ଅମିୟବାଳା ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଅମିୟବାଳା ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ କବି[୧] ଓ ଅନୁବାଦିକା । ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।[୨] ଫଣିଶ୍ୱରନାଥ ରେଣୁଙ୍କ ମୂଳ ହିନ୍ଦୀ ଗଳ୍ପ ସଂକଳନ 'ରେଣୁ ରଚନା ସଂଚୟନ'କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।[୩]

ଅମିୟବାଳା ପଟ୍ଟନାୟକ
Nationalityଭାରତୀୟ
Occupationଶିକ୍ଷୟତ୍ରୀ
Notable workରେଣୁ ରଚନା ସଂଚୟନ
Awardsକେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୦

ଅମିୟବାଳା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ସେ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ,ବ୍ରହ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରିଛନ୍ତି । ୧୯୮୯ମସିହାରୁ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରି, ଅବସର ଗ୍ରହଣ କରିସାରିଛନ୍ତି । [୪]

ରଚନାବଳୀ ସମ୍ପାଦନା

କବିତା ପୁସ୍ତକ ସମ୍ପାଦନା

  • ଅମିୟ ପଦାବଳି[୫]
  • ଶବ୍ଦସବୁ ସରିଗଲା ପରେ

ଅନୁବାଦ ପୁସ୍ତକ ସମ୍ପାଦନା

  • ରେଣୁ ରଚନା ସଂଚୟନ (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
  • ଅନାମ ଦାସଙ୍କ ପୋଥି (ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମୂଳ ଲେଖା)
  • ଶୋଭାଯାତ୍ରା (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
  • ଶିଶିଫସ (ବିମଳ ମିତ୍ରଙ୍କ ମୂଳ ଲେଖା)
  • ରାଜର୍ଷି (ରବିନ୍ଦ୍ରନାଥ ଠାକୁରଙ୍କ ମୂଳ ଲେଖା)
  • ମହାମାନବ ଲୁଇବ୍ରେଲ

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. http://www.textbookbureauodisha.in/Admin/Gallery/Documents/LIST%20OF%20PARTICIPANTS%20INVITED27_08_2011_T_125843.pdf
  2. http://www.odiasahitya.com/members/memberprofile/?member=amiyabala+pattanayak
  3. http://sahitya-akademi.gov.in/sahitya-akademi/awards/anuvad_samman_suchi.jsp
  4. http://www.telegraphindia.com/1110823/jsp/orissa/story_14410672.jsp
  5. http://orissa.gov.in/portal/culture/RRRLF-2007-08-Final-Report%28578%29.pdf
  6. http://www.newindianexpress.com/states/odisha/article179814.ece[permanent dead link]
  7. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-03-18. {{cite web}}: Cite has empty unknown parameter: |1= (help)