ଅର୍ଜୁନ ଗଛ

(ଅର୍ଜ୍ଜୁନରୁ ଲେଉଟି ଆସିଛି)

ଅର୍ଜୁନ ଏକ ଦୃମ ଜାତୀୟ ଉଦ୍ଭିଦ। ଏହାର ଗଣ୍ଡି ଦେଖିବାକୁ ପିଜୁଳି ଗଛର ଗଣ୍ଡି ପରି କିନ୍ତୁ ଅଧିକ ମୋଟା। ପତ୍ର ଗୁଡ଼ିକ ମଧ୍ୟ ପିଜୁଳି ଗଛର ପତ୍ରାକୃତିର ହୋଇଥାଏ କିନ୍ତୁ ଆକାରରେ ବଡ଼ ହୋଇଥାଏ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ମାର୍ଚ୍ଚରୁ ଜୁନ ମଧ୍ୟରେ ଫୁଲ ଫୁଟେ ଓ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଫଳ ଫଳେ ।[୧][୨]

ଅର୍ଜୁନ
ଅର୍ଜୁନ ଫଳ
ଅର୍ଜୁନ ବୃକ୍ଷର ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Combretaceae
ପ୍ରଜାତି: Terminalia
ଜାତି: T. arjuna
ବାଇନୋମିଆଲ ନାମ
Terminalia arjuna
(Roxb.) Wight & Arn.

ବିବିଧ ଭାରତୀୟ ପ୍ରାଦେଶିକ ନାମ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ସଂସ୍କୃତ କୁଭ, ଧବଳ, ଅର୍ଜ୍ଜୁନ
ହିନ୍ଦୀ କୌହ
ତେଲୁଗୁ ମିରିଚମାଟି
ବଙ୍ଗଳା ଆରଜୁନ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

 
ଅର୍ଜୁନ ଗଛର ବକଳ ।

କଷାୟରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ବଳକାରକ । ମାତ୍ରା ଦୁଇଅଣାରୁ ଆଠ ଅଣା ପର୍ଯ୍ୟନ୍ତ ।

ବ୍ୟବହାର ସମ୍ପାଦନା

ମୁଖ୍ୟତ୍ୟ ଏହାର ଛେଲି ଔଷଧୀୟ କାମରେ ଲାଗେ । ଏହା ହୃଦୟ ରୋଗର ଏକ ପ୍ରମୁଖ ଔଷଧ। ଏହାଛଡା, କଫ, ପିତ୍ତ, ଶୋଥ, କ୍ଷତ, ବସ୍ତିରୋଗ, ପ୍ରମେହ, ଉପଦଂଶ, ରକ୍ତପିତ୍ତ, ରକ୍ତଦୋଷ ଓ ବ୍ରଣାଦିର ନିବାରକ । ଏହାର ଛେଲିର କ୍ୱାଥକୁ ଚିନି ସହିତ ସେବନ କଲେ ବିଷଦୋଷ ନିବାରିତ ହୁଏ । ଏହି କ୍ୱାଥ ସହିତ ମିଶ୍ରିଗୁଣ୍ଡା ମିଶାଇ ସେବନ କଲେ ରକ୍ତପିତ୍ତ ନିବାରିତ ହୁଏ। ଏହାର ଛେଲିର ଚୂର୍ଣ୍ଣକୁ ପ୍ରମେହ, ବହୁମୂତ୍ର ଆଦିରେ ବ୍ୟବହାର କରାଯାଏ। ଲୋଧ ସହିତ ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚମ ଉକୁଣୀ ନାଶ ହୁଅନ୍ତି । ଏହାର କ୍ୱାଥ ବା କଳ୍କ ସହିତ ଚିନି ମିଶାଇ ପ୍ରତ୍ୟହ ସେବନ କଲେ ହୃଦ୍ ରୋଗ, ରକ୍ତପିତ୍ତ ଓ ପ୍ରମେହ ଆଦି ଦୂର ହୁଏ । କ୍ଷୟ କାସ, ରାଜଯକ୍ଷ୍ମା ଆଦିରେ ଏହାର ଛେଲିଚୂର୍ଣ୍ଣକୁ ବାସଙ୍ଗ ପତ୍ର ରସ, ଗାଈ ଘିଅମହୁ ସହିତ ସେବନ କରାଯାଏ । ନୂତନ ଓ ପୁରାତନ ହୃଦୟରୋଗରେ ଅର୍ଜ୍ଜୁନ ଛେଲିକୁ ସିଝାଇ ତା ସହିତ ଗାଈଦୁଧ ଓ ପାଣି ମିଶାଇ ସେବନ କଲେ ଉପକାର ହୁଏ । ଏହାର ପତ୍ରରେ ଗାଈଘିଅ ଲଗାଇ ଯେ କୌଣସି ଘାଆ ଉପରେ ଲଗାଇଲେ, ତାହା ଶୁଖିଯାଏ । ଅର୍ଜୁନ ଗଛର ମୂଳର ଛେଲିକୁ ଦୁଧରେ ସିଝାଇ ସେହି ଦୁଧକୁ ପାନ କଲେ କ୍ଷୟକାସ ନିବାରିତ ହୁଏ ।

ଆଉରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Biswas, Moulisha; Biswas, Kaushik; Karan, Tarun K; Bhattacharya, Sanjib; Ghosh, Ashoke K; Haldar, Pallab K (2011). "Evaluation of analgesic and anti-inflammatory activities of Terminalia arjuna leaf". Journal of Phytology. 3 (1): 33–8. Archived from the original on 2012-04-02. Retrieved 2015-04-15.
  2. "Arjun Tree". Eco India.

ଅଧିକ ତଥ୍ୟ ସମ୍ପାଦନା

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ