ରସୁଲଗଡ଼ସ୍ଥିତ ଏକ୍ସପ୍ଳାନେଡ ମଲ୍‍ର ସିନେପଲିସ୍‍ଠାରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନା କରାଯାଇଥିଲା ଯେଉଁଥିରେ ଅତିଥି ଭାବରେ ପ୍ରଶାନ୍ତ ନନ୍ଦଙ୍କ ସହିତ କଥାଚିତ୍ରଟିର କାର୍ଯ୍ୟ କରିଥିବା କଳାକାରମାନେ ଉପସ୍ଥିତ ଥିଲେ । ଏହି କଥାଚିତ୍ରଟି ଆଓ ନେକ୍‍ଷ୍ଟରେ ଦର୍ଶକ ପାଇଁ ଉପଲବ୍ଧ କରାଯାଇଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "Odia Movie 'Ardha Satya' To Stream On OTT Platform Soon". Odisha Bytes (in English). Bhubaneswar. 9 October 2021. Archived from the original on 24 November 2021. Retrieved 24 November 2021.{{cite news}}: CS1 maint: unrecognized language (link)
  2. ମିଶ୍ର, ସୌଭାଗ୍ୟ ରଞ୍ଜନ (9 October 2021). "ପାର୍ବଣକୁ ଅଧିକ ସ୍ପେଶାଲ କରିବ ଓଡ଼ିଆ ଚଳଚ୍ଚିତ୍ର 'ଅର୍ଦ୍ଧସତ୍ୟ'". Zee News. ଭୁବନେଶ୍ୱର: Zee ଓଡ଼ିଶା. Archived from the original on 9 October 2021. Retrieved 24 November 2021.

ବାହାର ଆଧାର ସମ୍ପାଦନା