ଅମଲା ଶଙ୍କର (ଅମଲା ନନ୍ଦୀ: ୨୭ ଜୁନ ୧୯୧୯ - ୨୪ ଜୁଲାଇ ୨୦୨୦)[୧] ଜଣେ ଭାରତୀୟ ନର୍ତ୍ତକୀ ଥିଲେ ।[୨] ସେ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଉଦୟ ଶଙ୍କରଙ୍କ ପତ୍ନୀ, ସଂଗୀତଜ୍ଞ ଆନନ୍ଦ ଶଙ୍କର ଏବଂ ନୃତ୍ୟଶିଳ୍ପୀ ମମତା ଶଙ୍କରଙ୍କ ମା' ଏବଂ ସଙ୍ଗୀତକାର ତଥା ରଚନାକାର ରବି ଶଙ୍କରଙ୍କ ବୋହୂ ଥିଲେ ।[୩][୪] ସ୍ୱାମୀ ଉଦୟ ଶଙ୍କରଙ୍କଦ୍ୱାରା ଲିଖିତ, ପ୍ରଯୋଜିତ ତଥା ନିର୍ଦ୍ଦେଶିତ ଫିଲ୍ମ କଳ୍ପନା ଚଳଚ୍ଚିତ୍ରରେ ଅମଲା ଶଙ୍କର ଅଭିନୟ କରିଥିଲେ । ସେ ୨୪ ଜୁଲାଇ ୨୦୨୦ ମସିହା ଶୁକ୍ରବାର ଦିନ ପଶ୍ଚିମବଙ୍ଗର କୋଲକାତା, ଭାରତରେ ୧୦୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।[୫]

ଅମଲା ଶଙ୍କର
2011ରେ ଶଙ୍କର
ଜନ୍ମ
ଅମଲା ନନ୍ଦୀ

(1919-06-27)୨୭ ଜୁନ ୧୯୧୯
ମୃତ୍ୟୁ୨୪ ଜୁଲାଇ ୨୦୨୦(2020-07-24) (ବୟସ ୧୦୧)
ଜାତୀୟତାଭାରତୀୟ
ସକ୍ରିୟ ବର୍ଷ୧୯୪୮
ବୈବାହିକ-ସାଥୀଉଦୟ ଶଙ୍କର
ସନ୍ତାନଆନନ୍ଦ ଶଙ୍କର, ମମତା ଶଙ୍କର
ପିତାମାତାଅଖୟୋ କୁମାର ନନ୍ଦୀ (ପିତା)

ଜୀବନୀ ସମ୍ପାଦନା

ଅମଲା ଶଙ୍କର ଅମଲା ନନ୍ଦୀ ଭାବରେ ୨୭ ଜୁନ ୧୯୧୯ରେ ମାଗୁରା ଜିଲ୍ଲାର ବାଟାଜୋର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଅଖୟୋ କୁମାର ନନ୍ଦୀ ଚାହୁଁଥିଲେ ଯେ ତାଙ୍କ ପିଲାମାନେ ପ୍ରକୃତି ଏବଂ ଗ୍ରାମ ପ୍ରତି ଆଗ୍ରହ ପ୍ରକାଶ କରନ୍ତୁ ।[୬] ୧୯୩୧ ମସିହାରେ, ଯେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା, ସେ ପ୍ୟାରିସରେ ଆନ୍ତର୍ଜାତୀୟ କଲୋନୀ ପ୍ରଦର୍ଶନୀକୁ ଯାଇଥିଲେ । ସେଠାରେ ସେ ଉଦୟ ଶଙ୍କର ଏବଂ ତାଙ୍କ ପରିବାରଙ୍କୁ ଭେଟିଥିଲେ । ସେହି ସମୟରେ ଅମଲା ଏକ ଫ୍ରକ୍ ପିନ୍ଧିଥିଲେ । ଉଦୟ ଶଙ୍କରଙ୍କ ମାତା ହେମାଙ୍ଗିନୀ ଦେବୀ ତାଙ୍କୁ ପିନ୍ଧିବାକୁ ଏକ ଶାଢ଼ୀ ଦେଇଥିଲେ । ସେ ଉଦୟ ଶଙ୍କରଙ୍କ ଡ୍ୟାନ୍ସ ଦଳରେ ଯୋଗ ଦେଇ ସାରା ବିଶ୍ୱରେ ଅଭିନୟ କରିଥିଲେ ।

୧୯୩୯ ମସିହାରେ ଯେତେବେଳେ ସେ ଉଦୟ ଶଙ୍କରଙ୍କ ନୃତ୍ୟ ଦଳ ସହିତ ଚେନ୍ନାଇରେ ରହୁଥିଲେ, ଦିନେ ରାତିରେ ଉଦୟ ଅମଲାଙ୍କୁ ଆସି ବିବାହ ପ୍ରସ୍ତାବ ଦେଇଥିଲେ ।[୭] ଉଦୟ ଶଙ୍କର ୧୯୪୨ ମସିହାରେ ଅମଲାଙ୍କୁ ବିବାହ କରିଥିଲେ ।[୭] ସେମାନଙ୍କର ପ୍ରଥମ ପୁତ୍ର ଆନନ୍ଦ ଶଙ୍କର ଡିସେମ୍ବର ୧୯୪୨ରେ ଜନ୍ମଗ୍ରହଣ କରିଥିଲେ ।[୮] ସେମାନଙ୍କର ଝିଅ ମମତା ଶଙ୍କର ଜାନୁଆରୀ ୧୯୫୫ରେ ଜନ୍ମଗ୍ରହଣ କରିଥିଲେ ।[୯] ଉଦୟ ଶଙ୍କର ଏବଂ ଅମଲା ଶଙ୍କର ଦୀର୍ଘ ସମୟ ଧରି ଏକ ଲୋକପ୍ରିୟ ନୃତ୍ୟ ଦମ୍ପତି ଥିଲେ । କିନ୍ତୁ, ପରେ ଉଦୟ ଶଙ୍କର ତାଙ୍କ ନୃତ୍ୟଦଳର ଜଣେ ଯୁବତୀ ସହିତ ରୋମାଣ୍ଟିକ ଭାବରେ ଜଡ଼ିତ ହୋଇଥିଲେ । ଉଦୟ ଶଙ୍କର ୧୯୭୭ ମସିହାରେ ମୃତ୍ୟୁ ବରଣ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ଏହି ଦମ୍ପତି ଅଲଗା ରହୁଥିଲେ । ୨୦୧୨ ସୁଦ୍ଧା ଅମଲା ଶଙ୍କର ସକ୍ରିୟ ଥିଲେ ଏବଂ ତାଙ୍କ ଝିଅ ମମତା ଏବଂ ବୋହୂ ତନୁଶ୍ରୀ ଶଙ୍କରଙ୍କ ସହ ଶଙ୍କର ଘରାନାକି ଜୀବନ୍ତ ରଖିଥିଲେ । ସେ ରବି ଶଙ୍କରଙ୍କ ବୋହୂ ଥିଲେ, ଯିଏ ଜଣେ ସୀତାରବାଦକ ଥିଲେ ।[୧୦] ନବେ ଦଶକ ପର୍ଯ୍ୟନ୍ତ ସକ୍ରିୟ ରହି ତାଙ୍କର ଶେଷ ଅଭିନୟ ଥିଲା ୯୨ ବର୍ଷ ବୟସରେ ନୃତ୍ୟ ଡ୍ରାମା ସୀତା ସ୍ୱୟମ୍ବରମ, ଯେଉଁଥିରେ ସେ ରାଜା ଜନକ ଭୂମିକାରେ ଅଭିନୟ କରିଥିଲେ ।[୧୧]

ଅମଲା ଶଙ୍କର ଫିଲ୍ମ କଳ୍ପନା (୧୯୪୮)ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଦୟ ଶଙ୍କରଙ୍କଦ୍ୱାରା ରଚନା, ପ୍ରଯୋଜିତ ଏବଂ ନିର୍ଦ୍ଦେଶିତ ହୋଇଥିଲା, ଯିଏକି ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅମଲା ଉମାଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଅମଲା ଶଙ୍କର ୨୦୧୨ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ ଯେଉଁଠାରେ ଫିଲ୍ମଟି ପ୍ରଦର୍ଶିତ ହୋଇଥିଲା ।

ଆଧାର ସମ୍ପାଦନା

  1. Kaura, Ajīta (1976). Directory of Indian Women Today, 1976. India International Publications. p. 45.
  2. "Biography of Amala Shankar". Archived from the original on 26 January 2013. Retrieved 16 December 2012.
  3. "Panditji never restricted himself to his craft alone". Asian Age. 13 December 2012. Retrieved 16 December 2012.
  4. "Sitarist and composer Ravi Shankar has died near his home in southern California". Reuters. 12 December 2012. Archived from the original on 7 March 2016. Retrieved 16 December 2012.
  5. Singh, Shiv Sahay (24 July 2020). "Eminent danseuse Amala Shankar passes away at 101 in Kolkata". The Hindu (in Indian English). ISSN 0971-751X. Retrieved 24 July 2020.
  6. "On life with a legend". The Hindu. 1 February 2009. Archived from the original on 2 February 2009. Retrieved 16 December 2012.
  7. ୭.୦ ୭.୧ "A Romantic Forever:Amala Shankar". Magna Magazines. Archived from the original on 28 January 2013. Retrieved 16 December 2012.
  8. Sruti. P.N. Sundaresan. 1999. p. 51. Retrieved 16 December 2012.
  9. "Mamata Shankar biography". Mamata Shankar's website. Retrieved 16 December 2012.
  10. Ghosh, Dibyendu (December 1983). "Ravishankar". In Ghosh, Dibyendu (ed.). The Great Shankars. Kolkata: Agee Prakashani. p. 55. OCLC 15483971.
  11. "Eminent danseuse Amala Shankar passes away at 101 in Kolkata". The Hindu. Retrieved 31 July 2020.