ଅରବିନ୍ଦ ତ୍ରିବେଦୀ

ଭାରତୀୟ ଅଭିନେତା ଏବଂ ରାଜନୀତିଜ୍ଞ

ଅରବିନ୍ଦ ତ୍ରିବେଦୀ (୮ ନଭେମ୍ବର ୧୯୩୮ - ୬ ଅକ୍ଟୋବର ୨୦୨୧) ଜଣେ ଭାରତୀୟ ଅଭିନେତା ଥିଲେ । ସେ ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀଙ୍କ ସହ ଗୁଜରାଟୀ କଥାଚିତ୍ରରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ । ସେ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବା ପରେ ଘରେ ଘରେ ପରିଚିତ ହୋଇଥିଲେ ।[୧][୨] ସେ ଭାରତୀୟ ଜନତା ପାର୍ଟିର ପ୍ରାଥୀ ଭାବରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାକୁ ଗୁଜରାଟର ସବରକଣ୍ଠରୁ ନିର୍ବାଚିତ ହୋଇଥିଲେ ।

ଅରବିନ୍ଦ ତ୍ରିବେଦୀ
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୬
ପୂର୍ବ ଅଧିକାରୀମଗନଭାଇ ପଟେଲ
ପର ଅଧିକାରୀନିଶା ଚୌଧୁରୀ
ନିର୍ବାଚନ ମଣ୍ଡଳୀସବରକଣ୍ଠ, ଗୁଜରାଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-11-08)୮ ନଭେମ୍ବର ୧୯୩୮
ଇନ୍ଦୋର, ଇନ୍ଦୋର ରାଜ୍ୟ, ବ୍ରିଟିଶ ଭାରତ
(ଏବେର ମଧ୍ୟ ପ୍ରଦେଶ, ଭାରତ)
ମୃତ୍ୟୁ୬ ଅକ୍ଟୋବର ୨୦୨୧(2021-10-06) (ବୟସ ୮୨)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀନଳିନୀ ତ୍ରବେଦୀ
ସମ୍ପର୍କୀୟଉପେନ୍ଦ୍ର ତ୍ରିବେଦୀ (ଭାଇ)
ବୃତ୍ତିଅଭିନେତା
ରାଜନେତା

ଜୀବନୀ ସମ୍ପାଦନା

ଅରବିନ୍ଦ ତ୍ରିବେଦୀ ୮ ନଭେମ୍ବର ୧୯୩୮ରେ ଇନ୍ଦୋରଠାରେ (ବର୍ତ୍ତମାନ ମଧ୍ୟ ପ୍ରଦେଶରେ) ଜେଠାଲାଲ ତ୍ରିବେଦୀଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ସେ ବମ୍ବେ (ବର୍ତ୍ତମାନ ମୁମ୍ବାଇ)ସ୍ଥିତ ଭବନ କଲେଜରେ ଅଧ୍ୟୟନ କରିଥିଲେ । ସେ ୪ ଜୁନ ୧୯୬୬ରେ ନଳିନୀଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନି ଝିଅ ଥିଲେ ।[୩] ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ମଧ୍ୟ ଜଣେ ଗୁଜରାଟୀ ଚଳଚ୍ଚିତ୍ର ଅଭିନେତା ଥିଲେ।

ରାମାନନ୍ଦ ସାଗରଙ୍କଦ୍ୱାରା ପ୍ରସ୍ତୁତ ଦୂରଦର୍ଶନ ଧାରାବାହିକ ରାମାୟଣରେ ସେ ଲଙ୍କେଶ ରାବଣ ଭୂମିକାରେ ଅଭିନୟ କରିଥିଲେ, ଯାହାକି ତାଙ୍କର ଲୋକପ୍ରିୟତା ବଢ଼ାଇଥିଲା ।[୪] ସେ ଅନ୍ୟତମ ଲୋକପ୍ରିୟ ଦୂରଦର୍ଶନ ଧାରାବାହିକ ବିକ୍ରମ୍ ଔର୍ ବେତାଳରେ ମଧ୍ୟ ଅଭିନୟ କରିଥିଲେ । ସେ ଦେଶ୍ରେ ଜୋୟା ଦାଦା ପ୍ରଦେଶ ଜୋୟା ନାମକ ଏକ ଗୁଜରାଟୀ କଥାଚିତ୍ରରେ ଦାଦାଜୀ (ଜେଜେବାପା) ଭୂମିକାରେ ଅଭିନୟ କରିଥିଲେ, ଯାହାକି ଅନେକ ସଫଳତା ପାଇବା ସହିତ ଏବେ ବି ତାଙ୍କୁ ସ୍ମରଣୀୟ କରି ରଖିଛି ।

ସେ ହିନ୍ଦୀ ଏବଂ ଗୁଜରାଟୀ ଭାଷାରେ ପ୍ରାୟ ୩୦୦ରୁ ଉଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ସାମାଜିକ ଚେତନାଧର୍ମୀ ଚଳଚ୍ଚିତ୍ର ତଥା ପୌରାଣିକ କଥାଚିତ୍ରରେ କାମ କରିଛନ୍ତି ।[୪]

୨୦୦୨ ମସିହାରେ ସେ ସେଣ୍ଟାଲ୍ ବୋର୍ଡ଼ ଫର୍ ଫିଲ୍ମ ସାର୍ଟିଫିକେସନ୍‌ର (CBFC) ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।[୫] ଏହି ଅଧକ୍ଷ ପଦରେ ସେ ୨୦ ଜୁଲାଇ ୨୦୦୨ରୁ ୧୬ ଅକ୍ଟୋବର ୨୦୦୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୬]

ରାଜନୈତିକ ଜୀବନ ସମ୍ପାଦନା

୧୯୯୧ ମସିହାରେ ଅରବିନ୍ଦ ତ୍ରିବେଦୀ ଗୁଜରାଟ ରାଜ୍ୟର ସବରକଣ୍ଠ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭବାରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠି ସେ ୧୯୯୬ ମସିହାରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୪][୩]

ପୁରସ୍କାର ସମ୍ପାଦନା

ଗୁଜରାଟୀ ଚଳଚ୍ଚିତ୍ରରେ କାର୍ଯ୍ୟ କରି ସେ ୭ ଥର ଗୁଜରାଟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କରିଥିଲେ ।[୩]

ଅଭିନୀତ କଥାଚିତ୍ର/ଧାରାବାହିକ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ଟିପ୍ପଣୀ
୧୯୭୧ ପରାୟା ଧନ ହିନ୍ଦୀ
ଜେସାଲ୍ ତୋରାଲ୍ ଜେସାଲ୍ ଗୁଜରାଟୀ
୧୯୭୨ ଜଙ୍ଗଲ୍ ମେଁ ମଙ୍ଗଲ୍ ହିନ୍ଦୀ
୧୯୭୩ ଆଜ୍ କି ତାଜା ଖବର୍ ଇନ୍ସପେକ୍ଟର ହିନ୍ଦୀ
୧୯୭୪ କନ୍ୱରବାଇ ନୁ ମାମେରୁନ୍ ନରସିଂହ ମେହେଟ୍ଟା ଗୁଜରାଟୀ
ତ୍ରିମୂର୍ତ୍ତି ବଳରାମ ହିନ୍ଦୀ ମୁଖ୍ୟ ଖଳନାୟକ
ହୋଥଲ୍ ପଦ୍ମିନୀ ଗୁଜରାଟୀ
୧୯୭୫ ଜୋଗିଦାସ ଖୁମାନ ଗୁଜରାଟୀ
ଶେତଲ ନେ କାଣ୍ଟେ ଗୁଜରାଟୀ
୧୯୭୬ ସାଣ୍ଟୁ ରଙ୍ଗିଲି ଗୁଜରାଟୀ
୧୯୭୭ ପୈସା ବୋଲେ ଛେ ଗୁଜରାଟୀ
୧୯୭୮ ଭଗତ ଗୋରା କୁମ୍ଭାର ଗୁଜରାଟୀ
୧୯୭୯ ହମ୍ ତେରେ ଆଶିକ୍ ହେଁ ବଳରାମ ହିନ୍ଦୀ
୧୯୮୦ ମନିୟାରୋ ଗୁଜରାଟୀ
୧୯୮୨ ଧୋଲି ଗୁଜରାଟୀ
୧୯୮୫ ବୀର୍ ମଙ୍ଗଡ଼ାୱାଲୋ ଆରସି ଗୁଜରାଟୀ
୧୯୮୯ ସତୀ ତୋରଲ ଗୁଜରାଟୀ
ଦାଦା ନେ ବାହାଲି ଡିକ୍ରି ଗୁଜରାଟୀ
୧୯୯୮ ଦେଶ୍ରେ ଜୋୟା ଦାଦା ପ୍ରଦେଶ ଜୋୟା ଦାଦାଜୀ ଗୁଜରାଟୀ

ଦୂରଦର୍ଶନ ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଚ୍ୟାନେଲ୍ ଟିପ୍ପଣୀ
୧୯୮୫ ବିକ୍ରମ ବେତାଳ ଯୋଗୀ ଡିଡି ନ୍ୟାସ୍‌ନାଲ୍
୧୯୮୭ ରାମାୟଣ ରାବଣ, ବିଶ୍ରବା
୧୯୯୫ ବିଶ୍ୱାମିତ୍ର ସତ୍ୟବ୍ରତ, ତ୍ରିଶଙ୍କୁ

ମୃତ୍ୟୁ ସମ୍ପାଦନା

ସେ ୬ ଅକ୍ଟୋବର ୨୦୨୧ରେ ପ୍ରାୟ ୯:୩୦ ସମୟରେ ହୃଦଘାତରେ ପୀଡ଼ିତ ହୋଇ ତାଙ୍କର ମୁମ୍ବାଇସ୍ଥିତ କାନ୍ଦିବାଲି ବାସଭବନରେ ପ୍ରାଣ ହରାଇଥିଲେ । [୭][୮]

ଆଧାର ସମ୍ପାଦନା

  1. "Actor Arvind Trivedi, the Ravana in 'Ramayan', passes away; Modi pays tribute". The Economic Times. 6 October 2021. Retrieved 6 October 2021.
  2. "Behind the scenes: Dress designers to actors & deities". The Tribune. 20 April 2003. Retrieved 2 June 2013.
  3. ୩.୦ ୩.୧ ୩.୨ "Members Bioprofile". Loksabha. Retrieved 7 February 2020.{{cite web}}: CS1 maint: url-status (link)
  4. ୪.୦ ୪.୧ ୪.୨ "सांसद रह चुका है TV का ये 'रावण', 30 सालों में अब तक इतना बदला लुक". Dainik Bhaskar (in ହିନ୍ଦୀ). 11 October 2016. Retrieved 7 February 2020.
  5. "Trivedi takes over as acting chairman of Censor Board". The Times of India (in ଇଂରାଜୀ). 22 July 2002. Retrieved 7 February 2020.
  6. "List of five Central Board of Film Certification chiefs and their tenures Pahlaj Nihalani Leela Samson Sharmila Tagore Anupam Kher Arvind Trivedi". 12 August 2017.
  7. "Ramayan actor Arvind Trivedi passes away at 82; co-stars Dipika Chikhlia, Arun Govil and more offer condolences". Nirali Kanabar. Times Now. 6 October 2021. Retrieved 6 October 2021.
  8. "Arvind Trivedi, Ramayan's Raavan, dies of heart attack, Sunil Lahiri offers condolences". Hindustan Times (in ଇଂରାଜୀ). 2021-10-06. Retrieved 2021-10-06.

ବାହାର ଆଧାର ସମ୍ପାଦନା