ଅପର୍ଣ୍ଣା ମହାନ୍ତି

ଓଡ଼ିଆ କବି

ଅପର୍ଣ୍ଣା ମହାନ୍ତି (ଜନ୍ମ: ୧୬ ଡିସେମ୍ବର ୧୯୫୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] "ଝିଅ ପାଇଁ ଝରକାଟିଏ" କବିତା ସଙ୍କଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟ କରି, ସେ ସେବାନିବୃତ ହୋଇସାରିଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨] କୋରାପୁଟ ସାହିତ୍ୟ ଉତ୍ସବ ୨୦୧୮ ଅବସରରେ ସେ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି।

ଅପର୍ଣ୍ଣା ମହାନ୍ତି
Born (1952-12-16) ୧୬ ଡିସେମ୍ବର ୧୯୫୨ (ବୟସ ୭୧)
Nationalityଭାରତୀୟ
Educationପିଏଚଡ଼ି
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଜନ୍ମ ଓ ଶୈଶବ ସମ୍ପାଦନା

ଅପର୍ଣ୍ଣା ୧୯୫୨ ମସିହା ଡିସେମ୍ବର ମାସ ୧୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୋରଖପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଚିତ୍ରାନନ୍ଦ ମହାନ୍ତି ଓ ମାତାଙ୍କ ନାମ ନିର୍ମଳା ମହାନ୍ତି । ଚାରି ଭଉଣୀଙ୍କ ମଧ୍ୟରୁ ଅପର୍ଣ୍ଣା ସବୁଠାରୁ ବଡ଼ ଥିଲେ । ତାଙ୍କ ପିତାମାତା ଉଭୟ ଭୂଦାନ ଓ ସର୍ବୋଦୟ ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ତାଙ୍କ ବଡ଼ବାପା ସର୍ବେଶ୍ୱର ମହାନ୍ତି ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ଘରେ ଏକ ସାଂସ୍କୃତିକ ଓ ସ୍ୱାଧିନତା ସଂଗ୍ରାମର ମାହୋଲ ଥିଲା । ପିଲାଦିନରୁ ଅପର୍ଣ୍ଣା, ଅନ୍ନପୂର୍ଣ୍ଣା ମହାରଣା, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀ, ଶରତ ଚନ୍ଦ୍ର ମହାରଣା ଆଦି ସ୍ୱାଧିନତା ଓ ସର୍ବୋଦୟ କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ନପୂର୍ଣ୍ଣା ମହାରଣା ହିଁ ତାଙ୍କର ନାମ ରଖିଥିଲେ, 'ଅପର୍ଣ୍ଣା' । ଚାରି ବର୍ଷ ବୟସରୁ ସେ ମଣିନାଗ ପର୍ବତରେ ଥିବା ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମକୁ ଚାଲିଯାଇଥିଲେ । ସେଠାରେ ହିଁ ଲାଳନପାଳନ ଓ ପ୍ରାରମ୍ଭିକ ଶିକ୍ଷାରମ୍ଭ ହୋଇଥିଲେ । ସେଠାରେ ବାବା ବୈକୁଣ୍ଠନାଥଙ୍କ ସାନିଧ୍ୟରେ ହିଁ ଅପର୍ଣ୍ଣାଙ୍କର ସାହିତ୍ୟ ସର୍ଜନାର ଅଙ୍କୁରଦଗମ ହୋଇଥିଲେ ।

ଶିକ୍ଷା ସମ୍ପାଦନା

ବାବ ବୈକୁଣ୍ଠନାଥ ବ୍ରହ୍ମଚାରୀ ନିପ୍ରା ବିଦ୍ୟାଳୟ, କପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଟକର ସନ୍ଥ ନଳିନୀ ହାଇସ୍କୁଲ ଓ କେନ୍ଦ୍ରାପଡ଼ାର ସରକାରୀ ବାଳିକା ବିଦ୍ୟାଳୟରୁ ସେ ନିଜ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟକେନ୍ଦ୍ରପଡ଼ା ମହିଳା ମହାବିଦ୍ୟାଳୟରୁ ସେ ନିଜ ସ୍ନାତକ ଶିକ୍ଷାଲାଭ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ ।

ପରିବାର ସମ୍ପାଦନା

୧୯୭୫ ମସିହାରେ ଅପର୍ଣ୍ଣା ଡକ୍ଟର ଧିରେନ୍ଦ୍ର କୁମାର ମହାନ୍ତିଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ।

ବୃତିଗତ ଜୀବନ ସମ୍ପାଦନା

୧୯୭୭ ମସିହାରେ ଅପର୍ଣ୍ଣା ପ୍ରଥମେ ଆଳି ମହାବିଦ୍ୟାଳୟ, ପରେ ତୁଳସୀ ମହାବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷାଦ୍ନା କରି ଅବସର ଗ୍ରହଣ କରିଥିଲେ ।

ସାହିତ୍ୟିକ ଜୀବନ ସମ୍ପାଦନା

ଅପର୍ଣ୍ଣା ମୁଖ୍ୟତଃ ଜଣେ କବି । ତାଙ୍କ କବିତା ହିନ୍ଦୀ, ବଙ୍ଗଳା, ମରାଠି, କନ୍ନଡ଼, ଗୁଜୁରାଟୀ ଓ ତେଲୁଗୁ ଆଦି ଭାଷାକୁ ଅନୁବାଦିତ ହୋଇଛି । ସେ ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ଲେଖିକା ସଂସଦ, ଓଡ଼ିଶା ଗବେଷଣା ପରିଷଦ, କେନ୍ଦ୍ରାପଡ଼ା ସାହିତ୍ୟ ସଂସଦ ଆଦି ଅନୁଷ୍ଠାନ ସହିତ ଜଡ଼ିତ । [୩]

ରଚନାବଳୀ ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,୨୦୦୭ (ଝିଅ ପାଇଁ ଝରକାଟିଏ ପାଇଁ)
  • ଝଙ୍କାର ପୁରସ୍କାର (କବିତା), ୨୦୦୯[୫](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
  • କୋରାପୁଟ ସାହିତ୍ୟ ସମ୍ମାନ (କବିତା) ୨୦୧୮[୭]
  • ଗୋକର୍ଣ୍ଣିକା ସମ୍ମାନ - ୧୯୯୩
  • ପ୍ରଜାତନ୍ତ୍ର ପୁରସ୍କାର - ୧୯୯୪
  • ବସନ୍ତ ମୁଦୁଲି ସ୍ମୃତି ସମ୍ମାନ - ୧୯୯୪
  • ଅଭିନନ୍ଦନ ସମ୍ମାନ
  • ସ୍ୱାଗତିକା ସମ୍ମାନ
  • ବୋଇତ ବନ୍ଦାଣ ସମିତି ସମ୍ମାନ[୮]

ଆଧାର ସମ୍ପାଦନା

  1. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୧୬- ୨୯ ପୃଷ୍ଠା ୨. Retrieved 25 September 2017.
  2. http://sahitya-akademi.gov.in/sahitya-akademi/aboutus/odia.jsp
  3. "ଧରିତ୍ରୀ ଛୁଟିଦିନ". No. ମାର୍ଚ୍ଚ ୩ - ମାର୍ଚ୍ଚ ୯ ୨୦୨୪. ଧରିତ୍ରୀ. p. ୬. Retrieved 4 March 2024.
  4. "ଆର୍କାଇଭ୍ କପି". Archived from the original on 2017-06-29. Retrieved 2017-09-25. {{cite web}}: Cite has empty unknown parameter: |1= (help)
  5. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  6. "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]
  7. "First Ever Koraput Literary Festival Held". english.samajalive.in. ସମାଜ ଖବରକାଗଜ. Retrieved 16 September 2019.
  8. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.