ଅମିୟ କୁମାରୀ ପାଢ଼ୀ

ଓଡ଼ିଶା ହାଇକୋର୍ଟରେ ପ୍ରଥମ ମହିଳା ବିଚାରପତି

ଅମିୟ କୁମାରୀ ପାଢ଼ୀ (୧୫ ସେପ୍ଟେମ୍ବର ୧୯୩୩ - ୩୦ ଅପ୍ରେଲ ୨୦୧୨), ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ଥିଲେ ।[୧] ସେ ୧୯୭୭ ମସିହାରେ ଏହି ଭୂମିକା ତୁଲାଇଥିଲେ ।[୨][୩] ସେ ମଧ୍ୟ ଭାରତୀୟ ଜେନ୍ଦ୍ରୀୟ ନିରାପତା ଆକ୍ଟ୍ ଅନୁଯାୟୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ପ୍ରତିନିଧିତ୍ୱ କରିଥିଲେ ।

ମାନ୍ୟବର ବିଚାରପତି
ଅମିୟ କୁମାରୀ ପଢୀ
ବିଚାରପତି ଓଡ଼ିଶା ଉଚ୍ଚନ୍ୟାୟାଳୟ
In office
୧୮ ଅପ୍ରେଲ ୧୯୮୮ – ୧୪ ସେପ୍ଟେମ୍ବର ୧୯୯୫
Personal details
ଜନ୍ମ ୧୫ ସେପ୍ଟେମ୍ବର ୧୯୩୩(1933-09-15)
ଢେଙ୍କାନଳ
ମୃତ୍ୟୁ ୩୦ ଅପ୍ରେଲ ୨୦୧୨ (୭୮ ବର୍ଷ)
କଟକ
ନାଗରିକତା ଭାରତୀୟ
ଜାତୀୟତା  ଭାରତ
ବାପା/ମା' ବିଚାରପତି ଜୟକୃଷ୍ଣ ମିଶ୍ର (ବାପା), ପାର୍ବତୀ ମିଶ୍ର
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ୱେବସାଇଟ Odisha High Court Judges

ବିଷୟସୂଚୀ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

କେନ୍ଦୁଝର ଜିଲ୍ଲା ଗାଇଲୋ ଗ୍ରାମରେ ଗଡ଼ଜାତ ଶାସନରେ ୧୯୩୩ ମସିହା ସେପ୍ଟେମ୍ବର ୧୫ ତାରିଖରେ ଅମିୟ କୁମାରୀ ପାଢ଼ୀ ଜନ୍ମଗ୍ରହଣ କରିଥିଲେ । ଅମିୟଙ୍କ ପିତା ଜୟକୃଷ୍ଣ ମିଶ୍ର ବୃତ୍ତିରେ ବିଚାରପତି ଥିଲେ। ତାଙ୍କ ମାତାଙ୍କ ନାମ ପାର୍ବତୀ ମିଶ୍ର । ୧୯୪୨ ମସିହାେର ଯେତେବେଳେ ପ୍ରଜା ଅାନ୍ଦୋଳନ ହେଲା, ସେ ସମୟେର ବ୍ରିଟିଶ ସରକାର ନୟାଗଡ଼, ରେଢ଼ାଖୋଲ, ଅାଠଗଡ଼କୁ ରାଜନୈତିକ ପ୍ରତିନିଧି ତଥା ଦେଓ୍ଵାନ୍‌ କରି ଅମିୟଙ୍କ ପିତା ଜୟକୃଷ୍ଣଙ୍କୁ ପଠାଇଥିଲେ । ୧୯୪୮ ମସିହାରେ ସେ ଜିଲ୍ଲା ଜଜ୍ ଭାବେ ସମ୍ବଲପୁର ଜିଲ୍ଲାରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ଯୋଗ ଦେଇଥିଲେ ସେ । ଅମିୟଙ୍କ କକେଇ ଗତିକୃଷ୍ଣ ମିଶ୍ର ମଧ୍ୟ ଉଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ୧୯୬୨ ମସିହାେର ଭାବେ ଯୋଗ ଦେଇଥିଲେ।

ଶିକ୍ଷାସମ୍ପାଦନ କରନ୍ତୁ

ସେ ପ୍ରଥମେ ୧୯୪୦ ମସିହାରେ ପାଣିଓହଳା ପର୍ବତର ଅଗ୍ରଭାଗରେ ଅବସ୍ଥିତ ଢେଙ୍କାନାଳ ଉଚ୍ଚବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ । ୧୯୪୯ ମସିହାରେ ସେ ସମ୍ବଲପୁରରୁ ମାଟ୍ରିକ ପାଶ କଲେ । ୧୯୫୧ ମସିହାରେ ବ୍ରହ୍ମପୁରସ୍ଥିତ ଖଲିକୋଟ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ୧୯୫୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସେ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ।

ଚାକିରି ଜୀବନସମ୍ପାଦନ କରନ୍ତୁ

୧୯୬୧ ମସିହାରେ ସେ କଟକସ୍ଥିତ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତକ ଉପାଧି ହାସଲ କରିଥିଲେ । ୧୯୬୪ ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଅାଇନ୍‌ ଶିକ୍ଷାକୁ ସଫଳତାର ସହ ଶେଷ କରିବା ପରେ ଅମିୟ ୧୯୬୨ ମସିହାେର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନଜ୍ଞ ଭାବେ ଯୋଗ ଦେଇଥିଲେ । ସାମ୍ବିଧାନିକ, ଦେଓ୍ଵାନି, ଫୗଜଦାରୀ ମାମଲାରୁ ସେ ଅାରମ୍ଭ କରିଥିଲେ ପେଶାଗତ ଜୀବନ । ବିଚାରପତିମାନେ ସେତେବେଳେ ଅମିୟ କୁମାରୀଙ୍କୁ ‘ନାନୀ’ ବୋଲି ସମ୍ବୋଧନ କରୁଥିଲେ । ପରେ ସେ ୧୯୮୮, ଏପ୍ରିଲ ୧୮ ତାରିଖେର ରାଜ୍ୟର ପ୍ରଥମ ମହିଳା ବିଚାରପତି ଭାବେ ଯୋଗ ଦେଇଥିଲେ । ଦୀର୍ଘ ୭ ବର୍ଷ କାଳ ବିଚାରପତି ଦାୟିତ୍ୱ ତୁଲାଇବା ପେର ୧୯୯୫, ସେପ୍ଟେମ୍ବର ୧୪ ତାରିଖରେ ଅବସର ଗ୍ରହଣ କରିଥିଲେ । ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସେ ଏନ. ଏସ. ଏଅ.ର ବୋର୍ଡ଼ ମେମ୍ବର, ଆଞ୍ଚଳିକ ମେଡ଼ିକାଲ ଗବେଷଣା କେନ୍ଦ୍ରର ଏଥିକାଲ କମିଟି ଅଧ୍ୟକ୍ଷା ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆର୍ବିଟ୍ରେସନ ଆଇନ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥିଲେ ।

ଅନ୍ୟାନ୍ୟ ରୁଚିସମ୍ପାଦନ କରନ୍ତୁ

ଅମିୟ କୁମାରୀ ଓକିଲାତି କରିବା ଛଡ଼ା ଇଂରାଜୀ ପଦ୍ୟ, ଗପ, ଭଜନ ରଚନା କରିବାେର ରୁଚି ରଖିଥିଲେ । ଜଣେ ଅାଧ୍ୟାତ୍ମିକବାଦୀ ଭାବେ ଧର୍ମ‌ପୀଠ ପରିଦର୍ଶନ କରିବା ତାଙ୍କର ବହୁ ପସନ୍ଦ ଥିଲା।[୪]

ବିବାହ ଜୀବନସମ୍ପାଦନ କରନ୍ତୁ

୧୯୫୩ ମସିହାରେ ଅମିୟ କୁମାରୀ ପାଢ଼ୀ ପରେ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ଅାଇପିଏସ୍‌ ଅଧିକାରୀ ଶ୍ୟାମସୁନ୍ଦର ପାଢ଼ୀଙ୍କୁ ବିବାହ କରିଥିଲେ । ଅମୀୟ କୁମାରୀଙ୍କ ପୁତ୍ରଙ୍କ ନାମ ସୌଜ୍ୟକାନ୍ତ ମିଶ୍ର ଓ ଦୁଇ କନ୍ୟାଙ୍କ ନାମ ହେଉଛି ଗାୟତ୍ରୀ ଓ ଧରିତ୍ରୀ।

ମୃତ୍ୟୁସମ୍ପାଦନ କରନ୍ତୁ

ରାଜ୍ୟର ପ୍ରଥମ ଓଡ଼ିଅା ମହିଳା ବିଚାରପତି ଜଷ୍ଟିସ୍‌ ଅମିୟ କୁମାରୀ ପାଢ଼ୀଙ୍କର ୨୦୧୨ ଏପ୍ରିଲ ୩୦ ତାରିଖ ଦିନ ଭାଷାେକାଷ ଲେନ୍‌ସ୍ଥିତ ବାସଭବନରେ ଦିବା ୧ ଘଟିକା ୫୫ ମିନିଟ୍‌ରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଅମିୟଙ୍କ ମୃତ୍ୟୁ ଶଯ୍ୟା ନିକଟେର ପୁଅ ଅାଡେଭାେକଟ୍‌ ସୌଜ୍ୟକାନ୍ତକାନ୍ତ ମିଶ୍ର, ବୋହୁ ଅାଡେଭାେକଟ୍‌ ମୃଣାଳିନୀ ପାଢ଼ୀ, ଦୁଇଝିଅ ଗାୟତ୍ରୀ ମିଶ୍ର ଏବଂ ଧରିତ୍ରୀ ପଣ୍ଡା ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ସତୀଚଉରାଠାରେ ସମ୍ପନ୍ନ ହୋଇଥିଲା । ରାଜ୍ୟର ନ୍ୟାୟ ବ୍ୟବସ୍ଥା ପାଇଁ ପାଢ଼ୀଙ୍କ ଜୀବନ ଓ ସେବା ସମ୍ମାନାର୍ଥେ, ତାଙ୍କ ମୃତ୍ୟୁର ପରଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସମସ୍ତ ନ୍ୟାୟିକ ଓ କାର୍ଯ୍ୟାଳୟ କାମକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଥିଲା ।[୫]

ସଭ୍ୟପଦସମ୍ପାଦନ କରନ୍ତୁ

ପାଢୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭାରତୀୟ ଜାତୀୟ ନିରାପତା ଆକ୍ଟ୍‌ରେ କାମ କରୁଥିଲେ । ସେ ମଧ୍ୟ ଆଞ୍ଚଳିକ ଚିକିତ୍ସା ସନ୍ଧାନ କେନ୍ଦ୍ରରେ ଏଥିକାଲ୍ କମିଟିର ସଭ୍ୟ ଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. "First woman judge of High Court passes away". The Hindu. http://www.thehindu.com/todays-paper/tp-national/tp-otherstates/first-woman-judge-of-high-court-passes-away/article3372750.ece. Retrieved 26 January 2015. 
  2. "ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି". ସମ୍ବାଦ. ୧୯ ଅପ୍ରେଲ ୧୯୮୮. 
  3. "1st woman judge of HC Justice Amiya Padhi dead". ନିଉ ଇଣ୍ଡିଆନ ଏକ୍ସପ୍ରେସ. 1 May 2012. http://www.newindianexpress.com/states/odisha/article517608.ece. Retrieved 18 June 2014. "First woman judge of High Court passes away". ହିନ୍ଦୁ. 1 May 2012. http://www.thehindu.com/todays-paper/tp-national/tp-otherstates/first-woman-judge-of-high-court-passes-away/article3372750.ece. Retrieved 18 June 2014. 
  4. ସମ୍ବାଦ. ୨୦୧୨ ମଇ ୧. 
  5. http://www.telegraphindia.com/1120503/jsp/odisha/story_15442452.jsp#.WCSgWC196os